ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପ ସେଙ୍ଗାରଙ୍କୁ ଝଟକା, ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତ ରଖିଛନ୍ତି । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ସିବିଆଇ (CBI) ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସେଙ୍ଗାରଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢିଥିଲେ ଯେ, ଘଟଣା ସମୟରେ ପୀଡିତାଙ୍କ ବୟସ ମାତ୍ର ୧୫ ବର୍ଷ ୧୦ ମାସ ଥିଲା। ତଳ କୋର୍ଟ ଦୋଷୀଙ୍କୁ ପୋକ୍ସୋ ଆଇନ ବଳରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହାଇକୋର୍ଟ ଦଣ୍ଡବିଧାନକୁ ସୀମିତ କରିବା ଏବଂ ଜଣେ ବିଧାୟକଙ୍କୁ ପୋକ୍ସୋ ଆଇନ ଅଧୀନରେ 'ଜନ ସେବକ' ଭାବରେ ବିବେଚନା ନକରିବାରେ ତ୍ରୁଟି କରିଛନ୍ତି ବୋଲି ସିବିଆଇ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି: ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ସ ଉପରୁ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର

ଗତ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ସହ ଆବେଦନ ବିଚାରାଧୀନ ଥିବା ସମୟ ପାଇଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପୀଡିତାଙ୍କ ପରିବାର ଏବଂ ମହିଳା ଅଧିକାର କର୍ମୀମାନେ ତୀବ୍ର ବିରୋଧ କରିଥିଲେ। ଏଭଳି ନିଷ୍ପତ୍ତି ଜନସାଧାରଣଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି ଏବଂ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଏହା ଏକ ଭୁଲ ବାର୍ତ୍ତା ଦେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାଘବ ଚଢାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ: ରାଜ୍ୟସଭା ଉପନେତା ପଦରୁ ହଟାଇଲା 'ଆପ୍'

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ୨୦୧୯ ଡିସେମ୍ବର ମାସରେ ଟ୍ରାଏଲ କୋର୍ଟ ସେଙ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ (ମୃତ୍ୟୁ ପର୍ଯ୍ୟନ୍ତ ଜେଲ) ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ଫଳରେ ସେଙ୍ଗାରଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି।

29 Dec 2025 By Madhusudan Das

ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପ ସେଙ୍ଗାରଙ୍କୁ ଝଟକା, ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାର ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତ ରଖିଛନ୍ତି । 

ସିବିଆଇ (CBI) ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସେଙ୍ଗାରଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢିଥିଲେ ଯେ, ଘଟଣା ସମୟରେ ପୀଡିତାଙ୍କ ବୟସ ମାତ୍ର ୧୫ ବର୍ଷ ୧୦ ମାସ ଥିଲା। ତଳ କୋର୍ଟ ଦୋଷୀଙ୍କୁ ପୋକ୍ସୋ ଆଇନ ବଳରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହାଇକୋର୍ଟ ଦଣ୍ଡବିଧାନକୁ ସୀମିତ କରିବା ଏବଂ ଜଣେ ବିଧାୟକଙ୍କୁ ପୋକ୍ସୋ ଆଇନ ଅଧୀନରେ 'ଜନ ସେବକ' ଭାବରେ ବିବେଚନା ନକରିବାରେ ତ୍ରୁଟି କରିଛନ୍ତି ବୋଲି ସିବିଆଇ ଦର୍ଶାଇଛି।

ଗତ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ସହ ଆବେଦନ ବିଚାରାଧୀନ ଥିବା ସମୟ ପାଇଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପୀଡିତାଙ୍କ ପରିବାର ଏବଂ ମହିଳା ଅଧିକାର କର୍ମୀମାନେ ତୀବ୍ର ବିରୋଧ କରିଥିଲେ। ଏଭଳି ନିଷ୍ପତ୍ତି ଜନସାଧାରଣଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି ଏବଂ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଏହା ଏକ ଭୁଲ ବାର୍ତ୍ତା ଦେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ ୨୦୧୯ ଡିସେମ୍ବର ମାସରେ ଟ୍ରାଏଲ କୋର୍ଟ ସେଙ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କୁ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ (ମୃତ୍ୟୁ ପର୍ଯ୍ୟନ୍ତ ଜେଲ) ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବା ଫଳରେ ସେଙ୍ଗାରଙ୍କ ଜେଲରୁ ମୁକୁଳିବା ଆଶା ମଉଳି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର