ଆଜି ଭୋଟ୍ ଦେଉଛି ବିହାର: ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଚାଲିଛି ମତଦାନ

ତେଜସ୍ବୀ, ତେଜପ୍ରତାପଙ୍କ ସମେତ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

Madhusudan Das Picture
Published On

ପାଟନା: ବିହାର ବିଧାନସଭା ପାଇଁ ଆଜି ଚାଲିଛି  ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି ।  ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ୧୧ତାରିଖରେ ଅବଶିଷ୍ଟ ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

ଆଜି ଯେଉଁ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ଭାଇ ତେଜପ୍ରତାପ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଓ ଅନନ୍ତ ସିଂହ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସାମିଲ ଥିବା ୧୮ଟି ଜିଲ୍ଲା ହେଲା ପାଟନା, ଭୋଜପୁର, ବକ୍ସର, ଗୋପାଳଗଞ୍ଜ, ସିବାନ, ସାରନ, ମୁଜାଫରପୁର, ବୈଶାଳୀ, ସମଷ୍ଟିପୁର, ମାଧେପୁରା, ସହର୍ଶା, ଖାଗାରିଆ, ବେଗୁସରାଇ, ମୁଙ୍ଗେର, ଲକ୍ଷିସରାଇ, ଶେଖପୁରା ଓ ନାଳନ୍ଦା । ଏହି ନିର୍ବାଚନରେ ଦରଭଙ୍ଗା, ମୁଙ୍ଗେର ଓ ପାଟନା ଡିଭିଜନ୍‌‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । 

ଆହୁରି ପଢ଼ନ୍ତୁ: Hormuz Access ପ୍ରଣାଳୀରେ ନିୟମ କୋହଳ କଲା ଇରାନ: ୨୦ଟି ଫସିଥିବା ଭାରତୀୟ ଜାହାଜ ପାଇଁ ଆଶ୍ୱସ୍ତି

ଶାସକ ଏନ୍‌‌ଡିଏରୁ ଜେଡିୟୁ ୫୭, ବିଜେପି ୪୮, ଏଜେପି (ରାମ ବିଳାଶ) ୧୩, ଆରଏଲ୍‌‌ଏମ୍‌‌ ୨, ହାମ୍‌‌ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସପିଆଇ(ଏମ୍‌‌ଏଲ) ୧୪ ଓ ଭିଆଇପି ଏବଂ ସିପିଆଇ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି

06 Nov 2025 By Madhusudan Das

ଆଜି ଭୋଟ୍ ଦେଉଛି ବିହାର: ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଚାଲିଛି ମତଦାନ

ତେଜସ୍ବୀ, ତେଜପ୍ରତାପଙ୍କ ସମେତ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

ପାଟନା: ବିହାର ବିଧାନସଭା ପାଇଁ ଆଜି ଚାଲିଛି  ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି ।  ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ୧୧ତାରିଖରେ ଅବଶିଷ୍ଟ ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।

ଆଜି ଯେଉଁ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ଭାଇ ତେଜପ୍ରତାପ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଓ ଅନନ୍ତ ସିଂହ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସାମିଲ ଥିବା ୧୮ଟି ଜିଲ୍ଲା ହେଲା ପାଟନା, ଭୋଜପୁର, ବକ୍ସର, ଗୋପାଳଗଞ୍ଜ, ସିବାନ, ସାରନ, ମୁଜାଫରପୁର, ବୈଶାଳୀ, ସମଷ୍ଟିପୁର, ମାଧେପୁରା, ସହର୍ଶା, ଖାଗାରିଆ, ବେଗୁସରାଇ, ମୁଙ୍ଗେର, ଲକ୍ଷିସରାଇ, ଶେଖପୁରା ଓ ନାଳନ୍ଦା । ଏହି ନିର୍ବାଚନରେ ଦରଭଙ୍ଗା, ମୁଙ୍ଗେର ଓ ପାଟନା ଡିଭିଜନ୍‌‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । 

ଶାସକ ଏନ୍‌‌ଡିଏରୁ ଜେଡିୟୁ ୫୭, ବିଜେପି ୪୮, ଏଜେପି (ରାମ ବିଳାଶ) ୧୩, ଆରଏଲ୍‌‌ଏମ୍‌‌ ୨, ହାମ୍‌‌ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସପିଆଇ(ଏମ୍‌‌ଏଲ) ୧୪ ଓ ଭିଆଇପି ଏବଂ ସିପିଆଇ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର