ସରସ୍ବତୀ ପୂଜାରେ ମଦ ପିଇ ରାସ୍ତାରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର

Madhusudan Das Picture
Published On

ଫୁଲବାଣୀ : ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ । ଗତକାଲି ସରସ୍ବତୀ ପୂଜା ଲାଗି ପରିବେଶ ଥିଲା ଉତ୍ସବମୁଖର। ହେଲେ ଟିକାବାଲିର ଏକ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ଅଚେତ ହୋଇ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। 

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

ଗତକାଲି ଦିନ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି। ତେବେ ଦୁଇ ଛାତ୍ର ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଅନୁଦାନପ୍ରାପ୍ତ ହଷ୍ଟେଲରେ ରହି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ବାହାରକୁ ଆସି ମଦ ପିଇଲେ କେମିତି ? ଛାତ୍ରମାନେ ବାହାରକୁ ଗଲେ କିପରି ? ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକଙ୍କୁ ମଦ ବିକ୍ରି କଲା କିଏ ? ପିଲାମାନଙ୍କ ନିକଟକୁ ନିଶା ପହଞ୍ଚିଲା କେଉଁଠୁ, ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । 

ଆହୁରି ପଢ଼ନ୍ତୁ: ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

24 Jan 2026 By Madhusudan Das

ସରସ୍ବତୀ ପୂଜାରେ ମଦ ପିଇ ରାସ୍ତାରେ ଗଡ଼ିଲେ ନବମ ଶ୍ରେଣୀ ଛାତ୍ର

ଫୁଲବାଣୀ : ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା ଚାଲିଥିବାବେଳେ ମଦ ପଇ ରାସ୍ତାରେ ଗଡ଼ିଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ । ଗତକାଲି ସରସ୍ବତୀ ପୂଜା ଲାଗି ପରିବେଶ ଥିଲା ଉତ୍ସବମୁଖର। ହେଲେ ଟିକାବାଲିର ଏକ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ମଦ୍ୟପାନ କରି ବଜାର ଭିତରେ ଅଚେତ ହୋଇ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଉଭୟ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। 

ଗତକାଲି ଦିନ ସାଢ଼େ ୧୨ଟାରେ ଟିକାବାଲି ପୋଷ୍ଟ ଅଫିସ ନିକଟ ବିଏସଏନଏଲ ଟାୱାର ତଳେ ସେମାନେ ନିଶାସକ୍ତ ହୋଇ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି। ତେବେ ଦୁଇ ଛାତ୍ର ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ଅନୁଦାନପ୍ରାପ୍ତ ହଷ୍ଟେଲରେ ରହି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଜାଣତରେ ବାହାରକୁ ଆସି ମଦ ପିଇଲେ କେମିତି ? ଛାତ୍ରମାନେ ବାହାରକୁ ଗଲେ କିପରି ? ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳକଙ୍କୁ ମଦ ବିକ୍ରି କଲା କିଏ ? ପିଲାମାନଙ୍କ ନିକଟକୁ ନିଶା ପହଞ୍ଚିଲା କେଉଁଠୁ, ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର