ଟିକେଟ୍ ନେବାକୁ ବାରବାଟୀ ଷ୍ଟାଡିୟମ ଆଗରେ ପ୍ରବଳ ଭିଡ଼, କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ

Madhusudan Das Picture
Published On

କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ଅଫ୍‌ଲାଇନ୍ ଟିକେଟ୍ କିଣିବାକୁ ବାରବାଟୀ ଷ୍ଟାଡିୟମ କାଉଣ୍ଟର ଆଗରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା । ବାରବାଟୀରେ ଆସନ୍ତା ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଗ୍ୟାଲେରୀ ଓ ବିଭିନ୍ନ ଷ୍ଟାଣ୍ଡର ଟିକେଟକୁ ମିଶାଇ ମୋଟ ୧୦ ହଜାର ଟିକେଟ ବିକ୍ରୀ ହେବ। ଏଥିପାଇଁ ୬ଟି ଟିକେଟ କାଉଣ୍ଟର ଖୋଲାଯାଇଥିବାବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଦିଗରେ ଦୁଇଟି ବାରିକେଟରେ ଲାଇନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଟିକେଟ ବିକ୍ରୀ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ANM ଜୀବନ୍ତଦଗ୍ଧ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ନିଆଁରେ ପୋଡିଥିଲା, ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ହେଲା ମୃତ୍ୟୁ

ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ, ରେଡ୍ ବେଳେ ଘରୁ ମିଳିଥିଲା କେଜିଏରୁ ଉର୍ଦ୍ଧ୍ୱ ସୁନା, ନଗଦ ୪୮ ଲକ୍ଷ ଟଙ୍କା

05 Dec 2025 By Madhusudan Das

ଟିକେଟ୍ ନେବାକୁ ବାରବାଟୀ ଷ୍ଟାଡିୟମ ଆଗରେ ପ୍ରବଳ ଭିଡ଼, କାଉଣ୍ଟର ଆଗରେ ଲାଗିଛି ଲମ୍ବା ଲାଇନ

କଟକ: ଖୋଲିଲା କାଉଣ୍ଟର, ମିଳିଲା ଟିକେଟ୍ । ଅଫ୍‌ଲାଇନ୍ ଟିକେଟ୍ କିଣିବାକୁ ବାରବାଟୀ ଷ୍ଟାଡିୟମ କାଉଣ୍ଟର ଆଗରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା । ବାରବାଟୀରେ ଆସନ୍ତା ଡିସେମ୍ବର ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରୀ ଆରମ୍ଭ ହୋଇଛି । ଗ୍ୟାଲେରୀ ଓ ବିଭିନ୍ନ ଷ୍ଟାଣ୍ଡର ଟିକେଟକୁ ମିଶାଇ ମୋଟ ୧୦ ହଜାର ଟିକେଟ ବିକ୍ରୀ ହେବ। ଏଥିପାଇଁ ୬ଟି ଟିକେଟ କାଉଣ୍ଟର ଖୋଲାଯାଇଥିବାବେଳେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଦିଗରେ ଦୁଇଟି ବାରିକେଟରେ ଲାଇନ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଟିକେଟ ବିକ୍ରୀ ଆଜି ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ।

ଅନଲାଇନରେ ମାତ୍ର ୨ ହଜାର ଟିକେଟ୍ ବିକ୍ରି ହୋଇଥିଲା । ବହୁ ପ୍ରଶଂସକ ଟିକେଟ୍ ନପାଇ ନିରାଶ ହୋଇଥିଲେ । କିନ୍ତୁ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଏବେ ସମସ୍ତେ ବ୍ୟାକୁଳ ହୋଇ ପଡ଼ିଛନ୍ତି । ତେଣୁ ସନ୍ଧ୍ୟାରୁ ହଜାର ହଜାର ଦର୍ଶକ ବାରବାଟୀ ନିକଟସ୍ଥ କ୍ୟାଣ୍ଟନମେଣ୍ଟ ରୋଡ୍, କିଲ୍ଲା ପଡ଼ିଆରେ ଭିଡ଼ ଜମାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର