ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି: ବିଜେଡି

ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ, ରାଜ୍ୟର ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେଡି ଦାବି କରିଛି । 

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ଚୋରି, ଖଣି ଚୋରି ଅହେତୁକ ବୃଦ୍ଧି ପାଇଛି । ଏହି ଚୋରି ସରକାରୀ ଦଳର ପ୍ରୋତ୍ସାହନରେ ହେଉଛି ବୋଲି ବିଜେଡି ଅଭିଯୋଗ କରିଆସୁଛି । ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଚୋରିର ଫଳସ୍ୱରୂପ ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ରେ ଏହା ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଗୁରୁ ଖଣିଜ ସମ୍ପଦରେ ୫୦,୦୦୦ କୋଟି ଟଙ୍କାରୁ ୩୪,୦୦୦ କୋଟି ଟଙ୍କାକୁ ଖସି ଆସିଛି । ଏହି ରାଜସ୍ୱ ହାନୀ ରାଜ୍ୟ ଆର୍ଥିକ ସ୍ଥିତି ପାଇଁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହାଛଡା ବାଲି ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଚୋରି ଯୋଗୁଁ ବାଲି ଇତ୍ୟାଦିର ଦର ଅହେତୁକ ବୃଦ୍ଧି ପାଇଛି । ଏହି କାରଣରୁ ସଡ଼କ ସୁରକ୍ଷା ବିପର୍ଯ୍ୟସ୍ତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେଉଛି ।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ଡ଼ ମହାନ୍ତି କହିଥିଲେ, ଏହି ଚୋରି ସମ୍ପର୍କରେ ବିଜୁ ଜନତା ଦଳ ତରଫରୁ ବାରମ୍ୱାର ଅବଗତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଇଡି ରେଡ୍ରେ, ଖଣି ମନ୍ତ୍ରୀଙ୍କ ପ୍ରତିନିଧି ନିଜେ ଚୋରିରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହେବାପରେ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ମୁଖା ଖୋଲି ଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ, ଶ୍ରୀ ସୁନୀଲ ପାତ୍ର ଖଣି, ପୋଲିସ ଓ କୋର୍ଟ ବିଭାଗରେ ତାଙ୍କର ପ୍ରତିନିଧିର ମାନ୍ୟତା ଦେଇଥିଲେ । ଶ୍ରୀ ସୁନୀଲ ପାତ୍ରଙ୍କ ବାଲି ଚୋରିରେ ସମ୍ପୃକ୍ତି ଇଡି ରେଡ୍ରେ ସ୍ପଷ୍ଟ ହେବା ପରେ, ଏହି ଚୋରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସିଧାସଳଖ ରହିଛି ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଭୂମିକା ବିଷୟରେ ସଫେଇ ଦେବାକୁ ଯାଇ ଯିଏ ବାଲି ଚୋରିରେ ସମ୍ପୃକ୍ତି ହେବ, ତା ଘରେ ଇଡି ପସିବ ବୋଲି ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ଚୋର ଧରାପଡିଗଲା ପରେ ନିଜେ ଚୋର ଚୋର ଚିକ୍ରାର କରି ନିଜେ ଚୋର ନୁହେଁ ବୋଲି କହିବାକୁ ଚେଷ୍ଟା କଲା ପରି ହୋଇଛି, ଯାହାକୁ ରାଜ୍ୟବାସୀ ବେଶ ଭଲ ଭାବେ ବୁଝି ପାରୁଛନ୍ତି । ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜେ ଏହି ଚୋରିରେ ସମ୍ପୃକ୍ତି ଅଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସୁଶାସନ କଥା କହୁଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି, ଯଦି ସତ୍ସାହସ ଅଛି ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ହାଇକୋର୍ଟ ସାମ୍ନାରେ ନିଆଁ ଲାଗି ଏକାଧିକ ଗାଡି ପୋଡିଯିବା ଘଟଣାରେ ଜଣେ ମହିଳା ଅଟକ, ନିଆଁ ଲଗାଇଥିବା ଭିଡିଓ ଭାଇରାଲ

19 Jan 2026 By Madhusudan Das

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି: ବିଜେଡି

ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ, ରାଜ୍ୟର ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେଡି ଦାବି କରିଛି । 

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ଚୋରି, ଖଣି ଚୋରି ଅହେତୁକ ବୃଦ୍ଧି ପାଇଛି । ଏହି ଚୋରି ସରକାରୀ ଦଳର ପ୍ରୋତ୍ସାହନରେ ହେଉଛି ବୋଲି ବିଜେଡି ଅଭିଯୋଗ କରିଆସୁଛି । ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଚୋରିର ଫଳସ୍ୱରୂପ ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ରେ ଏହା ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଗୁରୁ ଖଣିଜ ସମ୍ପଦରେ ୫୦,୦୦୦ କୋଟି ଟଙ୍କାରୁ ୩୪,୦୦୦ କୋଟି ଟଙ୍କାକୁ ଖସି ଆସିଛି । ଏହି ରାଜସ୍ୱ ହାନୀ ରାଜ୍ୟ ଆର୍ଥିକ ସ୍ଥିତି ପାଇଁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହାଛଡା ବାଲି ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଚୋରି ଯୋଗୁଁ ବାଲି ଇତ୍ୟାଦିର ଦର ଅହେତୁକ ବୃଦ୍ଧି ପାଇଛି । ଏହି କାରଣରୁ ସଡ଼କ ସୁରକ୍ଷା ବିପର୍ଯ୍ୟସ୍ତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେଉଛି ।

ଡ଼ ମହାନ୍ତି କହିଥିଲେ, ଏହି ଚୋରି ସମ୍ପର୍କରେ ବିଜୁ ଜନତା ଦଳ ତରଫରୁ ବାରମ୍ୱାର ଅବଗତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଇଡି ରେଡ୍ରେ, ଖଣି ମନ୍ତ୍ରୀଙ୍କ ପ୍ରତିନିଧି ନିଜେ ଚୋରିରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହେବାପରେ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ମୁଖା ଖୋଲି ଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ, ଶ୍ରୀ ସୁନୀଲ ପାତ୍ର ଖଣି, ପୋଲିସ ଓ କୋର୍ଟ ବିଭାଗରେ ତାଙ୍କର ପ୍ରତିନିଧିର ମାନ୍ୟତା ଦେଇଥିଲେ । ଶ୍ରୀ ସୁନୀଲ ପାତ୍ରଙ୍କ ବାଲି ଚୋରିରେ ସମ୍ପୃକ୍ତି ଇଡି ରେଡ୍ରେ ସ୍ପଷ୍ଟ ହେବା ପରେ, ଏହି ଚୋରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସିଧାସଳଖ ରହିଛି ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଭୂମିକା ବିଷୟରେ ସଫେଇ ଦେବାକୁ ଯାଇ ଯିଏ ବାଲି ଚୋରିରେ ସମ୍ପୃକ୍ତି ହେବ, ତା ଘରେ ଇଡି ପସିବ ବୋଲି ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ଚୋର ଧରାପଡିଗଲା ପରେ ନିଜେ ଚୋର ଚୋର ଚିକ୍ରାର କରି ନିଜେ ଚୋର ନୁହେଁ ବୋଲି କହିବାକୁ ଚେଷ୍ଟା କଲା ପରି ହୋଇଛି, ଯାହାକୁ ରାଜ୍ୟବାସୀ ବେଶ ଭଲ ଭାବେ ବୁଝି ପାରୁଛନ୍ତି । ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜେ ଏହି ଚୋରିରେ ସମ୍ପୃକ୍ତି ଅଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସୁଶାସନ କଥା କହୁଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି, ଯଦି ସତ୍ସାହସ ଅଛି ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର