ପାକିସ୍ତାନର ଭୟଙ୍କର ସ୍ଥିତି: ୧୧ ବର୍ଷର ରେକର୍ଡ ଭାଙ୍ଗିଲା ଦାରିଦ୍ର୍ୟ, ଖାଇବାକୁ ପାଉନାହାନ୍ତି ୭ କୋଟି ଲୋକ

Tapas Ranjan Nanda Picture
Published On

ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ସଙ୍ଗିନ ହେବାରେ ଲାଗିଛି। ଦେଶରେ ଦାରିଦ୍ର୍ୟ ହାର ଗତ ୧୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ୨୯ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ଆୟ ଅସମାନତା ମଧ୍ୟ ଗତ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଶୁକ୍ରବାର ଏକ ସରକାରୀ ସର୍ବେକ୍ଷଣ ରିପୋର୍ଟ ଜାରି କରି ଏହି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ପ୍ରାୟ ୭୦ ନିୟୁତ ବା ୭ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାତାରାତି କୋଟିପତି ହେଲେ ଉତ୍ତରପ୍ରଦେଶର ମହିଳା: ଆକାଉଣ୍ଟକୁ ହଠାତ୍ ଆସିଲା ୧୦ କୋଟି ଟଙ୍କା!

୨୦୨୪-୨୫ ଆର୍ଥିକ ବର୍ଷର ପ୍ରାରମ୍ଭିକ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଶାସନ କାଳର ପ୍ରଥମ ବର୍ଷରେ ଦାରିଦ୍ର୍ୟ ଅନୁପାତ ୨୦୧୯ରେ ଥିବା ୨୧.୯%ରୁ ବୃଦ୍ଧି ପାଇ ୨୮.୯% ହୋଇଯାଇଛି। ୨୦୧୪ ପରେ ଏହା ସର୍ବୋଚ୍ଚ ସ୍ତର। ସେହିପରି ଦେଶରେ ବେକାରୀ ହାର ୨୧ ବର୍ଷର ସର୍ବୋଚ୍ଚ ସ୍ତର ୭.୧% ରେ ପହଞ୍ଚିଛି। ସରକାରୀ ହିସାବ ଅନୁସାରେ, ମାସିକ ୮,୪୮୪ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଏଠାରେ ଗରିବ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ମୌଳିକ ଆବଶ୍ୟକତା ପୂରଣ ପାଇଁ ଅପର୍ଯ୍ୟାପ୍ତ।

ଆହୁରି ପଢ଼ନ୍ତୁ: ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ DGCA ଅଧ୍ୟକ୍ଷ

ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥିତି

ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୨୮.୨%ରୁ ୩୬.୨%କୁ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହା ୧୧%ରୁ ୧୭.୪%କୁ ବୃଦ୍ଧି ପାଇଛି। ପ୍ରାଦେଶିକ ତଥ୍ୟ ଦେଖିଲେ ବାଲୁଚିସ୍ତାନରେ ସର୍ବାଧିକ ୪୭% ଲୋକ ଗରିବ ଅଛନ୍ତି। ସେହିପରି ସିନ୍ଧରେ ୩୨.୬%, ଖାଇବର-ପାଖ୍ଟୁନଖ୍ୱାରେ ୩୫.୩% ଏବଂ ପଞ୍ଜାବରେ ୨୩.୩% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଖାଇବର-ପାଖ୍ଟୁନଖ୍ୱା ଏବଂ ବାଲୁଚିସ୍ତାନରେ ସୁରକ୍ଷା ଜନିତ ସମସ୍ୟା ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିବା ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ବିଗତ ସାତ ବର୍ଷ ମଧ୍ୟରେ ପରିବାରର ପ୍ରକୃତ ମାସିକ ଆୟ ୧୨% ହ୍ରାସ ପାଇ ୩୧,୧୨୭ ଟଙ୍କାକୁ ଖସି ଆସିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) କାର୍ଯ୍ୟକ୍ରମ ସହ ଜଡିତ ନୀତି, ସବସିଡି ପ୍ରତ୍ୟାହାର ଏବଂ ମୁଦ୍ରା ଅବମୂଲ୍ୟାୟନ ଯୋଗୁଁ ମୁଦ୍ରାସ୍ଫୀତି ବଢିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବଳ ଅଭିବୃଦ୍ଧି ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି।

21 Feb 2026 By Tapas Ranjan Nanda

ପାକିସ୍ତାନର ଭୟଙ୍କର ସ୍ଥିତି: ୧୧ ବର୍ଷର ରେକର୍ଡ ଭାଙ୍ଗିଲା ଦାରିଦ୍ର୍ୟ, ଖାଇବାକୁ ପାଉନାହାନ୍ତି ୭ କୋଟି ଲୋକ

ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ସଙ୍ଗିନ ହେବାରେ ଲାଗିଛି। ଦେଶରେ ଦାରିଦ୍ର୍ୟ ହାର ଗତ ୧୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ୨୯ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ଆୟ ଅସମାନତା ମଧ୍ୟ ଗତ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଶୁକ୍ରବାର ଏକ ସରକାରୀ ସର୍ବେକ୍ଷଣ ରିପୋର୍ଟ ଜାରି କରି ଏହି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ପ୍ରାୟ ୭୦ ନିୟୁତ ବା ୭ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷର ପ୍ରାରମ୍ଭିକ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଶାସନ କାଳର ପ୍ରଥମ ବର୍ଷରେ ଦାରିଦ୍ର୍ୟ ଅନୁପାତ ୨୦୧୯ରେ ଥିବା ୨୧.୯%ରୁ ବୃଦ୍ଧି ପାଇ ୨୮.୯% ହୋଇଯାଇଛି। ୨୦୧୪ ପରେ ଏହା ସର୍ବୋଚ୍ଚ ସ୍ତର। ସେହିପରି ଦେଶରେ ବେକାରୀ ହାର ୨୧ ବର୍ଷର ସର୍ବୋଚ୍ଚ ସ୍ତର ୭.୧% ରେ ପହଞ୍ଚିଛି। ସରକାରୀ ହିସାବ ଅନୁସାରେ, ମାସିକ ୮,୪୮୪ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଏଠାରେ ଗରିବ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ମୌଳିକ ଆବଶ୍ୟକତା ପୂରଣ ପାଇଁ ଅପର୍ଯ୍ୟାପ୍ତ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥିତି

ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୨୮.୨%ରୁ ୩୬.୨%କୁ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହା ୧୧%ରୁ ୧୭.୪%କୁ ବୃଦ୍ଧି ପାଇଛି। ପ୍ରାଦେଶିକ ତଥ୍ୟ ଦେଖିଲେ ବାଲୁଚିସ୍ତାନରେ ସର୍ବାଧିକ ୪୭% ଲୋକ ଗରିବ ଅଛନ୍ତି। ସେହିପରି ସିନ୍ଧରେ ୩୨.୬%, ଖାଇବର-ପାଖ୍ଟୁନଖ୍ୱାରେ ୩୫.୩% ଏବଂ ପଞ୍ଜାବରେ ୨୩.୩% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଖାଇବର-ପାଖ୍ଟୁନଖ୍ୱା ଏବଂ ବାଲୁଚିସ୍ତାନରେ ସୁରକ୍ଷା ଜନିତ ସମସ୍ୟା ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିବା ରିପୋର୍ଟରେ କୁହାଯାଇଛି।

ବିଗତ ସାତ ବର୍ଷ ମଧ୍ୟରେ ପରିବାରର ପ୍ରକୃତ ମାସିକ ଆୟ ୧୨% ହ୍ରାସ ପାଇ ୩୧,୧୨୭ ଟଙ୍କାକୁ ଖସି ଆସିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) କାର୍ଯ୍ୟକ୍ରମ ସହ ଜଡିତ ନୀତି, ସବସିଡି ପ୍ରତ୍ୟାହାର ଏବଂ ମୁଦ୍ରା ଅବମୂଲ୍ୟାୟନ ଯୋଗୁଁ ମୁଦ୍ରାସ୍ଫୀତି ବଢିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବଳ ଅଭିବୃଦ୍ଧି ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର