ରେଡିମେଡ୍‌‌ ବସ୍ତ୍ର ଯୋଗୁଁଁ କମୁଛି ଉଲ୍‌‌ର ବ୍ୟବହାର; ନୂଆ ଟ୍ରେଣ୍ଡ ଆପଣାଉଛନ୍ତି ଲୋକେ, ନିରାଶ ହେଉଛନ୍ତି ବେପାରୀ

Madhusudan Das Picture
Published On

ଭୁବନେଶ୍ୱର: ଶୀତର ଆଗମନ ସହ ରାଜଧାନୀର ରାଜମହଲ ଛକ ନିକଟରେ ୟୁପିରୁ ଆସିଥିବା ଉଲ୍‌‌ ବ୍ୟବସାୟୀଙ୍କ ପସରା ମେଲିଛି। ପ୍ରତିବର୍ଷ ଏହି ସମୟରେ ଉଲ୍‌‌ ବେପାରୀ ରାଜଧାନୀରେ ଆସି ରହିଥାନ୍ତି। ବର୍ତ୍ତମାନ ସମୟରେ ରେଡିମେଡ୍‌‌ ଡ୍ରେସ୍‌‌, ସ୍ୱେଟର୍‌‌, ସ୍କାର୍ଫ ଆଦିର ଚାହିଦା ଏତେ ବଢ଼଼ିଗଲାଣି ଯେ, ଲୋକ ଉଲ୍‌‌ର ବ୍ୟବହାର ଉପରେ ଏତେ ଗୁରୁତ୍ୱ ଦେଉ ନ ଥିବା ପରିଲକ୍ଷିତ ହେଉଛି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଆଗରୁ ଶୀତ ଦିନର ପୂର୍ବ ପ୍ରସ୍ତୁତିରେ ଘରର ମହିଳାମାନେ ଖାଲି ସମୟରେ ସ୍ୱେଟର, ସ୍କାର୍ଫ ଓ ଟୋପି ଆଦି ଉଲ୍‌‌ରେ ବୁଣିବା କାର୍ଯ୍ୟ କରିଥାନ୍ତି। ପ୍ରତି ଘରେ ଆଗରୁ ଉଲ୍‌‌ ବୁଣିବା ପାଇଁ କ୍ରୁସ୍‌‌ ରହୁଥିଲା। ହେଲେ ସମୟର ପରିବର୍ତ୍ତନ ଏବଂ ନୂଆ ନୂଆ ଟ୍ରେଣ୍ଡ୍‌‌କୁ ଲୋକ ଆପଣାଇବାକୁ ଲାଗିଲେଣି। ଏହା ସହିତ ଲୋକ ଦାମୀ ଓ ନୂଆ ବ୍ରାଣ୍ଡ୍‌‌ର ଜ୍ୟାକେଟ୍‌‌, ସ୍ୱେଟର ଆଦି କିଣିବା ପସନ୍ଦ କରୁଛନ୍ତି। ସେଥିପାଇଁ ନା ଆଉ କେହି କ୍ରୁସ୍‌‌ କିଣୁଛନ୍ତି ନା ଉଲ୍‌‌। ଫଳରେ ଉଲ୍‌‌ ବ୍ୟବସାୟୀ ଦିନକୁ ଦିନ ଅଲୋଡ଼ା ହୋଇଯାଉଛନ୍ତି ବୋଲି କହିଛନ୍ତି ଅଶୋକ ସିଂ ନାମକ ଜଣେ ଉଲ୍‌‌ ବ୍ୟବସାୟୀ। ଦୀର୍ଘ ୩୦ ବର୍ଷ ଧରି ରାଜଧାନୀରେ ଉଲ୍‌‌ ବିକ୍ରି କରୁଛନ୍ତି ଅଶୋକ। ସେ ଦୀପାବଳି ସମୟରୁ ୩ରୁ ୪ ମାସ ଧରି ଉଲ୍‌‌ ବ୍ୟବସାୟ କରନ୍ତି। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା ନ ଥାଏ। ହେଲେ ମୁଖ୍ୟତଃ ରାଜମହଲ ଛକ ନିକଟରେ ତାଙ୍କ ଉଲ୍‌‌ ଆସର ଦେଖିବାକୁ ମିଳେ। ପାଖାପାଖି ୨୦୦ କି ୩୦୦ରୁ ଅଧିକ ରଙ୍ଗ ଓ ପ୍ରକାର ତାଙ୍କ ପାଖରେ ଦେଖିବାକୁ ମିଳେ। ଚାହିଦାରେ ରହୁଥିବା ଉଲ୍‌‌ର କେତୋଟି ପ୍ରକାର ମଧ୍ୟରୁ କାଶ୍ମିରୀ, ବରଦ୍ୱା, ଜେଡି, ହେଦ୍‌‌ର, ଇନିୟୁ ଅନ୍ୟତମ। ଏହିସବୁ ଉଲ୍‌‌ର ମୂଲ୍ୟ କିଲୋ ପିଛା ୩ରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ସମୟରେ ବେପାର ବିଷୟରେ ଅଶୋକ କୁହନ୍ତି, ଲୋକ ତ ତିଆରି କରିବା ଭୁଲି ସାରିଲେଣି ବେପାର କେମିତି ଭଲ ଚାଲିବ। ପ୍ରତିବର୍ଷ ସେ ଏହି ଦିନକୁ ଚାହିଁ ବସିଥାନ୍ତି, କି ଶୀତ ଆସିଲେ ରାଜଧାନୀ ଆସିବେ। ହେଲେ ଆଗ ଭଳି ଆଉ ବେପାର ଭଲ ହେଉ ନଥିବାରୁ ତାଙ୍କ ଭଳି ବେପାରୀମାନେ ନିରାଶ ହେଉଛନ୍ତି। କାରଣ ତାଙ୍କ ସହ ଆହୁରି ୧୦ରୁ ୧୨ ଜଣ ବେପାରୀ ଓଡ଼ିଶା ଆସିଥାନ୍ତି। ସେଥିମଧ୍ୟରୁ କିଛି କୋରାପୁଟ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଆଦି ସ୍ଥାନକୁ ଚାଲି ଯାଇଥାନ୍ତି। ହେଲେ ଅନ୍ୟସ୍ଥାନ ଅପେକ୍ଷା ଢେଙ୍କାନାଳ ଏବଂ କୋରାପୁଟ୍‌‌ରେ ତାଙ୍କ ବିକ୍ରି ଭଲ ହୁଏ। ଗତ ୭ରୁ ୮ ବର୍ଷ ହେବ ଉଲ୍‌‌ର ବ୍ୟବହାର କମିବାରୁ ବିକ୍ରି ଏତେ କମିଯାଇଛି କି ଦିନକୁ ୫ଶହ କି ୬ଶହ ଟଙ୍କାର ବିକ୍ରି ହେବା କଷ୍ଟକର ହୋଇପଡୁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

21 Dec 2025 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର