ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ିବାକୁ ପରାମର୍ଶ, ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି

Madhusudan Das Picture
Published On

ନୂଆଦିଲ୍ଲୀ: ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ତେହେରାନ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି । ସମ୍ଭାବ୍ୟ ଆମେରିକା ଆକ୍ରମଣ ଆଶଙ୍କାରେ ଆଡଭାଇଜରୀ ଜାରି କରାଯାଇଛି । ଇରାନରେ ଲାଗି ରହିଥିବା ତୀବ୍ର ବିକ୍ଷୋଭ ଏବଂ ଅଶାନ୍ତି ମଧ୍ୟରେ ଭାରତ ସରକାର ବୁଧବାର ସେଠାରେ ଥିବା ନିଜ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ ଜାରି କରିଛନ୍ତି। ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଉପଲବ୍ଧ ଯେକୌଣସି ମାଧ୍ୟମରେ, ବିଶେଷକରି ବାଣିଜ୍ୟିକ ବିମାନ ଯୋଗେ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ବେଲୁଚିସ୍ତାନରେ ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: କ୍ୱେଟା ସମେତ ଅନେକ ଜିଲ୍ଲାରେ ଯୋଗାଣ ଠପ୍

ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ତୁରନ୍ତ ଦେଶ ଛାଡ଼ି ଚାଲି ଆସନ୍ତୁ । ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ସଂପର୍କ କରନ୍ତୁ । କୌଣସି ଘଟଣା ଜାଣିବା ପାଇଁ ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ଭାରତୀୟ ନାଗରିକ କର୍ମସିଆଲ ବିମାନ ହେଉ ଅବା ଅନ୍ୟ କୌଣସି ଟ୍ରାନ୍ସପୋର୍ଟ ଜରିଆରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ରାମ ନବମୀ ପାଳିତ: ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା 'ସୂର୍ଯ୍ୟ ତିଳକ'

ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
* ବିକ୍ଷୋଭ କିମ୍ବା ଆନ୍ଦୋଳନ ହେଉଥିବା ସ୍ଥାନକୁ ଯିବାକୁ ବାରଣ କରାଯାଇଛି।
* ସମସ୍ତ ନାଗରିକ ନିଜର ଯାତ୍ରା ଏବଂ ଇମିଗ୍ରେସନ୍ ଡକ୍ୟୁମେଣ୍ଟ (ପାସପୋର୍ଟ ଓ ID) ନିଜ ପାଖରେ ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଇଛି।
* ଯେକୌଣସି ସହାୟତା ପାଇଁ ତେହେରାନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ଘଟଣାକ୍ରମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାର ଦିନକ ପରେ ଆସିଛି। ମଙ୍ଗଳବାର ଦିନ ଟ୍ରମ୍ପ ଇରାନୀ ଅଧିକାରୀଙ୍କ ସହ ହେବାକୁ ଥିବା ସମସ୍ତ ବୈଠକ ବାତିଲ କରିଦେଇଛନ୍ତି। ଏହା ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ (Truth Social)ରେ ସେ ଲେଖିଛନ୍ତି ଯେ, "ସାହାଯ୍ୟ ରାସ୍ତାରେ ଅଛି" (Help is on its way), ଯାହା ପରିସ୍ଥିତିକୁ ଆହୁରି ସମ୍ବେଦନଶୀଳ କରିଛି।

14 Jan 2026 By Madhusudan Das

ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ିବାକୁ ପରାମର୍ଶ, ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ତେହେରାନ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି । ସମ୍ଭାବ୍ୟ ଆମେରିକା ଆକ୍ରମଣ ଆଶଙ୍କାରେ ଆଡଭାଇଜରୀ ଜାରି କରାଯାଇଛି । ଇରାନରେ ଲାଗି ରହିଥିବା ତୀବ୍ର ବିକ୍ଷୋଭ ଏବଂ ଅଶାନ୍ତି ମଧ୍ୟରେ ଭାରତ ସରକାର ବୁଧବାର ସେଠାରେ ଥିବା ନିଜ ନାଗରିକଙ୍କ ପାଇଁ ଏକ ଜରୁରୀ ପରାମର୍ଶ ଜାରି କରିଛନ୍ତି। ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଉପଲବ୍ଧ ଯେକୌଣସି ମାଧ୍ୟମରେ, ବିଶେଷକରି ବାଣିଜ୍ୟିକ ବିମାନ ଯୋଗେ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକମାନେ ତୁରନ୍ତ ଦେଶ ଛାଡ଼ି ଚାଲି ଆସନ୍ତୁ । ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ସଂପର୍କ କରନ୍ତୁ । କୌଣସି ଘଟଣା ଜାଣିବା ପାଇଁ ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ଭାରତୀୟ ନାଗରିକ କର୍ମସିଆଲ ବିମାନ ହେଉ ଅବା ଅନ୍ୟ କୌଣସି ଟ୍ରାନ୍ସପୋର୍ଟ ଜରିଆରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
* ବିକ୍ଷୋଭ କିମ୍ବା ଆନ୍ଦୋଳନ ହେଉଥିବା ସ୍ଥାନକୁ ଯିବାକୁ ବାରଣ କରାଯାଇଛି।
* ସମସ୍ତ ନାଗରିକ ନିଜର ଯାତ୍ରା ଏବଂ ଇମିଗ୍ରେସନ୍ ଡକ୍ୟୁମେଣ୍ଟ (ପାସପୋର୍ଟ ଓ ID) ନିଜ ପାଖରେ ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଇଛି।
* ଯେକୌଣସି ସହାୟତା ପାଇଁ ତେହେରାନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ଘଟଣାକ୍ରମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାର ଦିନକ ପରେ ଆସିଛି। ମଙ୍ଗଳବାର ଦିନ ଟ୍ରମ୍ପ ଇରାନୀ ଅଧିକାରୀଙ୍କ ସହ ହେବାକୁ ଥିବା ସମସ୍ତ ବୈଠକ ବାତିଲ କରିଦେଇଛନ୍ତି। ଏହା ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ (Truth Social)ରେ ସେ ଲେଖିଛନ୍ତି ଯେ, "ସାହାଯ୍ୟ ରାସ୍ତାରେ ଅଛି" (Help is on its way), ଯାହା ପରିସ୍ଥିତିକୁ ଆହୁରି ସମ୍ବେଦନଶୀଳ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର