ମଦ୍ୟପାନ କରିଥିବା ସନ୍ଦେହରେ କାନାଡ଼ା ବିମାନବନ୍ଦରରେ ଏୟାର ଇଣ୍ଡିଆ ପାଇଲଟ୍ ଅଟକ, ଦିଲ୍ଲୀ ଆସୁଥିବା ବିମାନ ବିଳମ୍ବ

Madhusudan Das Picture
Published On

ନୂଆଦିଲ୍ଲୀ: କାନାଡ଼ାର ଭାଙ୍କୁଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ଅଟକ ରଖାଯାଇଛି। ମଦ୍ୟପାନ କରିଥିବା ସନ୍ଦେହରେ କାନାଡିୟ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କାରଣରୁ ଗତ ସପ୍ତାହରେ ଭାଙ୍କୁଭରରୁ ଦିଲ୍ଲୀ ଆସୁଥିବା ବିମାନ ଉଡ଼ାଣରେ ବିଳମ୍ବ ଘଟିଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

ରିପୋର୍ଟ ଅନୁଯାୟୀ, ଘଟଣାଟି ଡିସେମ୍ବର ୨୩ ତାରିଖରେ ଘଟିଥିଲା। ସମ୍ପୃକ୍ତ ପାଇଲଟ୍ ଜଣକ ଫ୍ଲାଇଟ୍ ନମ୍ବର AI186 ଚଳାଇ ଭାଙ୍କୁଭରରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବିମାନବନ୍ଦରର ଡ୍ୟୁଟି ଫ୍ରି ଷ୍ଟୋରରେ ଥିବା ଜଣେ କର୍ମଚାରୀ ପାଇଲଟଙ୍କଠାରୁ ମଦ ଗନ୍ଧ ବାରିବା ପରେ କିମ୍ବା ତାଙ୍କୁ ମଦ୍ୟପାନ କରୁଥିବା ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାପରେ କାନାଡିୟ ଅଧିକାରୀମାନେ ପାଇଲଟଙ୍କର ବ୍ରେଥ୍ ଆନାଲାଇଜର ପରୀକ୍ଷା କରିଥିଲେ, ଯେଉଁଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ। ଫଳସ୍ୱରୂପ, ତାଙ୍କୁ ବିମାନ ଉଡ଼ାଇବାକୁ ବାରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁଗଲ୍ ମ୍ୟାପ୍ ବ୍ୟବହାର କରି ମନ୍ଦିରରୁ ଚୋରି: ଗୁଜରାଟର କଚ୍ଛରୁ ୨ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ଏହି ଘଟଣା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀ କହିଛି ଯେ, ପାଇଲଟଙ୍କ ସ୍ୱାସ୍ଥ୍ୟଗତ ଯୋଗ୍ୟତାକୁ ନେଇ କାନାଡିୟ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇବା ପରେ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଯାତ୍ରୀମାନଙ୍କ ସୁରକ୍ଷା କମ୍ପାନୀ ପାଇଁ ସର୍ବୋପରି ଅଟେ। ତଦନ୍ତ ଚାଲିଥିବା ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ପାଇଲଟଙ୍କୁ ଫ୍ଲାଇଙ୍ଗ୍ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଏୟାର ଇଣ୍ଡିଆ ନିୟମ ଉଲ୍ଲଙ୍ଘନ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରେ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାକରନ୍ତୁ ନିଶିକାନ୍ତ ଦୁବେ: ନବୀନ ପଟ୍ଟନାୟକ

01 Jan 2026 By Madhusudan Das

ମଦ୍ୟପାନ କରିଥିବା ସନ୍ଦେହରେ କାନାଡ଼ା ବିମାନବନ୍ଦରରେ ଏୟାର ଇଣ୍ଡିଆ ପାଇଲଟ୍ ଅଟକ, ଦିଲ୍ଲୀ ଆସୁଥିବା ବିମାନ ବିଳମ୍ବ

ନୂଆଦିଲ୍ଲୀ: କାନାଡ଼ାର ଭାଙ୍କୁଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ଅଟକ ରଖାଯାଇଛି। ମଦ୍ୟପାନ କରିଥିବା ସନ୍ଦେହରେ କାନାଡିୟ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କାରଣରୁ ଗତ ସପ୍ତାହରେ ଭାଙ୍କୁଭରରୁ ଦିଲ୍ଲୀ ଆସୁଥିବା ବିମାନ ଉଡ଼ାଣରେ ବିଳମ୍ବ ଘଟିଥିଲା।

ରିପୋର୍ଟ ଅନୁଯାୟୀ, ଘଟଣାଟି ଡିସେମ୍ବର ୨୩ ତାରିଖରେ ଘଟିଥିଲା। ସମ୍ପୃକ୍ତ ପାଇଲଟ୍ ଜଣକ ଫ୍ଲାଇଟ୍ ନମ୍ବର AI186 ଚଳାଇ ଭାଙ୍କୁଭରରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବିମାନବନ୍ଦରର ଡ୍ୟୁଟି ଫ୍ରି ଷ୍ଟୋରରେ ଥିବା ଜଣେ କର୍ମଚାରୀ ପାଇଲଟଙ୍କଠାରୁ ମଦ ଗନ୍ଧ ବାରିବା ପରେ କିମ୍ବା ତାଙ୍କୁ ମଦ୍ୟପାନ କରୁଥିବା ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାପରେ କାନାଡିୟ ଅଧିକାରୀମାନେ ପାଇଲଟଙ୍କର ବ୍ରେଥ୍ ଆନାଲାଇଜର ପରୀକ୍ଷା କରିଥିଲେ, ଯେଉଁଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ। ଫଳସ୍ୱରୂପ, ତାଙ୍କୁ ବିମାନ ଉଡ଼ାଇବାକୁ ବାରଣ କରାଯାଇଥିଲା।

ଏହି ଘଟଣା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀ କହିଛି ଯେ, ପାଇଲଟଙ୍କ ସ୍ୱାସ୍ଥ୍ୟଗତ ଯୋଗ୍ୟତାକୁ ନେଇ କାନାଡିୟ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇବା ପରେ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଯାତ୍ରୀମାନଙ୍କ ସୁରକ୍ଷା କମ୍ପାନୀ ପାଇଁ ସର୍ବୋପରି ଅଟେ। ତଦନ୍ତ ଚାଲିଥିବା ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ପାଇଲଟଙ୍କୁ ଫ୍ଲାଇଙ୍ଗ୍ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଏୟାର ଇଣ୍ଡିଆ ନିୟମ ଉଲ୍ଲଙ୍ଘନ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରେ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର