ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବ୍ରେକ୍ ଫେଲ୍ ଟ୍ରକ୍; ୨ଟି ଭ୍ୟାନ୍ ସହ ୭ରୁ ଉର୍ଦ୍ଧ୍ୱ ବାଇକ୍ ଗୁଣ୍ଡ

Madhusudan Das Picture
Published On

କୋରାପୁଟ: ଟ୍ରକ୍ ଧକ୍କାରେ ଗୁଣ୍ଡ ହେଲା ୨ଟି ଭ୍ୟାନ୍ ସହ ୭ରୁ ଉର୍ଦ୍ଧ୍ୱ ବାଇକ୍ । ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବ୍ରେକ୍ ଫେଲ୍ ଟ୍ରକ୍ । କୋରାପୁଟ ଜିଲ୍ଲା ସୁନାବେଡ଼ା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରୁ ଗାଡି ଗୁଡିକୁ ହଟାଯାଇ ରାସ୍ତା ସ୍ଵାଭାବିକ କରାଯାଇଛି। 

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

ସୂଚନାନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଆରଟିଓ ଅଫିସ୍ ଗଡଣିରେ ରହିଥିବା ୮ଟି ବାଇକ୍, ୨ ସ୍କୁଟିକୁ ଚୁନା କରିବା ସହ ଗୋଟିଏ ବ୍ୟାଙ୍କ ଏଟିଏମ ଟଙ୍କା ଜମା ଗାଡ଼ି ଓ ଗୋଟିଏ ଟାଟାଏସିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମିନି ଟ୍ରକର ଡ୍ରାଇଭର ଆହାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେହି ବାଟ ଦେଇ ଯିବାର ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

19 Dec 2025 By Madhusudan Das

ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବ୍ରେକ୍ ଫେଲ୍ ଟ୍ରକ୍; ୨ଟି ଭ୍ୟାନ୍ ସହ ୭ରୁ ଉର୍ଦ୍ଧ୍ୱ ବାଇକ୍ ଗୁଣ୍ଡ

କୋରାପୁଟ: ଟ୍ରକ୍ ଧକ୍କାରେ ଗୁଣ୍ଡ ହେଲା ୨ଟି ଭ୍ୟାନ୍ ସହ ୭ରୁ ଉର୍ଦ୍ଧ୍ୱ ବାଇକ୍ । ସିରିଜ ଦୁର୍ଘଟଣା ପରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ବ୍ରେକ୍ ଫେଲ୍ ଟ୍ରକ୍ । କୋରାପୁଟ ଜିଲ୍ଲା ସୁନାବେଡ଼ା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରୁ ଗାଡି ଗୁଡିକୁ ହଟାଯାଇ ରାସ୍ତା ସ୍ଵାଭାବିକ କରାଯାଇଛି। 

ସୂଚନାନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ସମୟରେ କୋରାପୁଟ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଆରଟିଓ ଅଫିସ୍ ଗଡଣିରେ ରହିଥିବା ୮ଟି ବାଇକ୍, ୨ ସ୍କୁଟିକୁ ଚୁନା କରିବା ସହ ଗୋଟିଏ ବ୍ୟାଙ୍କ ଏଟିଏମ ଟଙ୍କା ଜମା ଗାଡ଼ି ଓ ଗୋଟିଏ ଟାଟାଏସିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମିନି ଟ୍ରକର ଡ୍ରାଇଭର ଆହାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେହି ବାଟ ଦେଇ ଯିବାର ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର