ଅଯୋଧ୍ୟା ଶ୍ରୀରାମ ମନ୍ଦିର ଶିଖରରେ ଉଡିଲା ଧର୍ମଧ୍ୱଜା, ସ୍ଥାପନା କଲେ ପ୍ରଧାନମନ୍ତ୍ରୀ

Madhusudan Das Picture
Published On

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେଲା ଧ୍ଵଜାରୋହଣ। ରାମ ମନ୍ଦିର ଶିଖରରେ ଉଡିଲା ଧର୍ମଧ୍ୱଜା । ଧର୍ମଧ୍ଵଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ ।ଏହି ଧ୍ଵଜାରୋହଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ପୂରା ଅଯୋଧ୍ୟା ନଗରୀ। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ୱଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ୱଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି । ଧର୍ମଧ୍ୱଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଏହି ଧର୍ମଧ୍ଵଜା । ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ଯାହାର ଅର୍ଥ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଆଜିଠୁ ସ୍ଵଂୟ ସଂପୂର୍ଣ୍ଣ ହେଲା ମନ୍ଦିର। 

ଆହୁରି ପଢ଼ନ୍ତୁ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

ଧ୍ଵଜାରୋହଣ ଉତ୍ସବ ପାଇଁ ରାମ ମନ୍ଦିର ସହିତ ପୂରା ଅଯୋଧ୍ୟାକୁ ୧୦୦ ଟନ୍ ଫୁଲରେ ସଜ୍ଜିତ କରାଯାଇଛି। ପତାକାରେ ସୂର୍ଯ୍ୟ ଚିହ୍ନ ଥିବା ସହିତ ସେଥିରେ ଲେଖାଯାଇଛି ଓମ୍। ଏହା ସହିତ କୋବିଦାର ଗଛର ପ୍ରତୀକ ରହିଛି। ଏହା ସୂଚିତ କରିଥାଏ ପବିତ୍ରତା ଓ ସମୃଦ୍ଧି ଯାହାକି ହେଉଛି ରାମ ରାଜ୍ୟର ସଂକେତ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ: ଏସିଆରେ ଘନୀଭୂତ ହେଉଛି ଊର୍ଜା ସଙ୍କଟ, ଫିଲିପାଇନ୍ସରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

25 Nov 2025 By Madhusudan Das

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଶିଖରରେ ଉଡିଲା ଧର୍ମଧ୍ୱଜା, ସ୍ଥାପନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେଲା ଧ୍ଵଜାରୋହଣ। ରାମ ମନ୍ଦିର ଶିଖରରେ ଉଡିଲା ଧର୍ମଧ୍ୱଜା । ଧର୍ମଧ୍ଵଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କ ହାତରେ ହୋଇଛି ଏହି ଧ୍ୱଜାରୋହଣ ।ଏହି ଧ୍ଵଜାରୋହଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ପୂରା ଅଯୋଧ୍ୟା ନଗରୀ। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍’ । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ହୋଇଛି ଧ୍ୱଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ୱଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ଥିବାବେଳେ ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି କରାଯାଇଛି । ଧର୍ମଧ୍ୱଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଏହି ଧର୍ମଧ୍ଵଜା । ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା । ଯାହାର ଅର୍ଥ ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଆଜିଠୁ ସ୍ଵଂୟ ସଂପୂର୍ଣ୍ଣ ହେଲା ମନ୍ଦିର। 

ଧ୍ଵଜାରୋହଣ ଉତ୍ସବ ପାଇଁ ରାମ ମନ୍ଦିର ସହିତ ପୂରା ଅଯୋଧ୍ୟାକୁ ୧୦୦ ଟନ୍ ଫୁଲରେ ସଜ୍ଜିତ କରାଯାଇଛି। ପତାକାରେ ସୂର୍ଯ୍ୟ ଚିହ୍ନ ଥିବା ସହିତ ସେଥିରେ ଲେଖାଯାଇଛି ଓମ୍। ଏହା ସହିତ କୋବିଦାର ଗଛର ପ୍ରତୀକ ରହିଛି। ଏହା ସୂଚିତ କରିଥାଏ ପବିତ୍ରତା ଓ ସମୃଦ୍ଧି ଯାହାକି ହେଉଛି ରାମ ରାଜ୍ୟର ସଂକେତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର