ଟ୍ୟାପ୍ ତଳେ ଗରମ ପ୍ରେସର କୁକର ରଖୁଛନ୍ତି କି? ସାବଧାନ! ହୋଇପାରେ ବଡ଼ ବିପଦ, ଦେଖନ୍ତୁ ଭିଡ଼ିଓ

Tapas Ranjan Nanda Picture
Published On

ରୋଷେଇ ଘରେ କାମ କରୁଥିବା ସମୟରେ ଅନେକ ସମୟରେ ଆମେ ତରବରିଆ ହୋଇ କିଛି ଭୁଲ କରିବସୁ, ଯାହା ବଡ଼ ବିପଦର କାରଣ ସାଜିପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ପ୍ରତ୍ୟେକ ଗୃହିଣୀ ଓ ରୋଷେଇ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଚେତାବନୀ। ଅନେକ ଲୋକ ଗରମ ପ୍ରେସର କୁକରରୁ ଶୀଘ୍ର ଗ୍ୟାସ ବାହାର କରିବା ପାଇଁ ଏହାକୁ ପାଣି ଟ୍ୟାପ୍ ତଳେ ରଖିଦିଅନ୍ତି। କିନ୍ତୁ ଏଭଳି କରିବା କେତେ ବିପଜ୍ଜନକ ହୋଇପାରେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଜନଗଣନା ୨୦୨୭: ଏବେ ଲିଭ୍-ଇନ୍ ଯୋଡ଼ି ବିବେଚିତ ହେବେ ବିବାହିତ, ଅନଲାଇନ୍ ସେଲ୍ଫ-ଏନୁମେରେସନ୍ ପାଇଁ ନୂଆ ନିୟମ

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଗ୍ୟାସରୁ ଗରମ କୁକର ଆଣି ସିଧା ବେସିନ୍‌ରେ ରଖି ତା’ ଉପରେ ପାଣି ଢାଳିଥିଲେ। ଉଦ୍ଦେଶ୍ୟ ଥିଲା କୁକର ଶୀଘ୍ର ଥଣ୍ଡା ହୋଇଯିବ ଏବଂ ଢାଙ୍କୁଣୀ ଖୋଲିବ। କିନ୍ତୁ ଥଣ୍ଡା ପାଣି ପଡିବା ମାତ୍ରେ କୁକରଟି ହଠାତ୍ ଭୟଙ୍କର ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ଏହି ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ରୋଷେଇ ଘରର ଅବସ୍ଥା ବିଗିଡି ଯାଇଥିଲା, ଯଦିଓ ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ ସଂସଦରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ ଖାଲିଥିବା ପଦବୀ, ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା

ବିଶେଷଜ୍ଞଙ୍କ ପରାମର୍ଶ

ବିଶେଷଜ୍ଞଙ୍କ ମତରେ, ଗରମ ପ୍ରେସର କୁକରକୁ ହଠାତ୍ ଥଣ୍ଡା ପାଣି ସଂସ୍ପର୍ଶରେ ଆଣିବା ଉଚିତ୍ ନୁହେଁ। ଏହାଦ୍ୱାରା ଧାତୁର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସେ (Thermal Shock) ଏବଂ ଚାପ ନିୟନ୍ତ୍ରଣ ବାହାରକୁ ଚାଲିଯାଏ। କୁକର ଭିତରେ ଥିବା ବାଷ୍ପ ଚାପ ସୃଷ୍ଟି କରେ ଏବଂ ଭେଣ୍ଟ ପାଇପ୍ ଜାମ୍ ହେଲେ ଏହା ବୋମା ଭଳି ଫୁଟିପାରେ। ତେଣୁ କୁକରକୁ ସ୍ୱାଭାବିକ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ କିମ୍ବା ହ୍ୱିସିଲ୍ ଟେକି ଧୀରେ ଧୀରେ ଗ୍ୟାସ୍ ବାହାର କରନ୍ତୁ, କିନ୍ତୁ କେବେହେଲେ ଟ୍ୟାପ୍ ତଳେ ରଖନ୍ତୁ ନାହିଁ।

20 Feb 2026 By Tapas Ranjan Nanda

ଟ୍ୟାପ୍ ତଳେ ଗରମ ପ୍ରେସର କୁକର ରଖୁଛନ୍ତି କି? ସାବଧାନ! ହୋଇପାରେ ବଡ଼ ବିପଦ, ଦେଖନ୍ତୁ ଭିଡ଼ିଓ

ରୋଷେଇ ଘରେ କାମ କରୁଥିବା ସମୟରେ ଅନେକ ସମୟରେ ଆମେ ତରବରିଆ ହୋଇ କିଛି ଭୁଲ କରିବସୁ, ଯାହା ବଡ଼ ବିପଦର କାରଣ ସାଜିପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ପ୍ରତ୍ୟେକ ଗୃହିଣୀ ଓ ରୋଷେଇ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଚେତାବନୀ। ଅନେକ ଲୋକ ଗରମ ପ୍ରେସର କୁକରରୁ ଶୀଘ୍ର ଗ୍ୟାସ ବାହାର କରିବା ପାଇଁ ଏହାକୁ ପାଣି ଟ୍ୟାପ୍ ତଳେ ରଖିଦିଅନ୍ତି। କିନ୍ତୁ ଏଭଳି କରିବା କେତେ ବିପଜ୍ଜନକ ହୋଇପାରେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଗ୍ୟାସରୁ ଗରମ କୁକର ଆଣି ସିଧା ବେସିନ୍‌ରେ ରଖି ତା’ ଉପରେ ପାଣି ଢାଳିଥିଲେ। ଉଦ୍ଦେଶ୍ୟ ଥିଲା କୁକର ଶୀଘ୍ର ଥଣ୍ଡା ହୋଇଯିବ ଏବଂ ଢାଙ୍କୁଣୀ ଖୋଲିବ। କିନ୍ତୁ ଥଣ୍ଡା ପାଣି ପଡିବା ମାତ୍ରେ କୁକରଟି ହଠାତ୍ ଭୟଙ୍କର ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ଏହି ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ରୋଷେଇ ଘରର ଅବସ୍ଥା ବିଗିଡି ଯାଇଥିଲା, ଯଦିଓ ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।

ବିଶେଷଜ୍ଞଙ୍କ ପରାମର୍ଶ

ବିଶେଷଜ୍ଞଙ୍କ ମତରେ, ଗରମ ପ୍ରେସର କୁକରକୁ ହଠାତ୍ ଥଣ୍ଡା ପାଣି ସଂସ୍ପର୍ଶରେ ଆଣିବା ଉଚିତ୍ ନୁହେଁ। ଏହାଦ୍ୱାରା ଧାତୁର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସେ (Thermal Shock) ଏବଂ ଚାପ ନିୟନ୍ତ୍ରଣ ବାହାରକୁ ଚାଲିଯାଏ। କୁକର ଭିତରେ ଥିବା ବାଷ୍ପ ଚାପ ସୃଷ୍ଟି କରେ ଏବଂ ଭେଣ୍ଟ ପାଇପ୍ ଜାମ୍ ହେଲେ ଏହା ବୋମା ଭଳି ଫୁଟିପାରେ। ତେଣୁ କୁକରକୁ ସ୍ୱାଭାବିକ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ କିମ୍ବା ହ୍ୱିସିଲ୍ ଟେକି ଧୀରେ ଧୀରେ ଗ୍ୟାସ୍ ବାହାର କରନ୍ତୁ, କିନ୍ତୁ କେବେହେଲେ ଟ୍ୟାପ୍ ତଳେ ରଖନ୍ତୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର