ଗୋଟିଏ 'Spelling Mistake' ଧରାଇଦେଲା ମହାଠକେଇ: ଜାଲ୍ ସାର୍ଟିଫିକେଟରେ ସରକାରୀ ଚାକିରି କରୁଥିବା ୨୦ ଗିରଫ

Suryakanta Picture
Published On

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ବଡ଼ ଧରଣର ନିଯୁକ୍ତି ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଗୋଟିଏ ଛୋଟ ଇଂରାଜୀ ବନାନ ବା 'ସ୍ପେଲିଂ' ଭୁଲ୍ ଯୋଗୁଁ ଏକ ବିରାଟ ଫେକ୍ ନେଟୱର୍କ ପୋଲିସ୍ ହାବୁଡ଼ରେ ପଡ଼ିଛି। ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାଲ୍ ସାର୍ଟିଫିକେଟ୍ ବଳରେ ସରକାରୀ ଚାକିରି ହାତେଇଥିବା ୨୦ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ

କେମିତି ହୋଇଥିଲା ଠକେଇ?

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ହୋଇଥିବା ତୃତୀୟ ଶ୍ରେଣୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କ୍ରୀଡ଼ା କୋଟା (ସ୍ପୋର୍ଟସ୍ କୋଟା) ଅଧୀନରେ ଚାକିରି ପାଇବା ପାଇଁ ଏହି ଠକେଇ କରାଯାଇଥିଲା। ଅଭିଯୁକ୍ତମାନେ ତାଇକ୍ୱୋଣ୍ଡୋ ଖେଳର ଜାଲ୍ ପ୍ରମାଣପତ୍ର ଏବଂ ନକଲି ଭେରିଫିକେସନ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଶିକ୍ଷା ବିଭାଗକୁ ବୋକା ବନାଇବା ପାଇଁ ସେମାନେ ତାଇକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ନାମରେ ଏକ ନକଲି ଇମେଲ୍ ଆଇଡି ମଧ୍ୟ ତିଆରି କରିଥିଲେ।

ଆହୁରି ପଢ଼ନ୍ତୁ: ତେହେରାନରେ ଥିବା ପୂର୍ବତନ ଆମେରିକୀୟ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍, ବ୍ୟାପକ କ୍ଷତିଗ୍ରସ୍ତ ଆଶଙ୍କା

ଗୋଟିଏ ଭୁଲ୍ ସ୍ପେଲିଂ ଓ ଖୋଲିଗଲା ପୋଲ୍

ଏହି ପୂରା ଘୋଟାଲାର ପର୍ଦ୍ଦାଫାଶ କୌଣସି ବଡ଼ ଟେକ୍ନିକାଲ୍ ତଦନ୍ତରୁ ନୁହେଁ, ବରଂ ଗୋଟିଏ ଇମେଲ୍ ସ୍କ୍ରିନସଟରୁ ହୋଇଥିଲା। ଅଭିଯୁକ୍ତମାନେ ଶିକ୍ଷା ବିଭାଗକୁ ପଠାଇଥିବା ଇମେଲରେ ଇଂରାଜୀ ଶବ୍ଦ "Secretary" (ସେକ୍ରେଟାରୀ) ର ସ୍ପେଲିଂ ଭୁଲ୍ ଲେଖିଥିଲେ। ଏତେ ବଡ଼ ଜାତୀୟ ଫେଡେରେସନର ଅଫିସିଆଲ୍ ଇମେଲରେ ଏଭଳି ସାଧାରଣ ବନାନଗତ ତ୍ରୁଟି ଦେଖି ଅଧିକାରୀମାନଙ୍କର ସନ୍ଦେହ ହୋଇଥିଲା। ଏହା ପରେ SOG କୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲେ ବିବାହିତ ନୌସେନା କର୍ମଚାରୀ

ଦୁବାଇରୁ ଅପରେଟ୍ ହେଉଥିଲା ଫେକ୍ ଇମେଲ୍

SOG ଏଡିଜି ବିଶାଲ ବଂଶଲଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହେବା ପରେ ଜଣାପଡ଼ିଥିଲା ଯେ, ଏହି ସନ୍ଦିଗ୍ଧ ଇମେଲ୍ ଆଇଡିଟି ଦୁବାଇରୁ ତିଆରି କରାଯାଇଥିଲା ଏବଂ ଏହାକୁ ବିମଳେନ୍ଦୁ କୁମାର ଝା ନାମକ ଜଣେ ବ୍ୟକ୍ତି ଅପରେଟ୍ କରୁଥିଲେ। ଫେଡେରେସନର ଅଫିସିଆଲ୍ ତାଲିକାରେ ଏହି ବ୍ୟକ୍ତିଙ୍କ ନାମ ନଥିଲା। ଏହା ପରେ SOG ଟିମ୍ ବିମଳେନ୍ଦୁ ଓ ତାଙ୍କ ସହଯୋଗୀ ରବି ଶର୍ମାଙ୍କୁ ଗିରଫ କରିଥିଲା।

ଏହା ସହିତ ରାଜସ୍ଥାନର ୧୪ଟି ଜିଲ୍ଲା ଏବଂ ହରିୟାଣାରେ ଏକକାଳୀନ ଚଢ଼ାଉ କରାଯାଇ ଜାଲିଆତି କରି ଶିକ୍ଷକ ଚାକିରି ପାଇଥିବା ୧୯ ଜଣ ପ୍ରାର୍ଥୀଙ୍କୁ ଗିରଫ କରାଯାଇଛି। ପୋଲିସ୍ ଏହି ରାକେଟରେ ସାମିଲ ଥିବା ଅନ୍ୟ ଦଲାଲମାନଙ୍କର ସନ୍ଧାନ ଜାରି ରଖିଛି।

14 Mar 2026 By Suryakanta

ଗୋଟିଏ 'Spelling Mistake' ଧରାଇଦେଲା ମହାଠକେଇ: ଜାଲ୍ ସାର୍ଟିଫିକେଟରେ ସରକାରୀ ଚାକିରି କରୁଥିବା ୨୦ ଗିରଫ

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ବଡ଼ ଧରଣର ନିଯୁକ୍ତି ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଗୋଟିଏ ଛୋଟ ଇଂରାଜୀ ବନାନ ବା 'ସ୍ପେଲିଂ' ଭୁଲ୍ ଯୋଗୁଁ ଏକ ବିରାଟ ଫେକ୍ ନେଟୱର୍କ ପୋଲିସ୍ ହାବୁଡ଼ରେ ପଡ଼ିଛି। ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାଲ୍ ସାର୍ଟିଫିକେଟ୍ ବଳରେ ସରକାରୀ ଚାକିରି ହାତେଇଥିବା ୨୦ ଜଣଙ୍କୁ ଗିରଫ କରିଛି।

କେମିତି ହୋଇଥିଲା ଠକେଇ?

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ହୋଇଥିବା ତୃତୀୟ ଶ୍ରେଣୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କ୍ରୀଡ଼ା କୋଟା (ସ୍ପୋର୍ଟସ୍ କୋଟା) ଅଧୀନରେ ଚାକିରି ପାଇବା ପାଇଁ ଏହି ଠକେଇ କରାଯାଇଥିଲା। ଅଭିଯୁକ୍ତମାନେ ତାଇକ୍ୱୋଣ୍ଡୋ ଖେଳର ଜାଲ୍ ପ୍ରମାଣପତ୍ର ଏବଂ ନକଲି ଭେରିଫିକେସନ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଶିକ୍ଷା ବିଭାଗକୁ ବୋକା ବନାଇବା ପାଇଁ ସେମାନେ ତାଇକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ନାମରେ ଏକ ନକଲି ଇମେଲ୍ ଆଇଡି ମଧ୍ୟ ତିଆରି କରିଥିଲେ।

ଗୋଟିଏ ଭୁଲ୍ ସ୍ପେଲିଂ ଓ ଖୋଲିଗଲା ପୋଲ୍

ଏହି ପୂରା ଘୋଟାଲାର ପର୍ଦ୍ଦାଫାଶ କୌଣସି ବଡ଼ ଟେକ୍ନିକାଲ୍ ତଦନ୍ତରୁ ନୁହେଁ, ବରଂ ଗୋଟିଏ ଇମେଲ୍ ସ୍କ୍ରିନସଟରୁ ହୋଇଥିଲା। ଅଭିଯୁକ୍ତମାନେ ଶିକ୍ଷା ବିଭାଗକୁ ପଠାଇଥିବା ଇମେଲରେ ଇଂରାଜୀ ଶବ୍ଦ "Secretary" (ସେକ୍ରେଟାରୀ) ର ସ୍ପେଲିଂ ଭୁଲ୍ ଲେଖିଥିଲେ। ଏତେ ବଡ଼ ଜାତୀୟ ଫେଡେରେସନର ଅଫିସିଆଲ୍ ଇମେଲରେ ଏଭଳି ସାଧାରଣ ବନାନଗତ ତ୍ରୁଟି ଦେଖି ଅଧିକାରୀମାନଙ୍କର ସନ୍ଦେହ ହୋଇଥିଲା। ଏହା ପରେ SOG କୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା।

ଦୁବାଇରୁ ଅପରେଟ୍ ହେଉଥିଲା ଫେକ୍ ଇମେଲ୍

SOG ଏଡିଜି ବିଶାଲ ବଂଶଲଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହେବା ପରେ ଜଣାପଡ଼ିଥିଲା ଯେ, ଏହି ସନ୍ଦିଗ୍ଧ ଇମେଲ୍ ଆଇଡିଟି ଦୁବାଇରୁ ତିଆରି କରାଯାଇଥିଲା ଏବଂ ଏହାକୁ ବିମଳେନ୍ଦୁ କୁମାର ଝା ନାମକ ଜଣେ ବ୍ୟକ୍ତି ଅପରେଟ୍ କରୁଥିଲେ। ଫେଡେରେସନର ଅଫିସିଆଲ୍ ତାଲିକାରେ ଏହି ବ୍ୟକ୍ତିଙ୍କ ନାମ ନଥିଲା। ଏହା ପରେ SOG ଟିମ୍ ବିମଳେନ୍ଦୁ ଓ ତାଙ୍କ ସହଯୋଗୀ ରବି ଶର୍ମାଙ୍କୁ ଗିରଫ କରିଥିଲା।

ଏହା ସହିତ ରାଜସ୍ଥାନର ୧୪ଟି ଜିଲ୍ଲା ଏବଂ ହରିୟାଣାରେ ଏକକାଳୀନ ଚଢ଼ାଉ କରାଯାଇ ଜାଲିଆତି କରି ଶିକ୍ଷକ ଚାକିରି ପାଇଥିବା ୧୯ ଜଣ ପ୍ରାର୍ଥୀଙ୍କୁ ଗିରଫ କରାଯାଇଛି। ପୋଲିସ୍ ଏହି ରାକେଟରେ ସାମିଲ ଥିବା ଅନ୍ୟ ଦଲାଲମାନଙ୍କର ସନ୍ଧାନ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର