T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶକୁ ବଡ଼ ଝଟକା । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ପକ୍ଷରୁ କରାଯାଇଥିବା ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଖାରଜ କରିଦେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ନିଜର ମ୍ୟାଚଗୁଡ଼ିକୁ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏଥିରେ କୌଣସି ଯଥାର୍ଥତା ପାଇନାହିଁ।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ମଙ୍ଗଳବାର ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ବାଂଲାଦେଶ ଟିମ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ କିମ୍ବା ବିଶ୍ୱାସଯୋଗ୍ୟ ବିପଦ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ଆଇସିସି ଜାନୁଆରୀ ୧୦ ସୁଦ୍ଧା ଏନେଇ ଆନୁଷ୍ଠାନିକ ଲିଖିତ ନିଷ୍ପତ୍ତି ଜଣାଇବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ଆଇସିସିର ନିଷ୍ପତ୍ତି ପରେ ବାଂଲାଦେଶର ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଗ୍ରୁପ୍ ସି ମ୍ୟାଚ୍ ଖେଳିବ। ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ରହିଛି। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ସୂଚନାଯୋଗ୍ୟ ଯେ, ନିକଟରେ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ଦୁଇ ବୋର୍ଡ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଘଟଣା ପରେ ହିଁ ବିସିବି ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲା।

07 Jan 2026 By Madhusudan Das

T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC

ନୂଆଦିଲ୍ଲୀ: ବାଂଲାଦେଶକୁ ବଡ଼ ଝଟକା । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ପକ୍ଷରୁ କରାଯାଇଥିବା ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଖାରଜ କରିଦେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ନିଜର ମ୍ୟାଚଗୁଡ଼ିକୁ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏଥିରେ କୌଣସି ଯଥାର୍ଥତା ପାଇନାହିଁ।

ମଙ୍ଗଳବାର ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ବାଂଲାଦେଶ ଟିମ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ କିମ୍ବା ବିଶ୍ୱାସଯୋଗ୍ୟ ବିପଦ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ଆଇସିସି ଜାନୁଆରୀ ୧୦ ସୁଦ୍ଧା ଏନେଇ ଆନୁଷ୍ଠାନିକ ଲିଖିତ ନିଷ୍ପତ୍ତି ଜଣାଇବ ବୋଲି ଆଶା କରାଯାଉଛି।

ଆଇସିସିର ନିଷ୍ପତ୍ତି ପରେ ବାଂଲାଦେଶର ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଗ୍ରୁପ୍ ସି ମ୍ୟାଚ୍ ଖେଳିବ। ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ରହିଛି। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ।

ସୂଚନାଯୋଗ୍ୟ ଯେ, ନିକଟରେ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ଦୁଇ ବୋର୍ଡ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଘଟଣା ପରେ ହିଁ ବିସିବି ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର