ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଭାବନୀୟ ସ୍ଥିତି: ବେପାରୀଙ୍କୁ ଶାଗମାଛ ମୂଲ୍ୟରେ ଧାନ ବିକିବା ପରେ ଖୋଲୁଛି ମଣ୍ଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ଗତ ନଭେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ନଭେମ୍ବର ୨୭ ତାରିଖ ମଧ୍ୟରେ ମଣ୍ଡି ଖୋଲା ନ ଯିବାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷୀ ଏମ୍‌ଏସ୍‌ପିଠାରୁ କମ୍‌ ଦରରେ ବେପାରୀଙ୍କୁ ଶାଗମାଛ ମୂଲ୍ୟରେ ଧାନ ବିକି ସାରିବା ପରେ ମଣ୍ଡି ଖୋଲାଯାଉଛି। ଏହି ସବୁ ଅଞ୍ଚଳର ବହୁ ମିଲର ଚାଷୀଙ୍କଠାରୁ କମ୍‌ ରେଟରେ ଧାନ କିଣି ଗୋଦାମରେ ରଖି ସାରିଲେଣି ବୋଲି ଜାତୀୟ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ ପଟ୍ଟନାୟକ କହିଛନ୍ତି। 

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

ଏକ ପ୍ରେସ୍‌ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚାଷୀ ଅଦ୍ୟାବଧି ଟୋକନ ପାଇ ନାହାଁନ୍ତି କିମ୍ବା ମଣ୍ଡି ଭିତ୍ତିଭୂମି ସୁଦୃଢ଼ ନାହିଁ। ସେପଟେ ସୋସାଇଟିରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ବରଗଡ଼ ପ୍ରଭୃତି ଜିଲ୍ଲାର ଅନେକ ଯୋଗ୍ୟ ଚାଷୀଙ୍କୁ ଧାନ ବିକ୍ରି ପଞ୍ଜୀକରଣରେ ବିଭିନ୍ନ ଆଳ ଦେଖାଇ ବାଦ୍‌ ଦିଆଯାଇଛି। ଅନେକ ସମୟରେ ପ୍ରତି ବସ୍ତାରେ ୫ରୁ ୭ କେଜି ପର୍ଯ୍ୟନ୍ତ କଟ୍‌ନୀଛଟ୍‌ନୀ କରାଯାଉଥିବାର ନଜିର ରହିଛି। ଧାନ ପରିଲକ୍ଷିତ ମାପକ ଯନ୍ତ୍ର ବା ଆନାଲାଇଜର ମେସିନ୍‌ରେ ସାଙ୍ଘାତିକ ତୃଟି ରହିଥିବାବେଳେ ସରକାରଙ୍କ ଧାନକିଣା ଘୋଷଣା ଚାଷୀଙ୍କ ପାଇଁ କଟା ଘା’ରେ ଚୁନ ସଦୃଶ ହୋଇଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ଧାନ ସଂରକ୍ଷଣ ପାଇଁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଗୋଦାମ ଘର ନିର୍ମାଣ ନ କରିବା ଏବଂ ନିର୍ଦ୍ଧାରିତ ସମୟରେ ଏଫସିଆଇ ଦ୍ୱାରା ଚାଉଳ ନ ଉଠାଇବା ଯୋଗୁଁ ମିଲରମାନଙ୍କ ମନମାନିରେ ଧାନ କିଣା ଯାଉଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏମଏସପିର ଦେଢ଼ଗୁଣା ବୃଦ୍ଧି କରିବା ସହିତ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟିଏବଂ ଧାନ କିଣାର ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ବିଧିବଦ୍ଧ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଯଦି ସରକାରଙ୍କ ପକ୍ଷରୁ ଧାନର ଅଭାବି ବିକ୍ରି ରୋକିବା, ମଣ୍ଡି ସୁଦୃଢ଼ୀକରଣ, ଟୋକନ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ସହିତ ଚାଷୀର ସମସ୍ତ ବଳକା ଧାନକୁ ନିର୍ଦ୍ଧାରିତ ସମୟରେ ଉଚିତ୍‌ ମୂଲ୍ୟ ୩୧୬୯ଟଙ୍କାରେ କ୍ରୟ କରା ନ ଯାଏ ସରକାର ଓ ପ୍ରଶାସନ ବିରୋଧରେ ରାଜ୍ୟବ୍ୟପୀ କଂଗ୍ରେସ କୃଷକସେଲ୍‌ ପକ୍ଷରୁ ମଣ୍ଡି ଘେରଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନରେ ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯିବା ସହିତ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦିଆଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହୋଇଥିଲେ। ଇତିମଧ୍ୟରେ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ, କିମ୍ବା ଏମ୍‌ଏସ୍‌ପିର ଆଇନଗତ ମାନ୍ୟତା ମିଳିଲା ନାହିଁ। ଫଳରେ ଚାଷୀ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

29 Nov 2025 By Madhusudan Das

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଭାବନୀୟ ସ୍ଥିତି: ବେପାରୀଙ୍କୁ ଶାଗମାଛ ମୂଲ୍ୟରେ ଧାନ ବିକିବା ପରେ ଖୋଲୁଛି ମଣ୍ଡି

ଭୁବନେଶ୍ୱର: ରାଜ୍ୟ ସରକାର ଗତ ନଭେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ନଭେମ୍ବର ୨୭ ତାରିଖ ମଧ୍ୟରେ ମଣ୍ଡି ଖୋଲା ନ ଯିବାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷୀ ଏମ୍‌ଏସ୍‌ପିଠାରୁ କମ୍‌ ଦରରେ ବେପାରୀଙ୍କୁ ଶାଗମାଛ ମୂଲ୍ୟରେ ଧାନ ବିକି ସାରିବା ପରେ ମଣ୍ଡି ଖୋଲାଯାଉଛି। ଏହି ସବୁ ଅଞ୍ଚଳର ବହୁ ମିଲର ଚାଷୀଙ୍କଠାରୁ କମ୍‌ ରେଟରେ ଧାନ କିଣି ଗୋଦାମରେ ରଖି ସାରିଲେଣି ବୋଲି ଜାତୀୟ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ ପଟ୍ଟନାୟକ କହିଛନ୍ତି। 

ଏକ ପ୍ରେସ୍‌ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚାଷୀ ଅଦ୍ୟାବଧି ଟୋକନ ପାଇ ନାହାଁନ୍ତି କିମ୍ବା ମଣ୍ଡି ଭିତ୍ତିଭୂମି ସୁଦୃଢ଼ ନାହିଁ। ସେପଟେ ସୋସାଇଟିରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ବରଗଡ଼ ପ୍ରଭୃତି ଜିଲ୍ଲାର ଅନେକ ଯୋଗ୍ୟ ଚାଷୀଙ୍କୁ ଧାନ ବିକ୍ରି ପଞ୍ଜୀକରଣରେ ବିଭିନ୍ନ ଆଳ ଦେଖାଇ ବାଦ୍‌ ଦିଆଯାଇଛି। ଅନେକ ସମୟରେ ପ୍ରତି ବସ୍ତାରେ ୫ରୁ ୭ କେଜି ପର୍ଯ୍ୟନ୍ତ କଟ୍‌ନୀଛଟ୍‌ନୀ କରାଯାଉଥିବାର ନଜିର ରହିଛି। ଧାନ ପରିଲକ୍ଷିତ ମାପକ ଯନ୍ତ୍ର ବା ଆନାଲାଇଜର ମେସିନ୍‌ରେ ସାଙ୍ଘାତିକ ତୃଟି ରହିଥିବାବେଳେ ସରକାରଙ୍କ ଧାନକିଣା ଘୋଷଣା ଚାଷୀଙ୍କ ପାଇଁ କଟା ଘା’ରେ ଚୁନ ସଦୃଶ ହୋଇଛି। 

ଧାନ ସଂରକ୍ଷଣ ପାଇଁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଗୋଦାମ ଘର ନିର୍ମାଣ ନ କରିବା ଏବଂ ନିର୍ଦ୍ଧାରିତ ସମୟରେ ଏଫସିଆଇ ଦ୍ୱାରା ଚାଉଳ ନ ଉଠାଇବା ଯୋଗୁଁ ମିଲରମାନଙ୍କ ମନମାନିରେ ଧାନ କିଣା ଯାଉଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ଏମଏସପିର ଦେଢ଼ଗୁଣା ବୃଦ୍ଧି କରିବା ସହିତ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟିଏବଂ ଧାନ କିଣାର ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ବିଧିବଦ୍ଧ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଯଦି ସରକାରଙ୍କ ପକ୍ଷରୁ ଧାନର ଅଭାବି ବିକ୍ରି ରୋକିବା, ମଣ୍ଡି ସୁଦୃଢ଼ୀକରଣ, ଟୋକନ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ସହିତ ଚାଷୀର ସମସ୍ତ ବଳକା ଧାନକୁ ନିର୍ଦ୍ଧାରିତ ସମୟରେ ଉଚିତ୍‌ ମୂଲ୍ୟ ୩୧୬୯ଟଙ୍କାରେ କ୍ରୟ କରା ନ ଯାଏ ସରକାର ଓ ପ୍ରଶାସନ ବିରୋଧରେ ରାଜ୍ୟବ୍ୟପୀ କଂଗ୍ରେସ କୃଷକସେଲ୍‌ ପକ୍ଷରୁ ମଣ୍ଡି ଘେରଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସାଧାରଣ ନିର୍ବାଚନରେ ସ୍ୱାମୀନାଥନ କମିଟି ସୁପାରିସ ଆଧାରରେ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯିବା ସହିତ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦିଆଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହୋଇଥିଲେ। ଇତିମଧ୍ୟରେ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ, କିମ୍ବା ଏମ୍‌ଏସ୍‌ପିର ଆଇନଗତ ମାନ୍ୟତା ମିଳିଲା ନାହିଁ। ଫଳରେ ଚାଷୀ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର