ଭାଇଚାରାର ସନ୍ଦେଶ ଦେଲେ ମାଙ୍କଡ଼ପଲ: ନଦୀ କୂଳରୁ ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ଉଦ୍ଧାର ପାଇଁ ନଦୀକୁ ଡେଇଁଲେ ସବୁ ମାଙ୍କଡ଼

Madhusudan Das Picture
Published On

ମହାକାଳପଡ଼ା: ଭାଇଚାରାର ସନ୍ଦେଶ ଦେଲେ ମାଙ୍କଡ଼ପଲ। ନଦୀକୂଳରେ ମାଙ୍କଡ଼ଟିଏ ପାଣି ପିଇବା ବେଳେ ତାକୁ କୁମ୍ଭୀର ଟାଣିନେଲା। ଏହି ସମୟରେ ମାଙ୍କଡ଼ଟି ଜୋରଜୋର୍‌ରେ ଚିତ୍କାର କରିବାରୁ ନଦୀ ଆରପଟେ ଥିବା ମାଙ୍କଡ଼ପଲ ତାକୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ଏମିତି ଏକ ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ ମୋବାଇଲର କଏଦ୍‌ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଛି। ଦିନକୁ ଦିନ ଶ୍ରେଷ୍ଠ ପ୍ରାଣୀ ମଣିଷ ମଧ୍ୟରେ ଭାଇଚାରା ନଷ୍ଟ ହେଉଥିବା ବେଳେ ସାଥୀ ମାଙ୍କଡ଼କୁ ବଞ୍ଚାଇବା ପାଇଁ ମାଙ୍କଡ଼ପଲଙ୍କ ସମୂହ ପ୍ରୟାସ ମଣିଷ ସମାଜକୁ ଘଡ଼ିଏ ଭାବିବାକୁ ବାଧ୍ୟ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ୍‌ ଖରିନାସି ଜଙ୍ଗଲ ପାର୍ଶ୍ବରେ ମହାନଦୀର ଏକ ଶାଖା ନଦୀ ପ୍ରବାହିତ ହେଉଛି। ଏହି ନଦୀକୂଳରେ ଗୋଟିଏ ମାଙ୍କଡ଼ ପାଣି ପିଉଥିବା ବେଳେ ତାକୁ ଟାଣି ନେଇଥିଲା କୁମ୍ଭୀର। ମାଙ୍କଡ଼ର ଚିତ୍କାର ଶୁଣି ଅନ୍ୟ ମାଙ୍କଡ଼ମାନେ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ଭର୍ତ୍ତି ନଦୀ ପାର ହୋଇ ତା’ ନିକଟରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସାଥୀ ମାଙ୍କଡ଼କୁ ବଞ୍ଚାଇ ପାରିଲେନି ସିନା କିନ୍ତୁ ସେମାନେ କରିଥିବା ସାମୂହିକ ପ୍ରୟାସ ସମଗ୍ର ମାନବ ସମାଜ ପାଇଁ ଶିକ୍ଷଣୀୟ ହୋଇଛି।

ଆହୁରି ପଢ଼ନ୍ତୁ: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ

28 Dec 2025 By Madhusudan Das

ଭାଇଚାରାର ସନ୍ଦେଶ ଦେଲେ ମାଙ୍କଡ଼ପଲ: ନଦୀ କୂଳରୁ ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ଉଦ୍ଧାର ପାଇଁ ନଦୀକୁ ଡେଇଁଲେ ସବୁ ମାଙ୍କଡ଼

ମହାକାଳପଡ଼ା: ଭାଇଚାରାର ସନ୍ଦେଶ ଦେଲେ ମାଙ୍କଡ଼ପଲ। ନଦୀକୂଳରେ ମାଙ୍କଡ଼ଟିଏ ପାଣି ପିଇବା ବେଳେ ତାକୁ କୁମ୍ଭୀର ଟାଣିନେଲା। ଏହି ସମୟରେ ମାଙ୍କଡ଼ଟି ଜୋରଜୋର୍‌ରେ ଚିତ୍କାର କରିବାରୁ ନଦୀ ଆରପଟେ ଥିବା ମାଙ୍କଡ଼ପଲ ତାକୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ଏମିତି ଏକ ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ନିଜ ମୋବାଇଲର କଏଦ୍‌ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଛି। ଦିନକୁ ଦିନ ଶ୍ରେଷ୍ଠ ପ୍ରାଣୀ ମଣିଷ ମଧ୍ୟରେ ଭାଇଚାରା ନଷ୍ଟ ହେଉଥିବା ବେଳେ ସାଥୀ ମାଙ୍କଡ଼କୁ ବଞ୍ଚାଇବା ପାଇଁ ମାଙ୍କଡ଼ପଲଙ୍କ ସମୂହ ପ୍ରୟାସ ମଣିଷ ସମାଜକୁ ଘଡ଼ିଏ ଭାବିବାକୁ ବାଧ୍ୟ କରିଛି।

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ୍‌ ଖରିନାସି ଜଙ୍ଗଲ ପାର୍ଶ୍ବରେ ମହାନଦୀର ଏକ ଶାଖା ନଦୀ ପ୍ରବାହିତ ହେଉଛି। ଏହି ନଦୀକୂଳରେ ଗୋଟିଏ ମାଙ୍କଡ଼ ପାଣି ପିଉଥିବା ବେଳେ ତାକୁ ଟାଣି ନେଇଥିଲା କୁମ୍ଭୀର। ମାଙ୍କଡ଼ର ଚିତ୍କାର ଶୁଣି ଅନ୍ୟ ମାଙ୍କଡ଼ମାନେ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ଭର୍ତ୍ତି ନଦୀ ପାର ହୋଇ ତା’ ନିକଟରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସାଥୀ ମାଙ୍କଡ଼କୁ ବଞ୍ଚାଇ ପାରିଲେନି ସିନା କିନ୍ତୁ ସେମାନେ କରିଥିବା ସାମୂହିକ ପ୍ରୟାସ ସମଗ୍ର ମାନବ ସମାଜ ପାଇଁ ଶିକ୍ଷଣୀୟ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର