+୨ ନାମଲେଖା ପାଇଁ ପୁଣି ସୁଯୋଗ; ଆଜିଠୁ ଆବେଦନ କରିପାରିବେ ଆଶାୟୀ

Madhusudan Das Picture
Published On

ଭୁବନେଶ୍ୱର: +୨ ନାମଲେଖା ପାଇଁ ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି । ଆଜିଠୁ ଅର୍ଥାତ୍‌ ୧୦ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାର ୩ ଦିନ ପରେ ଅର୍ଥାତ୍‌ ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏହାସହ ୱେଟିଂ ତାଲିକା ମଧ୍ୟ ପ୍ରକାଶ ପାଇବ। ମୋଟ୍‌ ସିଟ୍‌ର ପ୍ରାୟ ୧୦ ଗୁଣା ପ୍ରାର୍ଥୀଙ୍କୁ ୱେଟିଂ ତାଲିକାରେ ରଖାଯିବ। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ୧୮ ଓ ୧୯ ତାରିଖରେ ନାମ ଲେଖାଇବେ। ୱେଟିଂ ତାଲିକାରେ ଥିବା ଅବଶିଷ୍ଟ ପ୍ରାର୍ଥୀ ୨୦ରୁ ୨୨ ତାରିଖ ମଧ୍ୟରେ ପଞ୍ଜୀକରଣ କରିବେ ଏବଂ ୨୨ତାରିଖରେ ସେମାନଙ୍କ ମେଧା ତାଲିକା ପ୍ରକାଶ ପାଇବ। ୨୪ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ସରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ନାମ ଲେଖାଇନଥିବା ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି କୁହାଯାଇଛି। ବିଦ୍ୟାଳୟରୁ ଦୂରେଇ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ଫେରାଇ ଆଣିବା ପାଇଁ ପୁଣିଥରେ ନାମଲେଖା ସୁଯୋଗ ଦିଆଯାଇଥିବା ନିର୍ଦ୍ଦେଶାଳୟ ଦର୍ଶାଇଛି। ହେଲେ, ଶିକ୍ଷାବର୍ଷକୁ ପ୍ରାୟ ୮ମାସ ପୂରଣ ପରେ ମଧ୍ୟ ନାମଲେଖା ପ୍ରକ୍ରିୟା ସରୁନଥିବା ନେଇ ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଆଉ ମାତ୍ର ଦୁଇ ମାସ ପରେ ପରୀକ୍ଷା ହେବାକୁ ଥିବା ବେଳେ ପିଲାମାନେ କ’ଣ ପଢ଼ିବେ ଓ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ପରେ ନାମଲେଖା ମାତ୍ରାଧିକ ବିଳମ୍ବ ହେଉଥିବା ଶିକ୍ଷାବିତ୍‌ମାନେ ଅଭିଯୋଗ କରିବା ସହ ନାମଲେଖା ପ୍ରକ୍ରିୟାର ସରଳୀକରଣ ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

10 Dec 2025 By Madhusudan Das

+୨ ନାମଲେଖା ପାଇଁ ପୁଣି ସୁଯୋଗ; ଆଜିଠୁ ଆବେଦନ କରିପାରିବେ ଆଶାୟୀ

ଭୁବନେଶ୍ୱର: +୨ ନାମଲେଖା ପାଇଁ ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି । ଆଜିଠୁ ଅର୍ଥାତ୍‌ ୧୦ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହାର ୩ ଦିନ ପରେ ଅର୍ଥାତ୍‌ ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏହାସହ ୱେଟିଂ ତାଲିକା ମଧ୍ୟ ପ୍ରକାଶ ପାଇବ। ମୋଟ୍‌ ସିଟ୍‌ର ପ୍ରାୟ ୧୦ ଗୁଣା ପ୍ରାର୍ଥୀଙ୍କୁ ୱେଟିଂ ତାଲିକାରେ ରଖାଯିବ। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନେ ୧୮ ଓ ୧୯ ତାରିଖରେ ନାମ ଲେଖାଇବେ। ୱେଟିଂ ତାଲିକାରେ ଥିବା ଅବଶିଷ୍ଟ ପ୍ରାର୍ଥୀ ୨୦ରୁ ୨୨ ତାରିଖ ମଧ୍ୟରେ ପଞ୍ଜୀକରଣ କରିବେ ଏବଂ ୨୨ତାରିଖରେ ସେମାନଙ୍କ ମେଧା ତାଲିକା ପ୍ରକାଶ ପାଇବ। ୨୪ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ସରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ନାମ ଲେଖାଇନଥିବା ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି କୁହାଯାଇଛି। ବିଦ୍ୟାଳୟରୁ ଦୂରେଇ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନକୁ ଫେରାଇ ଆଣିବା ପାଇଁ ପୁଣିଥରେ ନାମଲେଖା ସୁଯୋଗ ଦିଆଯାଇଥିବା ନିର୍ଦ୍ଦେଶାଳୟ ଦର୍ଶାଇଛି। ହେଲେ, ଶିକ୍ଷାବର୍ଷକୁ ପ୍ରାୟ ୮ମାସ ପୂରଣ ପରେ ମଧ୍ୟ ନାମଲେଖା ପ୍ରକ୍ରିୟା ସରୁନଥିବା ନେଇ ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଆଉ ମାତ୍ର ଦୁଇ ମାସ ପରେ ପରୀକ୍ଷା ହେବାକୁ ଥିବା ବେଳେ ପିଲାମାନେ କ’ଣ ପଢ଼ିବେ ଓ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ପରେ ନାମଲେଖା ମାତ୍ରାଧିକ ବିଳମ୍ବ ହେଉଥିବା ଶିକ୍ଷାବିତ୍‌ମାନେ ଅଭିଯୋଗ କରିବା ସହ ନାମଲେଖା ପ୍ରକ୍ରିୟାର ସରଳୀକରଣ ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର