ଶୀତରେ ଲାଗିଲା ସାମାନ୍ୟ ବ୍ରେକ୍, ୪ ଦିନରେ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ଶୀତରେ ଲାଗିଲା ବ୍ରେକ୍, ବଢିଲା ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ପୂର୍ବାପେକ୍ଷା ଶୀତର ପ୍ରଭାବ ହ୍ରାସ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଆଗକୁ ଥଣ୍ଡାର ପ୍ରଭାବ ହ୍ରାସ ହେବ।  

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ଶୀତର ପ୍ରଭାବ କମିବାର ମୁଖ୍ୟ କାରଣ ଭାବେ ପଶ୍ଚିମାଝଡ଼କୁ ବିବେଚନା କରାଯାଉଛି। ରାଜ୍ୟ ଉପରେ କ୍ରମାଗତ ଭାବେ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ୧୯ ତାରିଖ ଓ ୨୧ ତାରିଖରେ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମାଝଡ଼ ଅତିକ୍ରମ କରି ଓଡ଼ିଶା ଉପରେ ପ୍ରଭାବ ପକାଇବ। ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଏହା ତାପମାତ୍ରା ବୃଦ୍ଧିରେ ସହାୟକ ହେବ। ଆଗାମୀ ୨୪ଘଣ୍ଟା ପରେ ଦେଶର ପୂର୍ବ ଭାଗରେରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ସୃଷ୍ଟି ହେବା ପରେ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ନେଇ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।   

ଆହୁରି ପଢ଼ନ୍ତୁ: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

19 Jan 2026 By Madhusudan Das

ଶୀତରେ ଲାଗିଲା ସାମାନ୍ୟ ବ୍ରେକ୍, ୪ ଦିନରେ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଶୀତରେ ଲାଗିଲା ବ୍ରେକ୍, ବଢିଲା ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ପୂର୍ବାପେକ୍ଷା ଶୀତର ପ୍ରଭାବ ହ୍ରାସ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଆଗକୁ ଥଣ୍ଡାର ପ୍ରଭାବ ହ୍ରାସ ହେବ।  

ଶୀତର ପ୍ରଭାବ କମିବାର ମୁଖ୍ୟ କାରଣ ଭାବେ ପଶ୍ଚିମାଝଡ଼କୁ ବିବେଚନା କରାଯାଉଛି। ରାଜ୍ୟ ଉପରେ କ୍ରମାଗତ ଭାବେ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ୧୯ ତାରିଖ ଓ ୨୧ ତାରିଖରେ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମାଝଡ଼ ଅତିକ୍ରମ କରି ଓଡ଼ିଶା ଉପରେ ପ୍ରଭାବ ପକାଇବ। ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଏହା ତାପମାତ୍ରା ବୃଦ୍ଧିରେ ସହାୟକ ହେବ। ଆଗାମୀ ୨୪ଘଣ୍ଟା ପରେ ଦେଶର ପୂର୍ବ ଭାଗରେରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ସୃଷ୍ଟି ହେବା ପରେ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ନେଇ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।   

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର