ତୁଳସୀ ମାଳି ଧାରଣ କରିବା ପରେ ଛତୁ ଖାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର ଓ ନିୟମ

Tapas Ranjan Nanda Picture
Published On

ସନାତନ ଧର୍ମରେ ତୁଳସୀ ମାଳି ଧାରଣ କରିବାର ବିଶେଷ ମହତ୍ତ୍ୱ ରହିଛି। ଅନେକ ଲୋକ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ କରିବା ପାଇଁ ତୁଳସୀ ମାଳି ଧାରଣ କରନ୍ତି। ତେବେ ମାଳି ଧାରଣ କରିବା ପରେ ଖାଦ୍ୟପେୟକୁ ନେଇ ଅନେକ ନିୟମ ପାଳନ କରିବାକୁ ପଡିଥାଏ। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କହିଛନ୍ତି ଯେ, ତୁଳସୀ ମାଳି ପିନ୍ଧିବା ପରେ ଛତୁ (Mushroom) ଖାଇବା ଉଚିତ୍ କି ନୁହେଁ?

ଆହୁରି ପଢ଼ନ୍ତୁ: ୮ମ ବେତନ ଆୟୋଗ ଅପଡେଟ୍: କେବେଠୁ ବଢ଼ିବ ଦରମା? ଜାଣନ୍ତୁ ସରକାରଙ୍କ ନୂଆ ଘୋଷଣା

ତୁଳସୀ ମାଳି ଓ ସାତ୍ତ୍ୱିକ ଭୋଜନ

ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତି ତୁଳସୀ ମାଳି ଧାରଣ କରନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଜୀବନଯାପନ କରିବାକୁ ପଡିଥାଏ। ମୁଖ୍ୟତଃ ପିଆଜ, ରସୁଣ, ମାଛ, ମାଂସ ଏବଂ ମଦ୍ୟପାନ ଭଳି ତାମସିକ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଛତୁ ଏକ ପରିବା ବର୍ଗରେ ଆସୁଥିବାରୁ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଏହାକୁ ଖାଇବା ଗ୍ରହଣୀୟ କି ନୁହେଁ।

ଛତୁ ଖାଇବା ମନା କାହିଁକି?

ତୁଳସୀ ମାଳି ଧାରଣ କରିଥିବା ବ୍ୟକ୍ତି ଛତୁ ଖାଇବା ଉଚିତ୍ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଛତୁ ଏକ କବକ ବା ଫଙ୍ଗସ୍ (Fungus) ଏବଂ ଏହା ସାଧାରଣତଃ ପଚାସଢ଼ା ଜିନିଷରୁ ଉତ୍ପନ୍ନ ହୁଏ। ଆୟୁର୍ବେଦ ଏବଂ ସାତ୍ତ୍ୱିକ ଆହାର ବିଜ୍ଞାନ ଅନୁସାରେ ଛତୁକୁ ‘ତାମସିକ’ ଖାଦ୍ୟ ଶ୍ରେଣୀରେ ରଖାଯାଇଛି। ଯେହେତୁ ତୁଳସୀ ମାଳି ପିନ୍ଧିବା ପରେ ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଏ, ତେଣୁ ଛତୁ ନ ଖାଇବା ପାଇଁ ଅନେକ ଧର୍ମଗୁରୁ ପରାମର୍ଶ ଦେଇଥାନ୍ତି। ତେବେ ଏହା ବ୍ୟକ୍ତିଗତ ଭକ୍ତି ଓ ନିଜ ଗୁରୁଙ୍କ ନିର୍ଦ୍ଦେଶ ଉପରେ ମଧ୍ୟ ନିର୍ଭର କରେ।

10 Feb 2026 By Tapas Ranjan Nanda

ତୁଳସୀ ମାଳି ଧାରଣ କରିବା ପରେ ଛତୁ ଖାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର ଓ ନିୟମ

ସନାତନ ଧର୍ମରେ ତୁଳସୀ ମାଳି ଧାରଣ କରିବାର ବିଶେଷ ମହତ୍ତ୍ୱ ରହିଛି। ଅନେକ ଲୋକ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ କରିବା ପାଇଁ ତୁଳସୀ ମାଳି ଧାରଣ କରନ୍ତି। ତେବେ ମାଳି ଧାରଣ କରିବା ପରେ ଖାଦ୍ୟପେୟକୁ ନେଇ ଅନେକ ନିୟମ ପାଳନ କରିବାକୁ ପଡିଥାଏ। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କହିଛନ୍ତି ଯେ, ତୁଳସୀ ମାଳି ପିନ୍ଧିବା ପରେ ଛତୁ (Mushroom) ଖାଇବା ଉଚିତ୍ କି ନୁହେଁ?

View this post on Instagram
 
A post shared by Tuna Sahoo (@sahooseries)

ତୁଳସୀ ମାଳି ଓ ସାତ୍ତ୍ୱିକ ଭୋଜନ

ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତି ତୁଳସୀ ମାଳି ଧାରଣ କରନ୍ତି, ତାଙ୍କୁ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଜୀବନଯାପନ କରିବାକୁ ପଡିଥାଏ। ମୁଖ୍ୟତଃ ପିଆଜ, ରସୁଣ, ମାଛ, ମାଂସ ଏବଂ ମଦ୍ୟପାନ ଭଳି ତାମସିକ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଛତୁ ଏକ ପରିବା ବର୍ଗରେ ଆସୁଥିବାରୁ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି ଯେ ଏହାକୁ ଖାଇବା ଗ୍ରହଣୀୟ କି ନୁହେଁ।

ଛତୁ ଖାଇବା ମନା କାହିଁକି?

ତୁଳସୀ ମାଳି ଧାରଣ କରିଥିବା ବ୍ୟକ୍ତି ଛତୁ ଖାଇବା ଉଚିତ୍ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଛତୁ ଏକ କବକ ବା ଫଙ୍ଗସ୍ (Fungus) ଏବଂ ଏହା ସାଧାରଣତଃ ପଚାସଢ଼ା ଜିନିଷରୁ ଉତ୍ପନ୍ନ ହୁଏ। ଆୟୁର୍ବେଦ ଏବଂ ସାତ୍ତ୍ୱିକ ଆହାର ବିଜ୍ଞାନ ଅନୁସାରେ ଛତୁକୁ ‘ତାମସିକ’ ଖାଦ୍ୟ ଶ୍ରେଣୀରେ ରଖାଯାଇଛି। ଯେହେତୁ ତୁଳସୀ ମାଳି ପିନ୍ଧିବା ପରେ ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଏ, ତେଣୁ ଛତୁ ନ ଖାଇବା ପାଇଁ ଅନେକ ଧର୍ମଗୁରୁ ପରାମର୍ଶ ଦେଇଥାନ୍ତି। ତେବେ ଏହା ବ୍ୟକ୍ତିଗତ ଭକ୍ତି ଓ ନିଜ ଗୁରୁଙ୍କ ନିର୍ଦ୍ଦେଶ ଉପରେ ମଧ୍ୟ ନିର୍ଭର କରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର