ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ଟପ୍ କମାଣ୍ଡରଙ୍କ ସମେତ ୬ ମାଓବାଦୀ ନିହତ

Madhusudan Das Picture
Published On

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର ଗୁଳିବିନିମୟରେ ବଡ଼ ସଫଳତା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଏନକାଉଣ୍ଟରରେ ଶୀର୍ଷ କମାଣ୍ଡରଙ୍କ ସମେତ ଅତିକମରେ ୬ ଜଣ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁବାର ସକାଳୁ ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ କୋବ୍ରା୨୦୯ ବାଟାଲିୟନର ନେତୃତ୍ୱରେ ଯବାନମାନେ ମାଓବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ପ୍ରାଥମିକ ସୂଚନା ମୁତାବକ, CRPF ଏବଂ ରାଜ୍ୟ ପୋଲିସର ମିଳିତ ବାହିନୀ କୁମ୍ଭଡିହ ଗ୍ରାମ ନିକଟରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ମାଓବାଦୀ ନେତା ପତିରାମ ମାଝୀ ଓରଫ୍ ଅନଲ-ଦା ଏବଂ ଲାଲଚାନ୍ଦ ହେମ୍ବ୍ରମ ଓରଫ୍ ଅନମୋଲଙ୍କ ନେତୃତ୍ୱରେ ଥିବା ସ୍କ୍ୱାଡ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ସୁରକ୍ଷାବାହିନୀର ଗୁଳିରେ ଅନେକ ମାଓବାଦୀ ନେତା ନିହତ ହୋଇଥିବା ଆଶଙ୍କା କରାଯାଉଛି, ଯେଉଁମାନଙ୍କ ମଧ୍ୟରେ ଜଣେ ୫୦ ଲକ୍ଷ ଟଙ୍କାର ଇନାମୀ କମାଣ୍ଡର ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଗୁଜରାଟର ଭାବନଗରରେ ଚାଞ୍ଚଲ୍ୟ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ହୃଦଘାତର ରଚିଥିଲା ମିଛ କାହାଣୀ

ଝାଡ଼ଖଣ୍ଡ ଆଇଜି (ଅପରେସନ୍) ଏବଂ କୋଲହାନ ଡିଆଇଜି ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେମାନେ କହିଛନ୍ତି ଯେ ମାଓବାଦୀ ସଂଗଠନକୁ ବ୍ୟାପକ କ୍ଷତି ପହଞ୍ଚିଛି, ତେବେ ଅପରେସନ୍ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ। ମାଓବାଦୀମାନଙ୍କ ପଳାୟନ ରୋକିବା ପାଇଁ ଅତିରିକ୍ତ ବାହିନୀକୁ ମୁତୟନ କରାଯାଇଛି ଏବଂ ସମଗ୍ର ସାରଣ୍ଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବୃଦ୍ଧ ମାତାପିତାଙ୍କୁ ବୋଝ ଭାବୁଥିବା ସନ୍ତାନସନ୍ତତିଙ୍କୁ ଆର୍ଥିକ ଛାଟ: ଅସହାୟ ଛାଡ଼ିଲେ କଟିବ ୧୫% ଦରମା

22 Jan 2026 By Madhusudan Das

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ଟପ୍ କମାଣ୍ଡରଙ୍କ ସମେତ ୬ ମାଓବାଦୀ ନିହତ

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର ଗୁଳିବିନିମୟରେ ବଡ଼ ସଫଳତା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଏନକାଉଣ୍ଟରରେ ଶୀର୍ଷ କମାଣ୍ଡରଙ୍କ ସମେତ ଅତିକମରେ ୬ ଜଣ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁବାର ସକାଳୁ ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ କୋବ୍ରା୨୦୯ ବାଟାଲିୟନର ନେତୃତ୍ୱରେ ଯବାନମାନେ ମାଓବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ପ୍ରାଥମିକ ସୂଚନା ମୁତାବକ, CRPF ଏବଂ ରାଜ୍ୟ ପୋଲିସର ମିଳିତ ବାହିନୀ କୁମ୍ଭଡିହ ଗ୍ରାମ ନିକଟରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ମାଓବାଦୀ ନେତା ପତିରାମ ମାଝୀ ଓରଫ୍ ଅନଲ-ଦା ଏବଂ ଲାଲଚାନ୍ଦ ହେମ୍ବ୍ରମ ଓରଫ୍ ଅନମୋଲଙ୍କ ନେତୃତ୍ୱରେ ଥିବା ସ୍କ୍ୱାଡ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ସୁରକ୍ଷାବାହିନୀର ଗୁଳିରେ ଅନେକ ମାଓବାଦୀ ନେତା ନିହତ ହୋଇଥିବା ଆଶଙ୍କା କରାଯାଉଛି, ଯେଉଁମାନଙ୍କ ମଧ୍ୟରେ ଜଣେ ୫୦ ଲକ୍ଷ ଟଙ୍କାର ଇନାମୀ କମାଣ୍ଡର ଥିବା କୁହାଯାଉଛି।

ଝାଡ଼ଖଣ୍ଡ ଆଇଜି (ଅପରେସନ୍) ଏବଂ କୋଲହାନ ଡିଆଇଜି ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେମାନେ କହିଛନ୍ତି ଯେ ମାଓବାଦୀ ସଂଗଠନକୁ ବ୍ୟାପକ କ୍ଷତି ପହଞ୍ଚିଛି, ତେବେ ଅପରେସନ୍ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ। ମାଓବାଦୀମାନଙ୍କ ପଳାୟନ ରୋକିବା ପାଇଁ ଅତିରିକ୍ତ ବାହିନୀକୁ ମୁତୟନ କରାଯାଇଛି ଏବଂ ସମଗ୍ର ସାରଣ୍ଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର