ମିଛ କହି ଭୂଆଁ ବୁଲାଉଛନ୍ତି ଯୋଗାଣମନ୍ତ୍ରୀ: ବିଜେଡି

୧୧ ଜିଲ୍ଲାରେ ଉଠିନି ମୁଠେ ଧାନ ; ଚାଷୀଙ୍କୁ ମିଳୁନି ଟୋକନ

Madhusudan Das Picture
Published On

ଭୁବନେଶ୍ୱର: ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ ତଥ୍ୟର ସାହାର ନେଉଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଧାନ କ୍ରୟର ବାସ୍ତବ ଚିତ୍ରକୁ ଲୁଚାଇ ସାଧାରଣ ଚାଷୀଙ୍କୁ ବିଜେପି ସରକାର ଭ୍ରମିତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ପଲ୍ୟୁୁସନ ସାର୍ଟିଫିକେଟ ଆଳରେ ଜନସାଧାରଣଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ବୋଲି ଦଳ କହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ବୁଧବାର ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଛନ୍ତି ଯେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ ମିଛ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି। ବର୍ତ୍ତମାନ ରାଜ୍ୟରେ ୫୮ ହଜାର ୨୬୦ ଜଣ ଚାଷୀ, ୨ ଲକ୍ଷ ୬୫ ହଜାର ୯୦୬  ଟନ ଧାନ ଦେଇଥିଲା ବେଳେ ଯୋଗାଣ ମନ୍ତ୍ରୀ ମିଛ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡେଇଛନ୍ତି। ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଚାଷୀ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବିକ୍ରୟ କରିଛନ୍ତି। ଏହାକୁ ଡାହା ମିଛ । ରାଜ୍ୟରେ ଧାନ ସଂଗ୍ରହର ବ୍ୟବସ୍ଥା ସଂପୂର୍ଣ୍ଣ ଅବ୍ୟବସ୍ଥିତ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୁଠେ ମଧ୍ୟ ଧାନ ଉଠି ନାହିଁ। ଏମିତିକି ବହୁ ଜିଲ୍ଲାରେ ମଣ୍ଡି ମଧ୍ୟ ଖୋଲିନି। ଏଥିରୁ ରାଜ୍ୟ ସରକାରଙ୍କର ଚାଷୀ ମାରଣା ନୀତି ସ୍ପଷ୍ଟ ବାରି ହେଉଛି। ସମସ୍ତ ଧାନ ନ ଉଠିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଅନ୍ୟପଟେ ରାଜ୍ୟ ସରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ଓ ଅର୍ଥ ଉପାର୍ଜନ ପାଇଁ ପଲୁ୍‌୍ୟସନ ସାର୍ଟିଫିଟେକକୁ ଏକ ମାଧ୍ୟମ କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପଲ୍ୟୁସନ ସାର୍ଟିଫିକେଟ ବିନା ପେଟ୍ରୋଲ ନ ମିଳିବା ଏବଂ ବକେୟା ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ସରକାରଙ୍କ ଦ୍ୱାରା ତୁରନ୍ତ ନିର୍ଦ୍ଦେର୍ଶ ହେବା ଦ୍ୱାରା ସାଧାରଣ ଜନତା ଶାରୀରିକ ଓ ମାନସିକ ଭାବେ ନାହିଁ ନଥିବା ନିର୍ଯାତନାର ଶିକାର ହେଉଛନ୍ତି। ରାଜ୍ୟରେ ବହୁ କମ୍‌ ସଂଖ୍ୟକ ପଲୁ୍‌୍ୟସନ ସାର୍ଟିଫିକେଟ କେନ୍ଦ୍ର ଥିବାରୁ ସାର୍ଟିଫିକେଟ କରିବା ପାଇଁ ସାଧାରଣ ଜନତା ଭିଡ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଲୁ୍‌୍ୟସନ ସାର୍ଟିଫିକେଟ କରିବା ପାଇଁ ୬ ମାସରୁ ଅଧିକ ସମୟସୀମା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

24 Dec 2025 By Madhusudan Das

ମିଛ କହି ଭୂଆଁ ବୁଲାଉଛନ୍ତି ଯୋଗାଣମନ୍ତ୍ରୀ: ବିଜେଡି

୧୧ ଜିଲ୍ଲାରେ ଉଠିନି ମୁଠେ ଧାନ ; ଚାଷୀଙ୍କୁ ମିଳୁନି ଟୋକନ

ଭୁବନେଶ୍ୱର: ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ମିଛ ତଥ୍ୟର ସାହାର ନେଉଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ଧାନ କ୍ରୟର ବାସ୍ତବ ଚିତ୍ରକୁ ଲୁଚାଇ ସାଧାରଣ ଚାଷୀଙ୍କୁ ବିଜେପି ସରକାର ଭ୍ରମିତ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। କେବଳ ସେତିକି ନୁହେଁ ପଲ୍ୟୁୁସନ ସାର୍ଟିଫିକେଟ ଆଳରେ ଜନସାଧାରଣଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ବୋଲି ଦଳ କହିଛି।

ବୁଧବାର ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଛନ୍ତି ଯେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ ମିଛ ତଥ୍ୟ ଦେଇ ଭୂଆଁ ବୁଲାଉଛନ୍ତି। ବର୍ତ୍ତମାନ ରାଜ୍ୟରେ ୫୮ ହଜାର ୨୬୦ ଜଣ ଚାଷୀ, ୨ ଲକ୍ଷ ୬୫ ହଜାର ୯୦୬  ଟନ ଧାନ ଦେଇଥିଲା ବେଳେ ଯୋଗାଣ ମନ୍ତ୍ରୀ ମିଛ ତଥ୍ୟ ଦେଇ ନିଜ ପିଠି ନିଜେ ଥାପୁଡେଇଛନ୍ତି। ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଚାଷୀ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ବିକ୍ରୟ କରିଛନ୍ତି। ଏହାକୁ ଡାହା ମିଛ । ରାଜ୍ୟରେ ଧାନ ସଂଗ୍ରହର ବ୍ୟବସ୍ଥା ସଂପୂର୍ଣ୍ଣ ଅବ୍ୟବସ୍ଥିତ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ମୁଠେ ମଧ୍ୟ ଧାନ ଉଠି ନାହିଁ। ଏମିତିକି ବହୁ ଜିଲ୍ଲାରେ ମଣ୍ଡି ମଧ୍ୟ ଖୋଲିନି। ଏଥିରୁ ରାଜ୍ୟ ସରକାରଙ୍କର ଚାଷୀ ମାରଣା ନୀତି ସ୍ପଷ୍ଟ ବାରି ହେଉଛି। ସମସ୍ତ ଧାନ ନ ଉଠିଲେ ଆଗାମୀ ଦିନରେ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ରାଜ୍ୟ ସରକାର ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ଓ ଅର୍ଥ ଉପାର୍ଜନ ପାଇଁ ପଲୁ୍‌୍ୟସନ ସାର୍ଟିଫିଟେକକୁ ଏକ ମାଧ୍ୟମ କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପଲ୍ୟୁସନ ସାର୍ଟିଫିକେଟ ବିନା ପେଟ୍ରୋଲ ନ ମିଳିବା ଏବଂ ବକେୟା ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ସରକାରଙ୍କ ଦ୍ୱାରା ତୁରନ୍ତ ନିର୍ଦ୍ଦେର୍ଶ ହେବା ଦ୍ୱାରା ସାଧାରଣ ଜନତା ଶାରୀରିକ ଓ ମାନସିକ ଭାବେ ନାହିଁ ନଥିବା ନିର୍ଯାତନାର ଶିକାର ହେଉଛନ୍ତି। ରାଜ୍ୟରେ ବହୁ କମ୍‌ ସଂଖ୍ୟକ ପଲୁ୍‌୍ୟସନ ସାର୍ଟିଫିକେଟ କେନ୍ଦ୍ର ଥିବାରୁ ସାର୍ଟିଫିକେଟ କରିବା ପାଇଁ ସାଧାରଣ ଜନତା ଭିଡ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଲୁ୍‌୍ୟସନ ସାର୍ଟିଫିକେଟ କରିବା ପାଇଁ ୬ ମାସରୁ ଅଧିକ ସମୟସୀମା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର