ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଇଡି ଚଢଉ

Madhusudan Das Picture
Published On

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡି ବିଭାଗ ତରଫରୁ ଏକାସାଙ୍ଗରେ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଓ ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଚଢଉ । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢଉ ଜାରି ରହିଛି । ଏହି ଚଢଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଚଢଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ୧୦୦ ଅଶ୍ଳୀଳ ଭିଡିଓ, ୧୫୦୦ କୋଟିର ସମ୍ପତ୍ତି: ମହାରାଷ୍ଟ୍ରର ଭଣ୍ଡବାବା ଅଶୋକ ଖରାତଙ୍କ କଳାକାରନାମାର ପର୍ଦ୍ଦାଫାଶ

ଖବର ମୁତାବକ, ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢଉ କରିଛି । ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖବର: ହୋରମୁଜ୍ ପ୍ରଣାଳୀ ଅତିକ୍ରମ କରୁଛନ୍ତି ଆଉ ଦୁଇଟି ତୈଳ ଜାହାଜ, ସଜାଗ ଅଛି ନୌସେନା

ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି । ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି । ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି ଇଡି । କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । 

ଆହୁରି ପଢ଼ନ୍ତୁ: ବଢିବନି ବିଧାୟକଙ୍କ ଦରମା ! ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ

21 Nov 2025 By Madhusudan Das

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଇଡି ଚଢଉ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡି ବିଭାଗ ତରଫରୁ ଏକାସାଙ୍ଗରେ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଓ ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଚଢଉ । କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଚଢଉ ଜାରି ରହିଛି । ଏହି ଚଢଉରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି । ଚଢଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି ।

ଖବର ମୁତାବକ, ସକାଳେ କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଇଡି ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଚଢଉ କରିଛି । ଏଥିରେ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ଚଢାଉ କରାଯାଉଛି ।

ସେହିପରି ପଶ୍ଚିମବଙ୍ଗର ୨୪ଟି ସ୍ଥାନରେ ଇଡି ରେଡ୍ କରିଛି । ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଏବଂ କୋଲକାତା ଜିଲ୍ଲାରେ ନରେନ୍ଦ୍ର ଖରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କ୍ରିଷ୍ଣା ମୁରାରୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଠିକଣାରେ ରେଡ୍ ଚାଲିଛି । ଅବୈଧ କୋଇଲା ଖନନ, ପରିବହନ ଏବଂ ଗଚ୍ଛିତ କରି ରଖିବା ମାମଲାରେ ରେଡ୍ କରୁଛି ଇଡି । କୋଇଲା ମାଫିଆଙ୍କ ବିରୋଧରେ ଇଡିର ଏହା ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର