ଏକତରଫା ପ୍ରେମରୁ ଛୁରାମାଡ଼; ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ

Madhusudan Das Picture
Published On

ବାସୁଦେବପୁର: ପ୍ରେମିକର ଛୁରୀ ମାଡରେ କଟିଲା ନାବାଳିକା ବାପାର ବେକ । ଟ୍ୟୁସନରୁ ଝିଅକୁ ନେବାକୁ ବାପା ରାଜେନ୍ଦ୍ର ରାଉତ ଆସିଥିବା ବେଳେ ପ୍ରେମିକ ଆକ୍ରମଣ କରିଥିଲା । ନାବାଳିକାଙ୍କୁ ଏକତରଫାର ପ୍ରେମ କରୁଥିଲେ ଯୁବକ ଜଣକ । ପ୍ରେମକୁ ବିରୋଧ କରିବା ସହ ଯୁବକଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲେ ବାପା । ସୁଯୋଗ ପାଇ ଆଜି ନାବାଳିକାଙ୍କ ବାପାଙ୍କୁ ଆକ୍ରମଣ କରିଥିଲା ସମ୍ପୃକ୍ତ ଯୁବକ । ନାବାଳିକାର ବାପା ସହ ବଚସା ପରେ ଛୁରିରେ ବେକ କାଟି ଯୁବକ ଫେରାର୍‌ ହୋଇଯାଇଛି । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

ମିଳିଥିବା ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁର ଏକ ଯୁବକ ଏକତରଫା ପ୍ରେମ କରୁଥିଲେ। ଯାହାକୁ ବିରୋଧ କରୁଥିଲେ ଝିଅର ବାପା ରାଜେନ୍ଦ୍ର । ବୁଧବାର ଦିନ ରାଜେନ୍ଦ୍ର ଝିଅ ତୁଳାମତୁଳା ବିଦ୍ୟାଳୟକୁ ଟିଉସନ ହେବାକୁ ଆସିଥିଲେ । ଏହି ସମୟରେ ଯୁବକ ଜଣଙ୍କ ନାବାଳିକା ଝିଅ ପାଖକୁ ଆସିଥିଲେ । ଯାହାକୁ ଦେଖି ରାଜେନ୍ଦ୍ର ପାଟି କରିଥିଲେ । ହେଲେ ପୂର୍ବରୁ ପ୍ରସ୍ତୁତି ହୋଇ ଆସିଥିବା ଯୁବକ ଜଣକ ରାଜେନ୍ଦ୍ରଙ୍କ ପାଖକୁ ଯାଇ ନିଜ ପକେଟରୁ ଏକ ଧାରୁଆ ଅସ୍ତ୍ର ବାହାର କରିଥିଲେ । ଆଉ ଏହାପରେ ସେହି ଧାରୁଆ ଅସ୍ତ୍ରରେ ରାଜେନ୍ଦ୍ର ବେକ କାଟିଦେଇଥିଲେ ଯୁବକ। ଛୁରୀରେ ଆକ୍ରମଣ ପରେ ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ । ଯାହାକୁ ଦେକି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛି ।

ଆହୁରି ପଢ଼ନ୍ତୁ: ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

05 Nov 2025 By Madhusudan Das

ଏକତରଫା ପ୍ରେମରୁ ଛୁରାମାଡ଼; ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ

ବାସୁଦେବପୁର: ପ୍ରେମିକର ଛୁରୀ ମାଡରେ କଟିଲା ନାବାଳିକା ବାପାର ବେକ । ଟ୍ୟୁସନରୁ ଝିଅକୁ ନେବାକୁ ବାପା ରାଜେନ୍ଦ୍ର ରାଉତ ଆସିଥିବା ବେଳେ ପ୍ରେମିକ ଆକ୍ରମଣ କରିଥିଲା । ନାବାଳିକାଙ୍କୁ ଏକତରଫାର ପ୍ରେମ କରୁଥିଲେ ଯୁବକ ଜଣକ । ପ୍ରେମକୁ ବିରୋଧ କରିବା ସହ ଯୁବକଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲେ ବାପା । ସୁଯୋଗ ପାଇ ଆଜି ନାବାଳିକାଙ୍କ ବାପାଙ୍କୁ ଆକ୍ରମଣ କରିଥିଲା ସମ୍ପୃକ୍ତ ଯୁବକ । ନାବାଳିକାର ବାପା ସହ ବଚସା ପରେ ଛୁରିରେ ବେକ କାଟି ଯୁବକ ଫେରାର୍‌ ହୋଇଯାଇଛି । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ମିଳିଥିବା ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କ ନାବାଳିକା ଝିଅକୁ ବରଣ୍ଡୁଆ ପଞ୍ଚାୟତ କେନାଲ ଆଡି ଗାଁର ଏକ ଯୁବକ ଏକତରଫା ପ୍ରେମ କରୁଥିଲେ। ଯାହାକୁ ବିରୋଧ କରୁଥିଲେ ଝିଅର ବାପା ରାଜେନ୍ଦ୍ର । ବୁଧବାର ଦିନ ରାଜେନ୍ଦ୍ର ଝିଅ ତୁଳାମତୁଳା ବିଦ୍ୟାଳୟକୁ ଟିଉସନ ହେବାକୁ ଆସିଥିଲେ । ଏହି ସମୟରେ ଯୁବକ ଜଣଙ୍କ ନାବାଳିକା ଝିଅ ପାଖକୁ ଆସିଥିଲେ । ଯାହାକୁ ଦେଖି ରାଜେନ୍ଦ୍ର ପାଟି କରିଥିଲେ । ହେଲେ ପୂର୍ବରୁ ପ୍ରସ୍ତୁତି ହୋଇ ଆସିଥିବା ଯୁବକ ଜଣକ ରାଜେନ୍ଦ୍ରଙ୍କ ପାଖକୁ ଯାଇ ନିଜ ପକେଟରୁ ଏକ ଧାରୁଆ ଅସ୍ତ୍ର ବାହାର କରିଥିଲେ । ଆଉ ଏହାପରେ ସେହି ଧାରୁଆ ଅସ୍ତ୍ରରେ ରାଜେନ୍ଦ୍ର ବେକ କାଟିଦେଇଥିଲେ ଯୁବକ। ଛୁରୀରେ ଆକ୍ରମଣ ପରେ ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ । ଯାହାକୁ ଦେକି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର