ଐତିହ୍ୟସ୍ଥଳୀରେ ନୂଆ ଧାରା: ପର୍ଯ୍ୟଟକଙ୍କ ଅପେକ୍ଷା ଫାଟୋ ସୁଟ୍‌‌ ପାଇଁ ଭିଡ଼ ଜମାଉଛନ୍ତି ଅଧିକ ଲୋକ

Madhusudan Das Picture
Published On

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଆରମ୍ଭ ହେଲାଣି ପର୍ଯ୍ୟଟନର ଋତୁ। ସେଥିପାଇଁ ରାଜଧାନୀର ପ୍ରମୁଖ ଐତିହ୍ୟସ୍ଥଳୀ ଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ହେଲେ ଏହାରି ମଧ୍ୟରେ ଗତ କିଛିବର୍ଷ ହେଲା ଆଉ ଏକ ଟ୍ରେଣ୍ଡ ବା ଚାହିଦା ମଧ୍ୟ ଦେଖିବାକୁ ମିଳୁଛି। ପର୍ଯ୍ୟଟକଙ୍କ ଅପେକ୍ଷା ଅଧିକ ଲୋକେ ଫାଟୋ ସୁଟ୍‌‌ ପାଇଁ ଏଠାରେ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷକରି ଏବେ ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଏହିସବୁ ସ୍ଥାନରେ ଭିଡ ବଢ଼ୁଛି। 

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

ବିଶେଷକରି ବିନ୍ଦୁ ସାଗର, ଦେବୀ ପାଦହରା ପୁଷ୍କରିଣୀ, କର୍ଜନ ମଣ୍ଡପ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଧଉଳି, ଉଦୟଗିରି ଏବଂ ଖଣ୍ଡଗିରି, ଭାସ୍କରେଶ୍ୱର ମନ୍ଦିର ଆଦି ସ୍ଥାନରେ ଏବେ ଫଟୋ ସୁଟ୍‌‌ ପାଇଁ ଲୋକଙ୍କ ସଂଖ୍ୟା ବଢ଼ୁଛି। ଆଗରୁ କେବଳ କଲେଜ ପିଲାଙ୍କ ଫଟୋ ସହ ଭିଡିଓ ଓ ରିଲ୍‌‌ସ ପାଇଁ ଏହିସବୁ ସ୍ଥାନକୁ ବାଛୁଥିଲେ। ହେଲେ ଏଥିରେ ପ୍ରି ୱେଡିଙ୍ଗ ଫଟୋସୁଟ୍‌‌ ମଧ୍ୟ ସାମିଲ ହେଲାଣି। ଏପରିକି ଗୁଗଲରେ ମଧ୍ୟ ରାଜଧାନୀର ପ୍ରମୁଖ ପ୍ରି ୱେଡିଙ୍ଗ୍‌‌ ଫଟୋ ସୁଟ୍‌‌ ସ୍ଥାନ ଖୋଜିଲେ ଉପରୋକ୍ତ ସ୍ଥାନଗୁଡିକ ହିଁ ପ୍ରଥମେ ଦେଖିବାକୁ ମିଳୁଛି। ବିଶେଷକରି ବାହାରକୁ ଯିବାରେ, ଟ୍ରାଭେଲ ଖର୍ଚ୍ଚ, ବୁକିଂ ଆଦିରେ ପଇସା ଖର୍ଚ୍ଚ ମଧ୍ୟ ଏଠାରେ କରିବାକୁ ପଡ଼ି ନ ଥାଏ। ଏଠାରେ ସେସବୁର ଆବଶ୍ୟକତା ନଥାଏ ବୋଲି କିଛି ଜଣ ମତ ଦେଇଥିଲେ। ପୂର୍ବରୁ ରିଲ୍‌‌ସ ସ୍ପଟ ପାଲଟିଥିବା ଏହି ଐତିହ୍ୟସ୍ଥଳୀରେ ଏବେ ଫଟୋ ସୁଟ୍‌‌ ପାଇଁ ଚାହିଦା ବଢ଼ିଛି। ବର୍ତ୍ତମାନ ବାହାଘର ସିଜିନ୍‌‌ ଆରମ୍ଭ ହୋଇଥିବାରୁ ଏହି ସ୍ଥାନଗୁଡିକରେ ଭିଡ଼ ମଧ୍ୟ ବଢ଼ୁଛି। ଏହି ଐତିହ୍ୟସ୍ଥଳୀଗୁଡିକର ଆକର୍ଷଣୀୟ କାରୁକାର୍ଯ୍ୟ ଯୋଗୁଁ ଲୋକ ଏହାକୁ ବାଛୁଛନ୍ତି। ଗୋଟିଏ ଦିନରେ ପାଖିପାଖି ୪ ରୁ ୫ ଯୋଡି ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଆସୁଥିବା କହିଛନ୍ତି ମୁକ୍ତେଶ୍ୱର ମନ୍ଦିରର ଜଣେ କର୍ମଚାରୀ। 

ଆହୁରି ପଢ଼ନ୍ତୁ: ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

23 Nov 2025 By Madhusudan Das

ଐତିହ୍ୟସ୍ଥଳୀରେ ନୂଆ ଧାରା: ପର୍ଯ୍ୟଟକଙ୍କ ଅପେକ୍ଷା ଫାଟୋ ସୁଟ୍‌‌ ପାଇଁ ଭିଡ଼ ଜମାଉଛନ୍ତି ଅଧିକ ଲୋକ

ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଆରମ୍ଭ ହେଲାଣି ପର୍ଯ୍ୟଟନର ଋତୁ। ସେଥିପାଇଁ ରାଜଧାନୀର ପ୍ରମୁଖ ଐତିହ୍ୟସ୍ଥଳୀ ଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ହେଲେ ଏହାରି ମଧ୍ୟରେ ଗତ କିଛିବର୍ଷ ହେଲା ଆଉ ଏକ ଟ୍ରେଣ୍ଡ ବା ଚାହିଦା ମଧ୍ୟ ଦେଖିବାକୁ ମିଳୁଛି। ପର୍ଯ୍ୟଟକଙ୍କ ଅପେକ୍ଷା ଅଧିକ ଲୋକେ ଫାଟୋ ସୁଟ୍‌‌ ପାଇଁ ଏଠାରେ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷକରି ଏବେ ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଏହିସବୁ ସ୍ଥାନରେ ଭିଡ ବଢ଼ୁଛି। 

ବିଶେଷକରି ବିନ୍ଦୁ ସାଗର, ଦେବୀ ପାଦହରା ପୁଷ୍କରିଣୀ, କର୍ଜନ ମଣ୍ଡପ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଧଉଳି, ଉଦୟଗିରି ଏବଂ ଖଣ୍ଡଗିରି, ଭାସ୍କରେଶ୍ୱର ମନ୍ଦିର ଆଦି ସ୍ଥାନରେ ଏବେ ଫଟୋ ସୁଟ୍‌‌ ପାଇଁ ଲୋକଙ୍କ ସଂଖ୍ୟା ବଢ଼ୁଛି। ଆଗରୁ କେବଳ କଲେଜ ପିଲାଙ୍କ ଫଟୋ ସହ ଭିଡିଓ ଓ ରିଲ୍‌‌ସ ପାଇଁ ଏହିସବୁ ସ୍ଥାନକୁ ବାଛୁଥିଲେ। ହେଲେ ଏଥିରେ ପ୍ରି ୱେଡିଙ୍ଗ ଫଟୋସୁଟ୍‌‌ ମଧ୍ୟ ସାମିଲ ହେଲାଣି। ଏପରିକି ଗୁଗଲରେ ମଧ୍ୟ ରାଜଧାନୀର ପ୍ରମୁଖ ପ୍ରି ୱେଡିଙ୍ଗ୍‌‌ ଫଟୋ ସୁଟ୍‌‌ ସ୍ଥାନ ଖୋଜିଲେ ଉପରୋକ୍ତ ସ୍ଥାନଗୁଡିକ ହିଁ ପ୍ରଥମେ ଦେଖିବାକୁ ମିଳୁଛି। ବିଶେଷକରି ବାହାରକୁ ଯିବାରେ, ଟ୍ରାଭେଲ ଖର୍ଚ୍ଚ, ବୁକିଂ ଆଦିରେ ପଇସା ଖର୍ଚ୍ଚ ମଧ୍ୟ ଏଠାରେ କରିବାକୁ ପଡ଼ି ନ ଥାଏ। ଏଠାରେ ସେସବୁର ଆବଶ୍ୟକତା ନଥାଏ ବୋଲି କିଛି ଜଣ ମତ ଦେଇଥିଲେ। ପୂର୍ବରୁ ରିଲ୍‌‌ସ ସ୍ପଟ ପାଲଟିଥିବା ଏହି ଐତିହ୍ୟସ୍ଥଳୀରେ ଏବେ ଫଟୋ ସୁଟ୍‌‌ ପାଇଁ ଚାହିଦା ବଢ଼ିଛି। ବର୍ତ୍ତମାନ ବାହାଘର ସିଜିନ୍‌‌ ଆରମ୍ଭ ହୋଇଥିବାରୁ ଏହି ସ୍ଥାନଗୁଡିକରେ ଭିଡ଼ ମଧ୍ୟ ବଢ଼ୁଛି। ଏହି ଐତିହ୍ୟସ୍ଥଳୀଗୁଡିକର ଆକର୍ଷଣୀୟ କାରୁକାର୍ଯ୍ୟ ଯୋଗୁଁ ଲୋକ ଏହାକୁ ବାଛୁଛନ୍ତି। ଗୋଟିଏ ଦିନରେ ପାଖିପାଖି ୪ ରୁ ୫ ଯୋଡି ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଆସୁଥିବା କହିଛନ୍ତି ମୁକ୍ତେଶ୍ୱର ମନ୍ଦିରର ଜଣେ କର୍ମଚାରୀ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର