ଆମେରିକାର ଲୁଇସଭିଲରେ କାର୍ଗୋ ବିମାନ କ୍ରାସ; ୭ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

Madhusudan Das Picture
Published On

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ । ଦୁର୍ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ପ୍ଲେନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଥିଲା । ଦୁର୍ଘଟଣା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ସୂଚନା ଅନୁସାରେ, ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍ MD-11 ମାଲବାହୀ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ପ୍ଲେନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡିଥିଲା । ପରେ ବଡ଼ ବିସ୍ପୋରଣ ହୋଇଥିବା ବେଳେ କେଣ୍ଟୁକି ପେଟ୍ରୋଲିୟମ ରିସାଇକ୍ଲିଂ ଏବଂ ଗ୍ରେଡ୍ A ଅଟୋ ପାର୍ଟସ୍ ସମେତ ବିଭିନ୍ନ ଶିଳ୍ପ କାରଖାନାକୁ ନିଆଁ ବ୍ୟାପିଥିଲା । ଦୁର୍ଘଟଣା ପୂର୍ବରୁ ବିମାନକୁ ଉପରକୁ ଉଠାଇବାକୁ ଉଦ୍ୟମ କରିଥିଲେ ପାଇଲଟ । ହେଲେ ଶେଷ ମୁହୂର୍ତ୍ତରେ ବିମାନ ଉପରେ ନିୟନ୍ତ୍ରଣ ପାଇନଥିଲେ ପାଇଲଟ ।

ଆହୁରି ପଢ଼ନ୍ତୁ: ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ: ଆଇଆରସିଟିସି (IRCTC) ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଲା ଭାରତୀୟ ରେଳବାଇ

05 Nov 2025 By Madhusudan Das

ଆମେରିକାର ଲୁଇସଭିଲରେ କାର୍ଗୋ ବିମାନ କ୍ରାସ; ୭ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ । ଦୁର୍ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ପ୍ଲେନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଥିଲା । ଦୁର୍ଘଟଣା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍ MD-11 ମାଲବାହୀ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ପ୍ଲେନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡିଥିଲା । ପରେ ବଡ଼ ବିସ୍ପୋରଣ ହୋଇଥିବା ବେଳେ କେଣ୍ଟୁକି ପେଟ୍ରୋଲିୟମ ରିସାଇକ୍ଲିଂ ଏବଂ ଗ୍ରେଡ୍ A ଅଟୋ ପାର୍ଟସ୍ ସମେତ ବିଭିନ୍ନ ଶିଳ୍ପ କାରଖାନାକୁ ନିଆଁ ବ୍ୟାପିଥିଲା । ଦୁର୍ଘଟଣା ପୂର୍ବରୁ ବିମାନକୁ ଉପରକୁ ଉଠାଇବାକୁ ଉଦ୍ୟମ କରିଥିଲେ ପାଇଲଟ । ହେଲେ ଶେଷ ମୁହୂର୍ତ୍ତରେ ବିମାନ ଉପରେ ନିୟନ୍ତ୍ରଣ ପାଇନଥିଲେ ପାଇଲଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର