ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI

Suryakanta Picture
Published On

ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।

ଆହୁରି ପଢ଼ନ୍ତୁ: ପଡ଼ୋଶୀଙ୍କ ଉପରେ ପ୍ରତିଶୋଧ ନେବାକୁ ବଜାଇଲେ ଭୂତଙ୍କ ଶବ୍ଦ: ୧୦ ଘଣ୍ଟା ଧରି ଚାଲିଲା ଖେଳ, ଶେଷରେ ଅଦାଲତ ଶୁଣାଇଲେ କଡ଼ା ନିଷ୍ପତ୍ତି

କେତେ ବଢ଼ିଲା ଦର?

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର, ବିଲ୍‌ରେ ମୋହର ମାରିଲେ ଗଭର୍ଣ୍ଣର

କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?

ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।

ଆହୁରି ପଢ଼ନ୍ତୁ: ୨୦୦ କୋଟି ଟଙ୍କା ଠକେଇ ମାମଲା: ଦିଲ୍ଲୀ ହାଇକୋର୍ଟରେ ସୁକେଶ-ଲୀନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ଜ୍ୟାକଲିନଙ୍କ ନାମ ନେଲେ ଲୀନା

କ'ଣ ରହିଛି ନିୟମ ଓ ସୁବିଧା?

ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।

ବାର୍ଷିକ ପାସର ଲୋକପ୍ରିୟତା

ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%)ଦିଲ୍ଲୀ (୧୧.୫%) ରହିଛନ୍ତି।

15 Mar 2026 By Suryakanta

ଏପ୍ରିଲ୍ ୧ରୁ ମହଙ୍ଗା ହେବ ଫାସଟ୍ୟାଗ୍ (FASTag) ବାର୍ଷିକ ପାସ୍, ଏତିକି ଟଙ୍କା ବୃଦ୍ଧି କଲା NHAI

ଯଦି ଆପଣ ନିୟମିତ ଭାବରେ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଫାସଟ୍ୟାଗ୍ ବାର୍ଷିକ ପାସ୍ (FASTag Annual Pass) ର ଦର ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ୍ ୧, ୨୦୨୬ ରୁ ଏହି ନୂଆ ଦର ଲାଗୁ ହେବ। ଫଳରେ ଏଣିକି ରାଜପଥରେ ଯାତ୍ରା କରିବା ଆଗପେକ୍ଷା ସାମାନ୍ୟ ମହଙ୍ଗା ହେବ।

କେତେ ବଢ଼ିଲା ଦର?

ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ NHAI ଏହି ବାର୍ଷିକ ପାସର ମୂଲ୍ୟରେ ୨.୫ ପ୍ରତିଶତ ଅର୍ଥାତ୍ ୭୫ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ଏହି ବାର୍ଷିକ ପାସ୍ ପାଇଁ ୩,୦୦୦ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏପ୍ରିଲ୍ ୧ ତାରିଖରୁ ନୂଆ ପାସ୍ କିଣିଲେ ବା ରିନ୍ୟୁ କଲେ ଗ୍ରାହକଙ୍କୁ ୩,୦୭୫ ଟଙ୍କା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିୟମ ଅନୁଯାୟୀ ପ୍ରତିବର୍ଷ ଏହି ଟୋଲ୍ ଦର ସଂଶୋଧନ କରାଯାଇଥାଏ।

କାହା ପାଇଁ ଉଦ୍ଦିଷ୍ଟ ଏହି ପାସ୍?

ଏହି ଫାସଟ୍ୟାଗ୍ ବାର୍ଷିକ ପାସ୍ କେବଳ ବ୍ୟକ୍ତିଗତ ବା ପ୍ରାଇଭେଟ୍ ଗାଡ଼ି (ଯେପରିକି- କାର୍, ଜିପ୍ ଏବଂ ଭ୍ୟାନ୍) ପାଇଁ ଉପଲବ୍ଧ। କୌଣସି ବ୍ୟବସାୟିକ ବା କମର୍ସିଆଲ୍ ଗାଡ଼ି ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ। ଏହି ପାସ୍ ଆକ୍ଟିଭ୍ କରିବାକୁ ହେଲେ ଗାଡ଼ିର ୱିଣ୍ଡସିଲ୍ଡରେ ଏକ ବୈଧ ଏବଂ ସକ୍ରିୟ ଫାସଟ୍ୟାଗ୍ (FASTag) ଲାଗିଥିବା ବାଧ୍ୟତାମୂଳକ।

କ'ଣ ରହିଛି ନିୟମ ଓ ସୁବିଧା?

ବାରମ୍ବାର ଟୋଲ୍ ପ୍ଲାଜା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ଗତ ୧୫ ଅଗଷ୍ଟ ୨୦୨୫ ରେ NHAI ପକ୍ଷରୁ ଏହି ସ୍ୱତନ୍ତ୍ର ପାସ୍ ଆରମ୍ଭ କରାଯାଇଥିଲା। ଗୋଟିଏ ଥର ପାସ୍ କିଣିବା ପରେ ଏହା ୧ ବର୍ଷ ପର୍ଯ୍ୟନ୍ତ କିମ୍ବା ସର୍ବାଧିକ ୨୦୦ ଥର ଟୋଲ୍ କ୍ରସିଂ ପାଇଁ ବୈଧ ରହିବ। ଯଦି ଗୋଟିଏ ବର୍ଷ ପୂର୍ବରୁ ୨୦୦ ଥର ଯାତ୍ରା ପୂରଣ ହୋଇଯାଏ, ତେବେ ପାସ୍ ସ୍ୱୟଂଚାଳିତ ଭାବେ ଅବୈଧ ହୋଇଯିବ। ଦେଶର ପ୍ରାୟ ୧୧୫୦ ଜାତୀୟ ରାଜପଥ ଓ ଏକ୍ସପ୍ରେସୱେ ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣଯୋଗ୍ୟ। ଗ୍ରାହକମାନେ 'ରାଜମାର୍ଗ ଯାତ୍ରା' (Rajmarg Yatra) ଆପ୍ କିମ୍ବା NHAI ୱେବସାଇଟ୍ ଜରିଆରେ ଏହି ପାସ୍ ଆକ୍ଟିଭ୍ କରିପାରିବେ।

ବାର୍ଷିକ ପାସର ଲୋକପ୍ରିୟତା

ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଏହି ଯୋଜନା ବେଶ୍ ଲୋକପ୍ରିୟ ହୋଇପାରିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏହି ବାର୍ଷିକ ପାସ୍ ବ୍ୟବହାର କରୁଛନ୍ତି। ମୋଟ କାର୍ ଟ୍ରାଞ୍ଜାକ୍ସନର ପ୍ରାୟ ୨୮ ପ୍ରତିଶତ କେବଳ ଏହି ପାସ୍ ମାଧ୍ୟମରେ ହେଉଛି। ରିପୋର୍ଟ ଅନୁସାରେ, ଏହି ପାସର ସର୍ବାଧିକ ବ୍ୟବହାର ଚଣ୍ଡିଗଡ଼ (୧୪%) ରେ ଦେଖିବାକୁ ମିଳିଥିବା ବେଳେ ଏହା ପଛକୁ ତାମିଲନାଡୁ (୧୨.୩%)ଦିଲ୍ଲୀ (୧୧.୫%) ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର