ବାଙ୍କେ ବିହାରୀ ମନ୍ଦିର ଯିବାକୁ ଯୋଜନା କରୁଛନ୍ତି କି? ନୂଆବର୍ଷ ପାଇଁ ଜାରି ହେଲା ଜରୁରୀ ଗାଇଡଲାଇନ୍...

Madhusudan Das Picture
Published On

ମଥୁରା: ଉତ୍ତରପ୍ରଦେଶର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି। ନୂତନ ବର୍ଷ ଅବସରରେ ମନ୍ଦିରରେ ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ଥିବାରୁ, ପ୍ରଶାସନ ଭକ୍ତମାନଙ୍କୁ ଡିସେମ୍ବର ୨୯ ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ବୃନ୍ଦାବନ ନ ଆସିବାକୁ ଅନୁରୋଧ କରିଛି। ଯଦି କୌଣସି ଭକ୍ତ ଏହି ସମୟରେ ଦର୍ଶନ ପାଇଁ ଆସିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଭିଡ଼ର ସ୍ଥିତି ଦେଖି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କାଲି ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ, ଆଜି ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି

ମନ୍ଦିର ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜ ବୃନ୍ଦାବନର ପ୍ରବନ୍ଧକ ଅବଗତ କରାଇଛନ୍ତି କି, ମନ୍ଦିରରେ ନବବର୍ଷ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିବ । ତେଣୁ ଆରାଧ୍ୟ ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ଏମିତିରେ ଅତି ଆବଶ୍ୟକ ଥିଲେ ହିଁ ବୃନ୍ଦାବନ ଯାତ୍ରା କରନ୍ତୁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବ୍ବିର ଅହମ୍ମଦ ଲୋନ ଗିରଫ

ମନ୍ଦିରର ମ୍ୟାନେଜର ମୁନୀଶ ଶର୍ମା ଏହି ଗାଇଡଲାଇନ୍ ଜାରି କରିଛନ୍ତି। ଅତ୍ୟଧିକ ଭିଡ଼ ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଦିବ୍ୟାଙ୍ଗ, ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କୁ ମନ୍ଦିରକୁ ନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଭକ୍ତମାନଙ୍କୁ ଦାମୀ ଅଳଙ୍କାର ପିନ୍ଧି ନ ଆସିବାକୁ ଏବଂ ସାଙ୍ଗରେ ବ୍ୟାଗ୍ କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ନ ଆଣିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆଲ୍ଲାହାବାଦ ହାଇକୋର୍ଟ

ଭିଡ଼ ଭିତରେ ଯଦି କେହି ପରିବାର ସଦସ୍ୟ ହଜିଯାଆନ୍ତି, ତେବେ ସେମାନଙ୍କୁ ଖୋଜିବାରେ ସୁବିଧା ହେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ବିଶେଷକରି ଶିଶୁ ଓ ବୟସ୍କଙ୍କ ପକେଟରେ ନାମ, ଠିକଣା ଏବଂ ମୋବାଇଲ୍ ନମ୍ବର ଲେଖାଥିବା ଏକ ଚିରୁକୁଟି ରଖିବାକୁ ମନ୍ଦିର ପ୍ରଶାସନ ଅନୁରୋଧ କରିଛି। ନୂଆ ବର୍ଷ ପୂର୍ବରୁ ବର୍ତ୍ତମାନ ବୃନ୍ଦାବନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

29 Dec 2025 By Madhusudan Das

ବାଙ୍କେ ବିହାରୀ ମନ୍ଦିର ଯିବାକୁ ଯୋଜନା କରୁଛନ୍ତି କି? ନୂଆବର୍ଷ ପାଇଁ ଜାରି ହେଲା ଜରୁରୀ ଗାଇଡଲାଇନ୍...

ମଥୁରା: ଉତ୍ତରପ୍ରଦେଶର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି। ନୂତନ ବର୍ଷ ଅବସରରେ ମନ୍ଦିରରେ ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ଥିବାରୁ, ପ୍ରଶାସନ ଭକ୍ତମାନଙ୍କୁ ଡିସେମ୍ବର ୨୯ ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ବୃନ୍ଦାବନ ନ ଆସିବାକୁ ଅନୁରୋଧ କରିଛି। ଯଦି କୌଣସି ଭକ୍ତ ଏହି ସମୟରେ ଦର୍ଶନ ପାଇଁ ଆସିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଭିଡ଼ର ସ୍ଥିତି ଦେଖି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

ମନ୍ଦିର ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜ ବୃନ୍ଦାବନର ପ୍ରବନ୍ଧକ ଅବଗତ କରାଇଛନ୍ତି କି, ମନ୍ଦିରରେ ନବବର୍ଷ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିବ । ତେଣୁ ଆରାଧ୍ୟ ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ଏମିତିରେ ଅତି ଆବଶ୍ୟକ ଥିଲେ ହିଁ ବୃନ୍ଦାବନ ଯାତ୍ରା କରନ୍ତୁ ।

ମନ୍ଦିରର ମ୍ୟାନେଜର ମୁନୀଶ ଶର୍ମା ଏହି ଗାଇଡଲାଇନ୍ ଜାରି କରିଛନ୍ତି। ଅତ୍ୟଧିକ ଭିଡ଼ ସମୟରେ ବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଦିବ୍ୟାଙ୍ଗ, ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କୁ ମନ୍ଦିରକୁ ନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଭକ୍ତମାନଙ୍କୁ ଦାମୀ ଅଳଙ୍କାର ପିନ୍ଧି ନ ଆସିବାକୁ ଏବଂ ସାଙ୍ଗରେ ବ୍ୟାଗ୍ କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ନ ଆଣିବାକୁ କୁହାଯାଇଛି।

ଭିଡ଼ ଭିତରେ ଯଦି କେହି ପରିବାର ସଦସ୍ୟ ହଜିଯାଆନ୍ତି, ତେବେ ସେମାନଙ୍କୁ ଖୋଜିବାରେ ସୁବିଧା ହେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ବିଶେଷକରି ଶିଶୁ ଓ ବୟସ୍କଙ୍କ ପକେଟରେ ନାମ, ଠିକଣା ଏବଂ ମୋବାଇଲ୍ ନମ୍ବର ଲେଖାଥିବା ଏକ ଚିରୁକୁଟି ରଖିବାକୁ ମନ୍ଦିର ପ୍ରଶାସନ ଅନୁରୋଧ କରିଛି। ନୂଆ ବର୍ଷ ପୂର୍ବରୁ ବର୍ତ୍ତମାନ ବୃନ୍ଦାବନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର