ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଦିନ ୪ଟା ପରେ ପ୍ରଚାର ବନ୍ଦ

Madhusudan Das Picture
Published On

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଆଜି ସରୁଛି ପ୍ରଚାର। ଆଜି ଉପନିର୍ବାଚନରେ ପ୍ରଚାରର ଶେଷ ଦିନ। ଦିନ ୪ଟା ପରେ ପ୍ରଚାର ବନ୍ଦ । ଆଜି ପ୍ରଚାର ସରୁଥିବାରୁ ଶେଷ ସ୍ପର୍ଶ ଦେବା ପାଇଁ ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ଲାଗି ପଡ଼ିଛନ୍ତି। ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ।

ଆହୁରି ପଢ଼ନ୍ତୁ: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଫାଙ୍କା ଗୁଳି ଚାଳନା, ଅଡୁଆରେ ପିଏସଓ

ନବୀନଙ୍କ ରୋଡ଼ ଶୋ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୋମନା ଓ ନୂଆପଡ଼ା ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଶେଷ ଦିନରେ ଫୁଲ ଦମରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଂଚାୟତ ବୁଲି ପ୍ରଚାର କରୁଛନ୍ତି। ସ୍ନେହାଙ୍ଗିନୀଙ୍କ ସହ ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ଦଳୀୟ କର୍ମୀମାନେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ପ୍ରଚାର କରିଥିଲେ। ସାଧାରଣ ସଭା ସହ ରୋଡ଼ ଶୋ ବି କରିଥିଲେ ମୋହନ। ଦଳୀୟ ପ୍ରାର୍ଥୀ ଓ ନେତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କୋମନା ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆଜି ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି

ଆହୁରି ପଢ଼ନ୍ତୁ: ଭୁବନେଶ୍ବରରେ ପହଞ୍ଚିଲେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ

09 Nov 2025 By Madhusudan Das

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଦିନ ୪ଟା ପରେ ପ୍ରଚାର ବନ୍ଦ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଆଜି ସରୁଛି ପ୍ରଚାର। ଆଜି ଉପନିର୍ବାଚନରେ ପ୍ରଚାରର ଶେଷ ଦିନ। ଦିନ ୪ଟା ପରେ ପ୍ରଚାର ବନ୍ଦ । ଆଜି ପ୍ରଚାର ସରୁଥିବାରୁ ଶେଷ ସ୍ପର୍ଶ ଦେବା ପାଇଁ ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ଲାଗି ପଡ଼ିଛନ୍ତି। ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ।

ନବୀନଙ୍କ ରୋଡ଼ ଶୋ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୋମନା ଓ ନୂଆପଡ଼ା ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଶେଷ ଦିନରେ ଫୁଲ ଦମରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଂଚାୟତ ବୁଲି ପ୍ରଚାର କରୁଛନ୍ତି। ସ୍ନେହାଙ୍ଗିନୀଙ୍କ ସହ ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ଦଳୀୟ କର୍ମୀମାନେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ପ୍ରଚାର କରିଥିଲେ। ସାଧାରଣ ସଭା ସହ ରୋଡ଼ ଶୋ ବି କରିଥିଲେ ମୋହନ। ଦଳୀୟ ପ୍ରାର୍ଥୀ ଓ ନେତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କୋମନା ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆଜି ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର