ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍‌ ପରେ ଟ୍ରମ୍ପଙ୍କ ଦାବି: ଆମେରିକା ହେପାଜତରେ ଅଛନ୍ତି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ

Madhusudan Das Picture
Published On

ନୂଆଦିଲ୍ଲୀ: ଭେନେଜୁଏଲା ଉପରେ ଆମେରିକାର ଭୟଙ୍କର ଏୟାରଷ୍ଟ୍ରାଇକ୍‌ । ପୋର୍ଟ ଅଫ୍‌ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ଭେନେଜୁଏଲାରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା। ଶନିବାର ଭୋର ସମୟରେ ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ ବର୍ତ୍ତମାନ ଆମେରିକା ହେପାଜତରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ: ହରମୁଜ୍ ପ୍ରଣାଳୀ ଅତିକ୍ରମ କରିବା ପାଇଁ ଭିନ୍ନ ରାସ୍ତା ଆପଣାଇଲେ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର

ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ ସୋସିଆଲ'ରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ଆମେରିକା ଭେନେଜୁଏଲା ଏବଂ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହ ଶେଷ କରିଛି। ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ଦେଶ ବାହାରକୁ ଅଣାଯାଇଛି।" ଏହି ଅପରେସନ୍ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ମିଳିତ ଭାବେ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କାରାକାସରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଆକାଶରେ ବିମାନ ଉଡ଼ିବାର ଶବ୍ଦ ପରେ ପ୍ରାୟ ସାତୋଟି ବଡ଼ ବିସ୍ଫୋରଣ ହୋଇଥିଲା। ବିଶେଷ କରି ଲା କାର୍ଲୋଟା ସାମରିକ ବିମାନଘାଟି ଏବଂ ଭେନେଜୁଏଲା ସେନାର ମୁଖ୍ୟାଳୟ କୁହାଯାଉଥିବା ଫୁଏର୍ଟେ ଟିଉନା ସାମରିକ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

ମାଦୁରୋଙ୍କ ଗିରଫ ଖବର ଆସିବା ପୂର୍ବରୁ ଭେନେଜୁଏଲା ସରକାର ଦେଶରେ 'ବାହ୍ୟ ବିଶୃଙ୍ଖଳା ପରିସ୍ଥିତି' ଏବଂ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ସେମାନେ "ନିର୍ମମ ସାମରିକ ଆକ୍ରମଣ" ବୋଲି ଅଭିହିତ କରିବା ସହ ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ମାଦୁରୋଙ୍କ ଗିରଫ ପରେ କାରାକାସରେ କ୍ଷମତା ପରିବର୍ତ୍ତନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

03 Jan 2026 By Madhusudan Das

ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍‌ ପରେ ଟ୍ରମ୍ପଙ୍କ ଦାବି: ଆମେରିକା ହେପାଜତରେ ଅଛନ୍ତି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ଭେନେଜୁଏଲା ଉପରେ ଆମେରିକାର ଭୟଙ୍କର ଏୟାରଷ୍ଟ୍ରାଇକ୍‌ । ପୋର୍ଟ ଅଫ୍‌ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ଭେନେଜୁଏଲାରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା। ଶନିବାର ଭୋର ସମୟରେ ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ ବର୍ତ୍ତମାନ ଆମେରିକା ହେପାଜତରେ ଅଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ ସୋସିଆଲ'ରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ଆମେରିକା ଭେନେଜୁଏଲା ଏବଂ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହ ଶେଷ କରିଛି। ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ଦେଶ ବାହାରକୁ ଅଣାଯାଇଛି।" ଏହି ଅପରେସନ୍ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ମିଳିତ ଭାବେ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କାରାକାସରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଆକାଶରେ ବିମାନ ଉଡ଼ିବାର ଶବ୍ଦ ପରେ ପ୍ରାୟ ସାତୋଟି ବଡ଼ ବିସ୍ଫୋରଣ ହୋଇଥିଲା। ବିଶେଷ କରି ଲା କାର୍ଲୋଟା ସାମରିକ ବିମାନଘାଟି ଏବଂ ଭେନେଜୁଏଲା ସେନାର ମୁଖ୍ୟାଳୟ କୁହାଯାଉଥିବା ଫୁଏର୍ଟେ ଟିଉନା ସାମରିକ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।

ମାଦୁରୋଙ୍କ ଗିରଫ ଖବର ଆସିବା ପୂର୍ବରୁ ଭେନେଜୁଏଲା ସରକାର ଦେଶରେ 'ବାହ୍ୟ ବିଶୃଙ୍ଖଳା ପରିସ୍ଥିତି' ଏବଂ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ସେମାନେ "ନିର୍ମମ ସାମରିକ ଆକ୍ରମଣ" ବୋଲି ଅଭିହିତ କରିବା ସହ ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ମାଦୁରୋଙ୍କ ଗିରଫ ପରେ କାରାକାସରେ କ୍ଷମତା ପରିବର୍ତ୍ତନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର