ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାଙ୍କୁ ଅତ୍ୟାଚାର ଅଭିଯୋଗ, ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଭିଡ଼ିଓ ବାର୍ତ୍ତାରେ ଅନୁରୋଧ

Madhusudan Das Picture
Published On

ବାଲେଶ୍ଵର: ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା' ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବାଖାଣିଛନ୍ତି ସେଜଲ ଜନ୍‌ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ  ନେଇଥିବା ମହିଳା ତାଙ୍କୁ ସେଠାରେ  ନିର୍ଯାତନା ଦେଉଥିବା ଅଭିଯୋଗ  କରିଛନ୍ତି ୨୧ ବର୍ଷିୟା ସେଜଲ ଜନ୍‌ । ପ୍ରାୟ ମାସକ ପୂର୍ବରୁ ସେଜଲ୍‌ ନିଜ  ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା  ଏବେ ଆଲୋଡ଼ନ ସୃଷ୍ଟି କରିଛି । ସେଜଲ୍‌ ଏବେ ଆମେରିକାର  ମେରିଲ୍ୟାଣ୍ଡ୍‌ରେ ରହୁଛନ୍ତି । 

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ତାରିଖ ଯାଏଁ କାଳବୈଶାଖୀ ବର୍ଷା, ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭିଡିଓ ବାର୍ତ୍ତାର ସୂଚନା ଅନୁସାରେ, ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା'ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ୍ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା' ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ଭିଡିଓ ବାର୍ତ୍ତାରେ ସେ କହିଛନ୍ତି 'ମୁଁ ଓଡ଼ିଶା ଫେରି ବାପା-ମା’ଙ୍କୁ  ଭେଟିବାକୁ ଚାହେଁ । ଓଡ଼ିଶାରେ ଖୁସିରେ ଥିଲି । ଏଠି  ମୋତେ ନିର୍ଯାତନା ଦିଆଯାଉଛି । ଏଠାକାର ପ୍ରଶାସନକୁ  ଭେଟିଲେ କୌଣସି ସାହାଯ୍ୟ ମିଳୁନି । ମୋ ଜୀବନ ଏବେ  ବିପଦରେ ଅଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ମୋତେ  ଆମେରିକାରୁ ନେଇଯାଆନ୍ତୁ ବୋଲି ସେଜଲ୍‌ ଜଣାଇଛନ୍ତି ।  

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

10 Nov 2025 By Madhusudan Das

ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାଙ୍କୁ ଅତ୍ୟାଚାର ଅଭିଯୋଗ, ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଭିଡ଼ିଓ ବାର୍ତ୍ତାରେ ଅନୁରୋଧ

ବାଲେଶ୍ଵର: ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା' ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବାଖାଣିଛନ୍ତି ସେଜଲ ଜନ୍‌ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ  ନେଇଥିବା ମହିଳା ତାଙ୍କୁ ସେଠାରେ  ନିର୍ଯାତନା ଦେଉଥିବା ଅଭିଯୋଗ  କରିଛନ୍ତି ୨୧ ବର୍ଷିୟା ସେଜଲ ଜନ୍‌ । ପ୍ରାୟ ମାସକ ପୂର୍ବରୁ ସେଜଲ୍‌ ନିଜ  ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା  ଏବେ ଆଲୋଡ଼ନ ସୃଷ୍ଟି କରିଛି । ସେଜଲ୍‌ ଏବେ ଆମେରିକାର  ମେରିଲ୍ୟାଣ୍ଡ୍‌ରେ ରହୁଛନ୍ତି । 

ଭିଡିଓ ବାର୍ତ୍ତାର ସୂଚନା ଅନୁସାରେ, ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା'ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ୍ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା' ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି। 

ଭିଡିଓ ବାର୍ତ୍ତାରେ ସେ କହିଛନ୍ତି 'ମୁଁ ଓଡ଼ିଶା ଫେରି ବାପା-ମା’ଙ୍କୁ  ଭେଟିବାକୁ ଚାହେଁ । ଓଡ଼ିଶାରେ ଖୁସିରେ ଥିଲି । ଏଠି  ମୋତେ ନିର୍ଯାତନା ଦିଆଯାଉଛି । ଏଠାକାର ପ୍ରଶାସନକୁ  ଭେଟିଲେ କୌଣସି ସାହାଯ୍ୟ ମିଳୁନି । ମୋ ଜୀବନ ଏବେ  ବିପଦରେ ଅଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ମୋତେ  ଆମେରିକାରୁ ନେଇଯାଆନ୍ତୁ ବୋଲି ସେଜଲ୍‌ ଜଣାଇଛନ୍ତି ।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର