ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ଦୁଇ ଇଞ୍ଜିନିୟରଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ

Madhusudan Das Picture
Published On

ବାରିପଦା: ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଅଭିଯୁକ୍ତ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ)  ହରେକୃଷ୍ଣ ସିଂ ଏବଂ ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି (ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜେଇ)।

ଆହୁରି ପଢ଼ନ୍ତୁ: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ

ଜଣେ ଠିକାଦାରଙ୍କଠାରୁ ପାର୍ଶିଆଲ କିସ୍ତି ଭାବେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍ (ପ୍ରାୟ ୫ ଲକ୍ଷ) ଏବଂ ସିକ୍ୟୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ ୧.୧୦ ଲକ୍ଷ ଟଙ୍କା ଘୁଷ ଦାବି କରିଥିଲେ (ଏଇଇଙ୍କ ୧.୫% ଏବଂ ଜେଇଙ୍କ ୩%)। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଭିଜିଲାନ୍ସକୁ ଅଭିଯୋଗ କରିଥିଲେ, ଯାହା ପରେ ଟ୍ରାପ୍ ପକାଇ ଉଭୟଙ୍କୁ ଗିରଫ କରାଯାଇଛି। ଘୁଷର ସମସ୍ତ ୬୦ ହଜାର ଟଙ୍କା ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି। ଗିରଫ ପରେ ଶ୍ରୀ ସିଂଙ୍କ ଦୁଇଟି ସ୍ଥାନ ଏବଂ ଶ୍ରୀ ମହାନ୍ତିଙ୍କ ତିନିଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧/୨୦୨୬, ପିସି (ସଂଶୋଧନ) ଆଇନ୍ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

05 Jan 2026 By Madhusudan Das

ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ଦୁଇ ଇଞ୍ଜିନିୟରଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ

ବାରିପଦା: ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଅଭିଯୁକ୍ତ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର (ଏଇଇ)  ହରେକୃଷ୍ଣ ସିଂ ଏବଂ ଜୁନିଅର ଇଞ୍ଜିନିୟର (ଜେଇ) ସୁବ୍ରତ ମହାନ୍ତି (ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜେଇ)।

ଜଣେ ଠିକାଦାରଙ୍କଠାରୁ ପାର୍ଶିଆଲ କିସ୍ତି ଭାବେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଟିମ୍ ଧରିଛି। ଠିକାଦାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପର ବକେୟା ବିଲ୍ (ପ୍ରାୟ ୫ ଲକ୍ଷ) ଏବଂ ସିକ୍ୟୁରିଟି ଡିପୋଜିଟ ଛାଡ଼ିବା ପାଇଁ ଏହି ଦୁଇ ଅଧିକାରୀ ୪.୫% ହାରରେ ମୋଟ ୧.୧୦ ଲକ୍ଷ ଟଙ୍କା ଘୁଷ ଦାବି କରିଥିଲେ (ଏଇଇଙ୍କ ୧.୫% ଏବଂ ଜେଇଙ୍କ ୩%)। ଏହି ହଇରାଣରୁ ବିରକ୍ତ ହୋଇ ଠିକାଦାର ଭିଜିଲାନ୍ସକୁ ଅଭିଯୋଗ କରିଥିଲେ, ଯାହା ପରେ ଟ୍ରାପ୍ ପକାଇ ଉଭୟଙ୍କୁ ଗିରଫ କରାଯାଇଛି। ଘୁଷର ସମସ୍ତ ୬୦ ହଜାର ଟଙ୍କା ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି। ଗିରଫ ପରେ ଶ୍ରୀ ସିଂଙ୍କ ଦୁଇଟି ସ୍ଥାନ ଏବଂ ଶ୍ରୀ ମହାନ୍ତିଙ୍କ ତିନିଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧/୨୦୨୬, ପିସି (ସଂଶୋଧନ) ଆଇନ୍ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ ହୋଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର