ଜାତିସଂଘର ୩୧ଟି ସଂସ୍ଥା ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ (UN) ଏବଂ ଏହା ସହ ଜଡିତ ବିଭିନ୍ନ ସଂସ୍ଥା ବିରୋଧରେ ଏକ ଐତିହାସିକ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଜର 'ଆମେରିକା ଫାଷ୍ଟ' (America First) ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରି ସେ ୩୧ଟି ଜାତିସଂଘ ସହ ଜଡିତ ସଂସ୍ଥା ଏବଂ ୩୫ଟି ଅଣ-ଜାତିସଂଘ ସଂଗଠନରୁ ଆମେରିକାକୁ ଓହରାଇ ନେଇଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ସଂସ୍ଥାଗୁଡ଼ିକ ଆଉ ଆମେରିକାର ସ୍ୱାର୍ଥରେ କାମ କରୁନାହାନ୍ତି, ବରଂ 'ଗ୍ଲୋବାଲିଷ୍ଟ ଏଜେଣ୍ଡା'କୁ ପ୍ରାଧାନ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଏହି ସଂଗଠନଗୁଡ଼ିକ ଆମେରିକାର ଜାତୀୟ ସ୍ୱାର୍ଥ, ସୁରକ୍ଷା ଏବଂ ଅର୍ଥନୈତିକ ସମୃଦ୍ଧିର ବିପରୀତ ଦିଗରେ କାର୍ଯ୍ୟ କରୁଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଏହି ସଂସ୍ଥାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ 'ଏଲିଟ୍ ନେଟୱାର୍କ' ଦ୍ୱାରା ପରିଚାଳିତ ହେଉଛନ୍ତି, ଯାହା ଆମେରିକାର ସାର୍ବଭୌମତ୍ୱକୁ ସଙ୍କୁଚିତ କରୁଛି। ସେ ଏହି ନେଟୱାର୍କକୁ "ମଲ୍ଟିଲାଟେରାଲ୍ NGO-ପ୍ଲେକ୍ସ" ବୋଲି କହି କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଏହି ତାଲିକାରେ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ, ଲିଙ୍ଗଗତ ସମାନତା ଏବଂ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ବଡ଼ ସଂସ୍ଥା ରହିଛି। ଏଥିମଧ୍ୟରେ UNCTAD (ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ), ଇଣ୍ଟରନ୍ୟାସନାଲ ଟ୍ରେଡ୍ ସେଣ୍ଟର, UNFCCC (ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ) ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠି (UN Population Fund) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ନୋବେଲ ଶାନ୍ତି ପୁରସ୍କାର ବିଜେତା IPCC ଏବଂ ଆନ୍ତର୍ଜାତୀୟ ସୌର ମେଣ୍ଟ (International Solar Alliance) ଭଳି ଅଣ-ଜାତିସଂଘ ସଂସ୍ଥା ସହ ମଧ୍ୟ ଆମେରିକା ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୁଚାକି କେଲାସ ନିହତ

ଏହି ନିଷ୍ପତ୍ତି ଫଳରେ ଜାତିସଂଘକୁ ଯାଉଥିବା ବିପୁଳ ପରିମାଣର ଅର୍ଥ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଟ୍ରମ୍ପ ୨୦୨୫ ବର୍ଷ ପାଇଁ କଂଗ୍ରେସ ଦ୍ୱାରା ମଞ୍ଜୁର ହୋଇଥିବା ୮୨୦ ନିୟୁତ ଡଲାରର ଅନୁଦାନକୁ ଅଟକାଇ ଦେଇଛନ୍ତି। ଏହା ସହ ଚଳିତ ବର୍ଷ ଆମେରିକାର ଅବଦାନକୁ ୬୧୦ ନିୟୁତ ଡଲାର ହ୍ରାସ କରିବାକୁ ତାଙ୍କ ପ୍ରଶାସନ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍ରମ୍ପ ପ୍ୟାରିସ୍ ଜଳବାୟୁ ଚୁକ୍ତି, UNESCO ଏବଂ ମାନବାଧିକାର ପରିଷଦରୁ ମଧ୍ୟ ଓହରି ଯାଇଥିଲେ।

08 Jan 2026 By Madhusudan Das

ଜାତିସଂଘର ୩୧ଟି ସଂସ୍ଥା ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଓହରିଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ (UN) ଏବଂ ଏହା ସହ ଜଡିତ ବିଭିନ୍ନ ସଂସ୍ଥା ବିରୋଧରେ ଏକ ଐତିହାସିକ ତଥା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଜର 'ଆମେରିକା ଫାଷ୍ଟ' (America First) ନୀତିକୁ କଡ଼ାକଡ଼ି ଭାବେ ଲାଗୁ କରି ସେ ୩୧ଟି ଜାତିସଂଘ ସହ ଜଡିତ ସଂସ୍ଥା ଏବଂ ୩୫ଟି ଅଣ-ଜାତିସଂଘ ସଂଗଠନରୁ ଆମେରିକାକୁ ଓହରାଇ ନେଇଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ସଂସ୍ଥାଗୁଡ଼ିକ ଆଉ ଆମେରିକାର ସ୍ୱାର୍ଥରେ କାମ କରୁନାହାନ୍ତି, ବରଂ 'ଗ୍ଲୋବାଲିଷ୍ଟ ଏଜେଣ୍ଡା'କୁ ପ୍ରାଧାନ୍ୟ ଦେଉଛନ୍ତି।

ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଏହି ସଂଗଠନଗୁଡ଼ିକ ଆମେରିକାର ଜାତୀୟ ସ୍ୱାର୍ଥ, ସୁରକ୍ଷା ଏବଂ ଅର୍ଥନୈତିକ ସମୃଦ୍ଧିର ବିପରୀତ ଦିଗରେ କାର୍ଯ୍ୟ କରୁଛନ୍ତି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଏହି ସଂସ୍ଥାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ 'ଏଲିଟ୍ ନେଟୱାର୍କ' ଦ୍ୱାରା ପରିଚାଳିତ ହେଉଛନ୍ତି, ଯାହା ଆମେରିକାର ସାର୍ବଭୌମତ୍ୱକୁ ସଙ୍କୁଚିତ କରୁଛି। ସେ ଏହି ନେଟୱାର୍କକୁ "ମଲ୍ଟିଲାଟେରାଲ୍ NGO-ପ୍ଲେକ୍ସ" ବୋଲି କହି କଡ଼ା ସମାଲୋଚନା କରିଛନ୍ତି।

ଏହି ତାଲିକାରେ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ, ଲିଙ୍ଗଗତ ସମାନତା ଏବଂ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ବଡ଼ ସଂସ୍ଥା ରହିଛି। ଏଥିମଧ୍ୟରେ UNCTAD (ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ), ଇଣ୍ଟରନ୍ୟାସନାଲ ଟ୍ରେଡ୍ ସେଣ୍ଟର, UNFCCC (ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ) ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠି (UN Population Fund) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ନୋବେଲ ଶାନ୍ତି ପୁରସ୍କାର ବିଜେତା IPCC ଏବଂ ଆନ୍ତର୍ଜାତୀୟ ସୌର ମେଣ୍ଟ (International Solar Alliance) ଭଳି ଅଣ-ଜାତିସଂଘ ସଂସ୍ଥା ସହ ମଧ୍ୟ ଆମେରିକା ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛି।

ଏହି ନିଷ୍ପତ୍ତି ଫଳରେ ଜାତିସଂଘକୁ ଯାଉଥିବା ବିପୁଳ ପରିମାଣର ଅର୍ଥ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଟ୍ରମ୍ପ ୨୦୨୫ ବର୍ଷ ପାଇଁ କଂଗ୍ରେସ ଦ୍ୱାରା ମଞ୍ଜୁର ହୋଇଥିବା ୮୨୦ ନିୟୁତ ଡଲାରର ଅନୁଦାନକୁ ଅଟକାଇ ଦେଇଛନ୍ତି। ଏହା ସହ ଚଳିତ ବର୍ଷ ଆମେରିକାର ଅବଦାନକୁ ୬୧୦ ନିୟୁତ ଡଲାର ହ୍ରାସ କରିବାକୁ ତାଙ୍କ ପ୍ରଶାସନ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଟ୍ରମ୍ପ ପ୍ୟାରିସ୍ ଜଳବାୟୁ ଚୁକ୍ତି, UNESCO ଏବଂ ମାନବାଧିକାର ପରିଷଦରୁ ମଧ୍ୟ ଓହରି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର