କୁକୁର କେତେବେଳେ କାମୁଡ଼ିବ ଜାଣିବା ଅସମ୍ଭବ, ରାସ୍ତା କୁକୁର ମୁକ୍ତ ହେବା ଦରକାର: ସୁପ୍ରିମକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟା ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ, କୁକୁର କେତେବେଳେ କାମୁଡ଼ିବା ମୁଡରେ ଥାଏ କିମ୍ବା ନଥାଏ, ତାହା କେହି ପଢ଼ିପାରିବେ ନାହିଁ। ତେଣୁ 'ପ୍ରତିକାର ଅପେକ୍ଷା ପ୍ରତିଷେଧକ ଶ୍ରେୟସ୍କର' ବୋଲି କୋର୍ଟ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ଶୁଣାଣି ସମୟରେ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ରାସ୍ତାଘାଟ ସଫା ଏବଂ କୁକୁର ମୁକ୍ତ ରହିବା ଆବଶ୍ୟକ। କୁକୁରମାନେ କାମୁଡ଼ି ନ ପାରନ୍ତି, କିନ୍ତୁ ସେମାନଙ୍କ ଯୋଗୁଁ ଅନେକ ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି। କୋର୍ଟ ପ୍ରଶ୍ନ କରିଛନ୍ତି, "ରାସ୍ତା, ସ୍କୁଲ ଏବଂ ଅନୁଷ୍ଠାନ ପରିସରରେ କୁକୁର ରହିବାର ଆବଶ୍ୟକତା କ’ଣ? ସରକାର ଏବିସି (ABC) ନିୟମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସାଧାରଣ ଲୋକ କାହିଁକି ଭୋଗିବେ?"

ଆହୁରି ପଢ଼ନ୍ତୁ: ସେପ୍ଟିକ ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ଯୁକ୍ତି ବାଢ଼ିଥିଲେ ଯେ, ଯଦି କୌଣସି କୁକୁର ହିଂସ୍ର ହୁଏ, ତେବେ ତାକୁ କେନ୍ଦ୍ରକୁ ନିଆଯାଇ ବନ୍ଧ୍ୟାକରଣ ପରେ ପୁନର୍ବାର ସେହି ଅଞ୍ଚଳରେ ଛାଡ଼ି ଦିଆଯାଇପାରିବ। ଏହାର ଜବାବରେ କୋର୍ଟ କଟାକ୍ଷ କରି କହିଥିଲେ, "କେବଳ ଗୋଟିଏ ଜିନିଷ ବାକି ଅଛି, ତାହା ହେଉଛି କୁକୁରମାନଙ୍କୁ କାଉନସେଲିଂ ଦେବା, ଯାହାଫଳରେ ସେମାନେ ଫେରିବା ପରେ ଆଉ କାହାକୁ କାମୁଡ଼ିବେ ନାହିଁ।"

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ଯେତେବେଳେ ଶ୍ରୀ ଶିବଲ କହିଥିଲେ ଯେ କୁକୁରମାନେ ରାସ୍ତାରେ ନୁହେଁ ବରଂ କମ୍ପାଉଣ୍ଡ ଭିତରେ ରହୁଛନ୍ତି, ଖଣ୍ଡପୀଠ ଏହାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କର ସୂଚନା ପୁରୁଣା ହୋଇଯାଇଛି। ଚଳନ୍ତା ଗାଡ଼ି ଆଗକୁ କୁକୁର ଚାଲିଆସିଲେ ବଡ଼ ଧରଣର ଦୁର୍ଘଟଣା ଘଟୁଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁଣାଣି ସମୟରେ କହିଥିଲେ ଯେ, ଗେଟେଡ୍ ସୋସାଇଟିଗୁଡ଼ିକରେ କୁକୁର ରହିବେ କି ନାହିଁ, ସେ ନିଷ୍ପତ୍ତି ରେସିଡେଣ୍ଟସ୍ ୱେଲଫେୟାର ଆସୋସିଏସନ୍ (RWA) ଉପରେ ଛାଡ଼ି ଦେବା ଉଚିତ୍। ସେ କହିଥିଲେ, "ଆମେ ସମସ୍ତେ ପଶୁପ୍ରେମୀ, କିନ୍ତୁ ଆମେ ମଣିଷଙ୍କୁ ମଧ୍ୟ ଭଲପାଉ। ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ପରି ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇ ଆଶ୍ରୟସ୍ଥଳୀକୁ ପଠାଯିବା ଆବଶ୍ୟକ।

07 Jan 2026 By Madhusudan Das

କୁକୁର କେତେବେଳେ କାମୁଡ଼ିବ ଜାଣିବା ଅସମ୍ଭବ, ରାସ୍ତା କୁକୁର ମୁକ୍ତ ହେବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲା କୁକୁର ସମସ୍ୟା ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ, କୁକୁର କେତେବେଳେ କାମୁଡ଼ିବା ମୁଡରେ ଥାଏ କିମ୍ବା ନଥାଏ, ତାହା କେହି ପଢ଼ିପାରିବେ ନାହିଁ। ତେଣୁ 'ପ୍ରତିକାର ଅପେକ୍ଷା ପ୍ରତିଷେଧକ ଶ୍ରେୟସ୍କର' ବୋଲି କୋର୍ଟ ମତ ଦେଇଛନ୍ତି।

ଶୁଣାଣି ସମୟରେ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ରାସ୍ତାଘାଟ ସଫା ଏବଂ କୁକୁର ମୁକ୍ତ ରହିବା ଆବଶ୍ୟକ। କୁକୁରମାନେ କାମୁଡ଼ି ନ ପାରନ୍ତି, କିନ୍ତୁ ସେମାନଙ୍କ ଯୋଗୁଁ ଅନେକ ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି। କୋର୍ଟ ପ୍ରଶ୍ନ କରିଛନ୍ତି, "ରାସ୍ତା, ସ୍କୁଲ ଏବଂ ଅନୁଷ୍ଠାନ ପରିସରରେ କୁକୁର ରହିବାର ଆବଶ୍ୟକତା କ’ଣ? ସରକାର ଏବିସି (ABC) ନିୟମକୁ ଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସାଧାରଣ ଲୋକ କାହିଁକି ଭୋଗିବେ?"

ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ଯୁକ୍ତି ବାଢ଼ିଥିଲେ ଯେ, ଯଦି କୌଣସି କୁକୁର ହିଂସ୍ର ହୁଏ, ତେବେ ତାକୁ କେନ୍ଦ୍ରକୁ ନିଆଯାଇ ବନ୍ଧ୍ୟାକରଣ ପରେ ପୁନର୍ବାର ସେହି ଅଞ୍ଚଳରେ ଛାଡ଼ି ଦିଆଯାଇପାରିବ। ଏହାର ଜବାବରେ କୋର୍ଟ କଟାକ୍ଷ କରି କହିଥିଲେ, "କେବଳ ଗୋଟିଏ ଜିନିଷ ବାକି ଅଛି, ତାହା ହେଉଛି କୁକୁରମାନଙ୍କୁ କାଉନସେଲିଂ ଦେବା, ଯାହାଫଳରେ ସେମାନେ ଫେରିବା ପରେ ଆଉ କାହାକୁ କାମୁଡ଼ିବେ ନାହିଁ।"

ଯେତେବେଳେ ଶ୍ରୀ ଶିବଲ କହିଥିଲେ ଯେ କୁକୁରମାନେ ରାସ୍ତାରେ ନୁହେଁ ବରଂ କମ୍ପାଉଣ୍ଡ ଭିତରେ ରହୁଛନ୍ତି, ଖଣ୍ଡପୀଠ ଏହାକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କର ସୂଚନା ପୁରୁଣା ହୋଇଯାଇଛି। ଚଳନ୍ତା ଗାଡ଼ି ଆଗକୁ କୁକୁର ଚାଲିଆସିଲେ ବଡ଼ ଧରଣର ଦୁର୍ଘଟଣା ଘଟୁଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁଣାଣି ସମୟରେ କହିଥିଲେ ଯେ, ଗେଟେଡ୍ ସୋସାଇଟିଗୁଡ଼ିକରେ କୁକୁର ରହିବେ କି ନାହିଁ, ସେ ନିଷ୍ପତ୍ତି ରେସିଡେଣ୍ଟସ୍ ୱେଲଫେୟାର ଆସୋସିଏସନ୍ (RWA) ଉପରେ ଛାଡ଼ି ଦେବା ଉଚିତ୍। ସେ କହିଥିଲେ, "ଆମେ ସମସ୍ତେ ପଶୁପ୍ରେମୀ, କିନ୍ତୁ ଆମେ ମଣିଷଙ୍କୁ ମଧ୍ୟ ଭଲପାଉ। ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ପରି ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇ ଆଶ୍ରୟସ୍ଥଳୀକୁ ପଠାଯିବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର