ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ ମହିଳା, ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇ ଚାଲିଗଲା ଜୀବନ

Madhusudan Das Picture
Published On

ବ୍ରହ୍ମପୁର: ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁ । ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ, ଆମ୍ବୁଲାନ୍ସ ସହ ହେଲା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚାରିଝୋଡି ଗାଁର ଆଶାକର୍ମୀ ଲଳିତା ନାଇକ । ତାଙ୍କ ଦେହ ଖରାପ ଥିବାରୁ କଟକ ମେଡିକାଲ ଯାଇଥିଲେ । ସୁସ୍ଥ ହୋଇ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣାରେ ମୃତ ମହିଳାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

13 Jan 2026 By Madhusudan Das

ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ ମହିଳା, ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁ । ହସ୍ପିଟାଲରୁ ସୁସ୍ଥ ହୋଇ ବୋଲେରୋରେ ଫେରୁଥିଲେ, ଆମ୍ବୁଲାନ୍ସ ସହ ହେଲା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କପାମଣ୍ଡି ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚାରିଝୋଡି ଗାଁର ଆଶାକର୍ମୀ ଲଳିତା ନାଇକ । ତାଙ୍କ ଦେହ ଖରାପ ଥିବାରୁ କଟକ ମେଡିକାଲ ଯାଇଥିଲେ । ସୁସ୍ଥ ହୋଇ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁର୍ଘଟଣାରେ ମୃତ ମହିଳାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର