ବଦଳିଲା 'ରାଜ ଭବନ'ର ନାମ, ହେଲା ‘ଲୋକ ଭବନ’

Madhusudan Das Picture
Published On

ଭୁବନେଶ୍ୱର: ବଦଳିଲା ରାଜଭବନର ନାମ। ଆନୁଷ୍ଠାନିକ ଭାବେ ‘ରାଜ ଭବନ’ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଥିବା ସୋମବାର ରାଜ ଭବନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି।  ୨୦୨୪ ମସିହାରେ ରାଜ୍ୟପାଳମାନଙ୍କ ସମ୍ମିଳନୀ ସମୟରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜ ଭବନଗୁଡ଼ିକର ନାମକୁ ‘ଲୋକ ଭବନ’ ନାମରେ  ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟପାଲ ଡ. କମ୍ଭମପାଟି କହିଛନ୍ତି ଯେ ‘ଲୋକ ଭବନ’ ସ୍ୱଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ  ଅଟେ।  ‘ଲୋକ ଭବନ’ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବା ସହ ସମସ୍ତଙ୍କ ସୁଗମତା ଉପରେ ଧ୍ୟାନ ଦେବ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

02 Dec 2025 By Madhusudan Das

ବଦଳିଲା 'ରାଜ ଭବନ'ର ନାମ, ହେଲା ‘ଲୋକ ଭବନ’

ଭୁବନେଶ୍ୱର: ବଦଳିଲା ରାଜଭବନର ନାମ। ଆନୁଷ୍ଠାନିକ ଭାବେ ‘ରାଜ ଭବନ’ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଥିବା ସୋମବାର ରାଜ ଭବନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି।  ୨୦୨୪ ମସିହାରେ ରାଜ୍ୟପାଳମାନଙ୍କ ସମ୍ମିଳନୀ ସମୟରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜ ଭବନଗୁଡ଼ିକର ନାମକୁ ‘ଲୋକ ଭବନ’ ନାମରେ  ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟପାଲ ଡ. କମ୍ଭମପାଟି କହିଛନ୍ତି ଯେ ‘ଲୋକ ଭବନ’ ସ୍ୱଛତା, ସୁଗମତା ଏବଂ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ  ଅଟେ।  ‘ଲୋକ ଭବନ’ ଜନସାଧାରଣଙ୍କ ସହଭାଗିତା ଏବଂ ପରାମର୍ଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବା ସହ ସମସ୍ତଙ୍କ ସୁଗମତା ଉପରେ ଧ୍ୟାନ ଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର