ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା

Sakala Desk Picture
Published On

କୃଷ୍ଣପ୍ରସାଦ: ଦୀର୍ଘ ଦିନର ଦାବି ଓ ବହୁ ପ୍ରତୀକ୍ଷିତ କୃଷ୍ଣପ୍ରସାଦ ବ୍ରିଜ ନିର୍ମାଣ ପ୍ରକଳ୍ପ ଆଜି ମଧ୍ୟ କେବଳ କାଗଜପତ୍ରରେ ସୀମିତ ରହିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୂରଣ ହେବାର ନାଁ ଧରୁନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା ରହିଛି।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ରାଜନୈତିକ ବାକଯୁଦ୍ଧ ଓ ପାଲଟା ଅଭିଯୋଗ

ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବର୍ତ୍ତମାନର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ଥିବାବେଳେ କାମ ହେଉନଥିବା ନେଇ ବିଧାୟିକା ଭାଷଣବାଜି କରୁଥିଲେ, କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ରରେ 'ଡବଲ ଇଞ୍ଜିନ ସରକାର' ଥିବା ସତ୍ତ୍ୱେ କାହିଁକି କାମ ଆଗେଇ ପାରୁନାହିଁ? ତୁରନ୍ତ ଏହାର ଜବାବ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

ବିପଦସଙ୍କୁଳ ଜଳଯାତ୍ରା ଓ ଜନଅସନ୍ତୋଷ

କୃଷ୍ଣପ୍ରସାଦ ବାସୀଙ୍କ ପାଇଁ ୬ କିଲୋମିଟରର ଜଳଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଡଙ୍ଗା ବୁଡ଼ି ଓ ଅନ୍ୟାନ୍ୟ ଅଘଟଣ ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ତ ଦୂରର କଥା, ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ, ଯାହା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ଏବେ କୃଷ୍ଣପ୍ରସାଦ ବାସୀ ଧୈର୍ଯ୍ୟହରା ହୋଇ ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି। ବ୍ରିଜ ନିର୍ମାଣ କେବେ ଆରମ୍ଭ ହେବ ଏବଂ କେବେ ଶୁଭ ଦିଆଯିବ, ସେନେଇ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଂସଦ ସମ୍ବିତ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ ମୁହଁ ଖୋଲିବେ ଏବଂ ସମସ୍ୟାର ସମାଧାନ କରିବେ, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।

29 Jan 2026 By Sakala Desk

ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା

କୃଷ୍ଣପ୍ରସାଦ: ଦୀର୍ଘ ଦିନର ଦାବି ଓ ବହୁ ପ୍ରତୀକ୍ଷିତ କୃଷ୍ଣପ୍ରସାଦ ବ୍ରିଜ ନିର୍ମାଣ ପ୍ରକଳ୍ପ ଆଜି ମଧ୍ୟ କେବଳ କାଗଜପତ୍ରରେ ସୀମିତ ରହିଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାର ରୂପ ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସ୍ୱପ୍ନ ପୂରଣ ହେବାର ନାଁ ଧରୁନାହିଁ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଏହି ଅଞ୍ଚଳରେ ବ୍ରିଜ ନିର୍ମାଣ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା ରହିଛି।

ରାଜନୈତିକ ବାକଯୁଦ୍ଧ ଓ ପାଲଟା ଅଭିଯୋଗ

ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ବର୍ତ୍ତମାନର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ଥିବାବେଳେ କାମ ହେଉନଥିବା ନେଇ ବିଧାୟିକା ଭାଷଣବାଜି କରୁଥିଲେ, କିନ୍ତୁ ଏବେ ରାଜ୍ୟ ଓ କେନ୍ଦ୍ରରେ 'ଡବଲ ଇଞ୍ଜିନ ସରକାର' ଥିବା ସତ୍ତ୍ୱେ କାହିଁକି କାମ ଆଗେଇ ପାରୁନାହିଁ? ତୁରନ୍ତ ଏହାର ଜବାବ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ବିପଦସଙ୍କୁଳ ଜଳଯାତ୍ରା ଓ ଜନଅସନ୍ତୋଷ

କୃଷ୍ଣପ୍ରସାଦ ବାସୀଙ୍କ ପାଇଁ ୬ କିଲୋମିଟରର ଜଳଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଓ ବିପଦପୂର୍ଣ୍ଣ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଡଙ୍ଗା ବୁଡ଼ି ଓ ଅନ୍ୟାନ୍ୟ ଅଘଟଣ ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ତଥାପି ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଭିତ୍ତି ପ୍ରସ୍ତର ସ୍ଥାପନ ତ ଦୂରର କଥା, ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ, ଯାହା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଏବେ କୃଷ୍ଣପ୍ରସାଦ ବାସୀ ଧୈର୍ଯ୍ୟହରା ହୋଇ ସ୍ପଷ୍ଟ ଦାବି ଉପସ୍ଥାପନ କରିଛନ୍ତି। ବ୍ରିଜ ନିର୍ମାଣ କେବେ ଆରମ୍ଭ ହେବ ଏବଂ କେବେ ଶୁଭ ଦିଆଯିବ, ସେନେଇ ସରକାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସାଂସଦ ସମ୍ବିତ ପାତ୍ର ଓ ବିଧାୟିକା ଉପାସନା ମହାପାତ୍ର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବେ ମୁହଁ ଖୋଲିବେ ଏବଂ ସମସ୍ୟାର ସମାଧାନ କରିବେ, ତାହାକୁ ହିଁ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର