ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୪ର୍ଥ ଟି-୨୦ ମ୍ୟାଚ୍, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ

Madhusudan Das Picture
Published On

ବିଶାଖାପାଟନା: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚ ଆଜି ବିଶାଖାପାଟନାରେ ଖେଳାଯିବ। ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ କବ୍‌ଜା କରିସାରିଛି। ବିଶ୍ୱକପ୍‌ ପୂର୍ବରୁ ସିରିଜ ବିଜୟୀ ହୋଇସାରିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମନୋବଳ ବେଶ୍‌ ଦୃଢ଼ ରହିଛି। ତେଣୁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏହାର ଶେଷ ଦୁଇଟି ମ୍ୟାଚ୍‌ରେ କମ୍ବିନେସନ ଉପରେ ଗୁରୁତ୍ୱ ଦେବ। 

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ବିଶେଷ କରି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ବରିଷ୍ଠ ୱିକେଟକିପର ସଞ୍ଜୁ ସାମସନଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ସାମସନ ପ୍ରଥମ ଦୁଇଟି ମ୍ୟାଚରେ ୧୦ ଓ ୬ ରନ କରିଥିବାବେଳେ ଶେଷ ଟି-୨୦ରେ ‘ଗୋଲ୍ଡେନ ଡକ୍‌’ରେ ଆଉଟ୍‌ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୱିକେଟ୍‌କିପର ଇଶାନ କିଶାନ ୨ୟ ଟି-୨୦ରେ ୩୨ ବଲରେ ୭୬ ରନର ବିସ୍ଫୋରକ ପାଳି ଖେଳି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅପରପକ୍ଷରେ ଚଳିତ ସିରିଜରେ ଦୁଇ ଅଭିଜ୍ଞ ସ୍ପିନର କୁଲଦୀପ୍‌ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଶ୍ରେଷ୍ଠ ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଛନ୍ତି। ତେଣୁ ଶେଷ ଦୁଇ ମ୍ୟାଚ ଉଭୟଙ୍କ ଲାଗି ବେଶ୍‌ ଗୁରୁତ୍ୱବହନ କରୁଛି। ସେହିଭଳି ସିରିଜ ବିଜୟୀ ହୋଇସାରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଶେଷ ଦୁଇ ମ୍ୟାଚରେ ବିଶ୍ରାମ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅପରପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସିରିଜ ହାରିସାରିଛି। କିନ୍ତୁ ଶେଷ ଦୁଇ ମ୍ୟାଚରେ ବିଜୟୀ ହୋଇ ଦଳ ମନୋବଳ ଦୃଢ଼ ମନୋବଳ ସହ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ୩ଟି ମ୍ୟାଚରେ କିୱି ଦଳର ବୋଲିଂ ବିଭାଗ ଫେଲ୍‌ ମାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

28 Jan 2026 By Madhusudan Das

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୪ର୍ଥ ଟି-୨୦ ମ୍ୟାଚ୍, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ

ବିଶାଖାପାଟନା: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚ ଆଜି ବିଶାଖାପାଟନାରେ ଖେଳାଯିବ। ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ କବ୍‌ଜା କରିସାରିଛି। ବିଶ୍ୱକପ୍‌ ପୂର୍ବରୁ ସିରିଜ ବିଜୟୀ ହୋଇସାରିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମନୋବଳ ବେଶ୍‌ ଦୃଢ଼ ରହିଛି। ତେଣୁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏହାର ଶେଷ ଦୁଇଟି ମ୍ୟାଚ୍‌ରେ କମ୍ବିନେସନ ଉପରେ ଗୁରୁତ୍ୱ ଦେବ। 

ବିଶେଷ କରି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ବରିଷ୍ଠ ୱିକେଟକିପର ସଞ୍ଜୁ ସାମସନଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ସାମସନ ପ୍ରଥମ ଦୁଇଟି ମ୍ୟାଚରେ ୧୦ ଓ ୬ ରନ କରିଥିବାବେଳେ ଶେଷ ଟି-୨୦ରେ ‘ଗୋଲ୍ଡେନ ଡକ୍‌’ରେ ଆଉଟ୍‌ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୱିକେଟ୍‌କିପର ଇଶାନ କିଶାନ ୨ୟ ଟି-୨୦ରେ ୩୨ ବଲରେ ୭୬ ରନର ବିସ୍ଫୋରକ ପାଳି ଖେଳି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅପରପକ୍ଷରେ ଚଳିତ ସିରିଜରେ ଦୁଇ ଅଭିଜ୍ଞ ସ୍ପିନର କୁଲଦୀପ୍‌ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଶ୍ରେଷ୍ଠ ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଛନ୍ତି। ତେଣୁ ଶେଷ ଦୁଇ ମ୍ୟାଚ ଉଭୟଙ୍କ ଲାଗି ବେଶ୍‌ ଗୁରୁତ୍ୱବହନ କରୁଛି। ସେହିଭଳି ସିରିଜ ବିଜୟୀ ହୋଇସାରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଶେଷ ଦୁଇ ମ୍ୟାଚରେ ବିଶ୍ରାମ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅପରପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସିରିଜ ହାରିସାରିଛି। କିନ୍ତୁ ଶେଷ ଦୁଇ ମ୍ୟାଚରେ ବିଜୟୀ ହୋଇ ଦଳ ମନୋବଳ ଦୃଢ଼ ମନୋବଳ ସହ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ୩ଟି ମ୍ୟାଚରେ କିୱି ଦଳର ବୋଲିଂ ବିଭାଗ ଫେଲ୍‌ ମାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର