ନିର୍ବାଚନରେ ବଡ଼ ପରାଜୟ ପରେ ଉଜୁଡ଼ି ଗଲା ଲାଲୁଙ୍କ ପରିବାର; ରୋହିଣୀଙ୍କ ପରେ ଘର ଛାଡ଼ିଲେ ଆଉ ତିନି ଝିଅ

Madhusudan Das Picture
Published On

ପାଟନା: ବିହାର ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଅଦିନିଆ ଝଡ଼ ଆସିଛି। ପରିବାରର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ପରେ ଏବେ ବାପାଙ୍କୁ କିଡ୍‌ନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଏବଂ ପାର୍ଟି ଛାଡ଼ି ପଳାଇଛନ୍ତି । ତାଙ୍କୁ ସମର୍ଥନ କରି ଲାଲୁଙ୍କ ଆଉ ତିନି ଝିଅ ମଧ୍ୟ ଆଜି ପାଟନା ଘର ଛାଡ଼ି ପିଲାମାନଙ୍କୁ ନେଇ ଦିଲ୍ଲୀ ପଳାଇଛନ୍ତି । ଏହି ତିନି ଝିଅ ହେଲେ ରାଜଲକ୍ଷ୍ମୀ, ରାଗିନୀ ଏବଂ ଚନ୍ଦା । ସେମାନେ ମଧ୍ୟ ପରିବାର ସହିତ ସଂପର୍କ ତୁଟାଇବାକୁ ଘେରଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: କାନପୁରରେ ଲଜ୍ଜା: କୋଟିପତି ହେବା ପାଇଁ ବୋହୂକୁ ଉଲଗ୍ନ କରି ତାନ୍ତ୍ରିକ ପୂଜା, ଶାଶୁଘର ଲୋକଙ୍କ ନାମରେ ଏତଲା

ବାହାରର ଦୁଇ ବ୍ୟକ୍ତିଙ୍କ ଯୋଗୁଁ ଏବେ ଜଣଙ୍କ ପରେ ଜଣେ ଆରଜେଡି ଏବଂ ଲାଲୁଙ୍କୁ ଛାଡ଼ି ଚାଲି ଯାଉଛନ୍ତି । ରାଜନୀତି ଏବଂ ପରିବାର ଛାଡ଼ିବାର ଦିନକ ପରେ ରବିବାର ରୋହିଣୀ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ଗୁମର ଖୋଲିଛନ୍ତି । ସେ ତେଜସ୍ବୀ ଯାଦବ ଏବଂ ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ରୋହିଣୀ ଏକ କୋହଭରା ପୋଷ୍ଟରେ କହିଛନ୍ତି ଯେ ମୋତେ ଶ୍ବଶୁର ଘରଠାରୁ ଅଲଗା କରି ଅନାଥ ବନାଇ ଦିଆଗଲା। କାନ୍ଦି କାନ୍ଦି ଘର ଛାଡ଼ିବାକୁ ପଡ଼ିଲା। ମୋ ଉପରକୁ ମଧ୍ୟ ଚପଲ ଉଠାଗଲା। ଆତ୍ମସମ୍ମାନ ସହ ସାଲିସ ନ କରି ମୁଁ ବାହାରି ଆସିଲି। ଆଉ କେହି ମୋ ଭଳି ଦୁର୍ଦ୍ଦଶା ନଭୋଗନ୍ତୁ । କୌଣସି ଘରେ ମୋ ଭଳି ଭାଇ-ଭଉଣୀ ନ ରୁହନ୍ତୁ। ଏହି ପୋଷ୍ଟ ରୋହିଣୀ କିଡ୍‌ନୀ ଦେଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ରୋହିଣୀ ଲେଖିଛନ୍ତି ଯେ ଶନିବାର ମତେ ଗାଳିଗୁଲଜ କରାଯାଇଥିଲା। ବାପାଙ୍କୁ ଖରାପ କିଡନୀ ଦେଇ କୋଟି କୋଟି ଟଙ୍କା ଏବଂ ଟିକଟ ନେଇଥିବା କୁହାଯାଇଥିଲା ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ: ଏସିଆରେ ଘନୀଭୂତ ହେଉଛି ଊର୍ଜା ସଙ୍କଟ, ଫିଲିପାଇନ୍ସରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନିର୍ବାଚନରେ ପରାଜୟକୁ ନେଇ ତେଜସ୍ବୀ ଏବଂ ରୋହିଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶନିବାର ଅପରାହ୍ଣରେ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ତେଜସ୍ବୀ ପରାଜୟ ପାଇଁ ରୋହିଣୀଙ୍କୁ ଦାୟୀ କରିଥିଲେ। ତେଜସ୍ବୀ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ଲାଲୁ ପରିବାରର ଏହି ବିବାଦ ପଛରେ ବାହାରର ଦୁଇ ଜଣ ବ୍ୟକ୍ତିଙ୍କ ହାତ ଥିବା କୁହାଯାଉଛି। ସେମାନେ ହେଲେ ତେଜସ୍ବୀଙ୍କ ଘନିଷ୍ଠ ସଞ୍ଜୟ ଯାଦବ ଏବଂ ରମିଜ ଖାନ। ଉଭୟଙ୍କ ପାଇଁ ଭାଇ ତାଙ୍କୁ ଏଭଳି ବ୍ୟବହାର କଲା ବୋଲି ରୋହିଣୀ ଅଭିଯୋଗ କରିଛନ୍ତି । ଆଜି ମୁମ୍ବାଇ ଯିବା ସମୟରେ ରୋହିଣୀ କହିଛନ୍ତି, ସେ ତାଙ୍କର ସଂପର୍କ କେବଳ ତେଜସ୍ବୀଙ୍କ ସହ ତୁଟାଇଛନ୍ତି । ବାପା ମାଆ ଏବଂ ଅନ୍ୟ ଭାଇ ଭଉଣୀ ତାଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ଏହି ବିବାଦ ଉପରେ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ ।

ଆହୁରି ପଢ଼ନ୍ତୁ: ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ: ଅସହାୟ ଛାଡ଼ିଲେ କଟିବ ୧୫% ଦରମା

ଇତିମଧ୍ୟରେ ଏହି ବିବାଦକୁ ନେଇ ମୁହଁ ॥ଖୋଲିଛନ୍ତି ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ । ସେ କହିଛନ୍ତି ଯେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସେ ସହିଛନ୍ତି । କିନ୍ତୁ ତାଙ୍କ ଭଉଣୀ ରୋହିଣୀଙ୍କ ପ୍ରତି ହୋଇଥିବା ଅପମାନକୁ ସେ ଆଦୌ ସହିବେ ନାହିଁ । ବାହାର ଲୋକଙ୍କ ପାଇଁ ତାଙ୍କ ଘରେ ଝଗଡ଼ା ହେଉଛି ଏବଂ ଏହା ଗ୍ରହଣୀୟ ନୁହେଁ । ବାପା (ଲାଲୁ)ଙ୍କ ଇସାରା ମିଳିବା ମାତ୍ରେ ରାଜ୍ୟବାସୀ ଏହି ବାହାର ଲୋକଙ୍କୁ ସାବାଡ଼ କରିଦେବେ । ସୂଚନାଯୋଗ୍ୟ ଯେ  ନିର୍ବାଚନ ପୂର୍ବରୁ ଲାଲୁ ତାଙ୍କ ପରିବାର ଓ ଦଳରୁ ତେଜ ପ୍ରତାପଙ୍କୁ ବହିଷ୍କାର କରିଥିଲେ । ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ପାଇଁ ତେଜ ପ୍ରତାପଙ୍କୁ ବିଦା କରାଯାଇଥିଲା । ଏହାପରେ ତେଜ ପ୍ରତାପ ନୂଆ ଦଳ ଗଠନ କରି ଆରଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ସମସ୍ତେ ହାରିଯାଇଥିଲେ ।

17 Nov 2025 By Madhusudan Das

ନିର୍ବାଚନରେ ବଡ଼ ପରାଜୟ ପରେ ଉଜୁଡ଼ି ଗଲା ଲାଲୁଙ୍କ ପରିବାର; ରୋହିଣୀଙ୍କ ପରେ ଘର ଛାଡ଼ିଲେ ଆଉ ତିନି ଝିଅ

ପାଟନା: ବିହାର ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଅଦିନିଆ ଝଡ଼ ଆସିଛି। ପରିବାରର ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ପରେ ଏବେ ବାପାଙ୍କୁ କିଡ୍‌ନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଏବଂ ପାର୍ଟି ଛାଡ଼ି ପଳାଇଛନ୍ତି । ତାଙ୍କୁ ସମର୍ଥନ କରି ଲାଲୁଙ୍କ ଆଉ ତିନି ଝିଅ ମଧ୍ୟ ଆଜି ପାଟନା ଘର ଛାଡ଼ି ପିଲାମାନଙ୍କୁ ନେଇ ଦିଲ୍ଲୀ ପଳାଇଛନ୍ତି । ଏହି ତିନି ଝିଅ ହେଲେ ରାଜଲକ୍ଷ୍ମୀ, ରାଗିନୀ ଏବଂ ଚନ୍ଦା । ସେମାନେ ମଧ୍ୟ ପରିବାର ସହିତ ସଂପର୍କ ତୁଟାଇବାକୁ ଘେରଷଣା କରିଛନ୍ତି ।

ବାହାରର ଦୁଇ ବ୍ୟକ୍ତିଙ୍କ ଯୋଗୁଁ ଏବେ ଜଣଙ୍କ ପରେ ଜଣେ ଆରଜେଡି ଏବଂ ଲାଲୁଙ୍କୁ ଛାଡ଼ି ଚାଲି ଯାଉଛନ୍ତି । ରାଜନୀତି ଏବଂ ପରିବାର ଛାଡ଼ିବାର ଦିନକ ପରେ ରବିବାର ରୋହିଣୀ ସାମାଜିକ ଗଣମାଧ୍ୟମ ପୋଷ୍ଟ ମାଧ୍ୟମରେ ଗୁମର ଖୋଲିଛନ୍ତି । ସେ ତେଜସ୍ବୀ ଯାଦବ ଏବଂ ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ରୋହିଣୀ ଏକ କୋହଭରା ପୋଷ୍ଟରେ କହିଛନ୍ତି ଯେ ମୋତେ ଶ୍ବଶୁର ଘରଠାରୁ ଅଲଗା କରି ଅନାଥ ବନାଇ ଦିଆଗଲା। କାନ୍ଦି କାନ୍ଦି ଘର ଛାଡ଼ିବାକୁ ପଡ଼ିଲା। ମୋ ଉପରକୁ ମଧ୍ୟ ଚପଲ ଉଠାଗଲା। ଆତ୍ମସମ୍ମାନ ସହ ସାଲିସ ନ କରି ମୁଁ ବାହାରି ଆସିଲି। ଆଉ କେହି ମୋ ଭଳି ଦୁର୍ଦ୍ଦଶା ନଭୋଗନ୍ତୁ । କୌଣସି ଘରେ ମୋ ଭଳି ଭାଇ-ଭଉଣୀ ନ ରୁହନ୍ତୁ। ଏହି ପୋଷ୍ଟ ରୋହିଣୀ କିଡ୍‌ନୀ ଦେଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ରୋହିଣୀ ଲେଖିଛନ୍ତି ଯେ ଶନିବାର ମତେ ଗାଳିଗୁଲଜ କରାଯାଇଥିଲା। ବାପାଙ୍କୁ ଖରାପ କିଡନୀ ଦେଇ କୋଟି କୋଟି ଟଙ୍କା ଏବଂ ଟିକଟ ନେଇଥିବା କୁହାଯାଇଥିଲା ।

ନିର୍ବାଚନରେ ପରାଜୟକୁ ନେଇ ତେଜସ୍ବୀ ଏବଂ ରୋହିଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶନିବାର ଅପରାହ୍ଣରେ ଇଣ୍ଡିଆ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ତେଜସ୍ବୀ ପରାଜୟ ପାଇଁ ରୋହିଣୀଙ୍କୁ ଦାୟୀ କରିଥିଲେ। ତେଜସ୍ବୀ ତାଙ୍କ ଉପରକୁ ଚପଲ ଫୋପାଡ଼ି ଥିଲେ। ଲାଲୁ ପରିବାରର ଏହି ବିବାଦ ପଛରେ ବାହାରର ଦୁଇ ଜଣ ବ୍ୟକ୍ତିଙ୍କ ହାତ ଥିବା କୁହାଯାଉଛି। ସେମାନେ ହେଲେ ତେଜସ୍ବୀଙ୍କ ଘନିଷ୍ଠ ସଞ୍ଜୟ ଯାଦବ ଏବଂ ରମିଜ ଖାନ। ଉଭୟଙ୍କ ପାଇଁ ଭାଇ ତାଙ୍କୁ ଏଭଳି ବ୍ୟବହାର କଲା ବୋଲି ରୋହିଣୀ ଅଭିଯୋଗ କରିଛନ୍ତି । ଆଜି ମୁମ୍ବାଇ ଯିବା ସମୟରେ ରୋହିଣୀ କହିଛନ୍ତି, ସେ ତାଙ୍କର ସଂପର୍କ କେବଳ ତେଜସ୍ବୀଙ୍କ ସହ ତୁଟାଇଛନ୍ତି । ବାପା ମାଆ ଏବଂ ଅନ୍ୟ ଭାଇ ଭଉଣୀ ତାଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି । ଏହି ବିବାଦ ଉପରେ ସେ ଅଧିକ କିଛି କହିବାକୁ ମନା କରିଦେଇଥିଲେ ।

ଇତିମଧ୍ୟରେ ଏହି ବିବାଦକୁ ନେଇ ମୁହଁ ॥ଖୋଲିଛନ୍ତି ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ । ସେ କହିଛନ୍ତି ଯେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ସେ ସହିଛନ୍ତି । କିନ୍ତୁ ତାଙ୍କ ଭଉଣୀ ରୋହିଣୀଙ୍କ ପ୍ରତି ହୋଇଥିବା ଅପମାନକୁ ସେ ଆଦୌ ସହିବେ ନାହିଁ । ବାହାର ଲୋକଙ୍କ ପାଇଁ ତାଙ୍କ ଘରେ ଝଗଡ଼ା ହେଉଛି ଏବଂ ଏହା ଗ୍ରହଣୀୟ ନୁହେଁ । ବାପା (ଲାଲୁ)ଙ୍କ ଇସାରା ମିଳିବା ମାତ୍ରେ ରାଜ୍ୟବାସୀ ଏହି ବାହାର ଲୋକଙ୍କୁ ସାବାଡ଼ କରିଦେବେ । ସୂଚନାଯୋଗ୍ୟ ଯେ  ନିର୍ବାଚନ ପୂର୍ବରୁ ଲାଲୁ ତାଙ୍କ ପରିବାର ଓ ଦଳରୁ ତେଜ ପ୍ରତାପଙ୍କୁ ବହିଷ୍କାର କରିଥିଲେ । ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ପାଇଁ ତେଜ ପ୍ରତାପଙ୍କୁ ବିଦା କରାଯାଇଥିଲା । ଏହାପରେ ତେଜ ପ୍ରତାପ ନୂଆ ଦଳ ଗଠନ କରି ଆରଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ସମସ୍ତେ ହାରିଯାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର