ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ

Sakala Desk Picture
Published On

ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ ସ୍ଥିତ ବଡ଼ଟାଙ୍ଗୀ ଗ୍ରାମରେ ଓଁ ମା’ ଡ଼ାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।

ଆହୁରି ପଢ଼ନ୍ତୁ: ୫ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବଜେଟ ଅଧିବେଶନ, ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ଗୃହୀତ

ମନ୍ଦିର ପ୍ରତିଷ୍ଠା ଦିବସ ସହିତ ଏଠାରେ ଷୋଡଶ ବାର୍ଷିକ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜିତ ହୋଇଥିଲା। ହରିବୋଲ ଓ ହୁଳହୁଳି ଶବ୍ଦ ସହ ନାମ ସଂକୀର୍ତ୍ତନର ଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

WhatsApp Image 2026-02-27 at 12.37.29 PM

ଆହୁରି ପଢ଼ନ୍ତୁ: ଆଜି ପୁରୁଛି ଧାନ କିଣା କଣ୍ଟ: ଏବେ ବି ଧାନ ଧରି ବସିଛନ୍ତି ଲକ୍ଷାଧିକ ଚାଷୀ

ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ରବୀନ୍ଦ୍ର କୁମାର ପାତ୍ର ଏବଂ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିଶୁପାଳଗଡ଼ ଓ ବଡ଼ଟାଙ୍ଗୀ ଗ୍ରାମବାସୀବୃନ୍ଦଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

27 Feb 2026 By Sakala Desk

ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ

ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ ସ୍ଥିତ ବଡ଼ଟାଙ୍ଗୀ ଗ୍ରାମରେ ଓଁ ମା’ ଡ଼ାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।

ମନ୍ଦିର ପ୍ରତିଷ୍ଠା ଦିବସ ସହିତ ଏଠାରେ ଷୋଡଶ ବାର୍ଷିକ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜିତ ହୋଇଥିଲା। ହରିବୋଲ ଓ ହୁଳହୁଳି ଶବ୍ଦ ସହ ନାମ ସଂକୀର୍ତ୍ତନର ଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯାଇଥିଲା।

WhatsApp Image 2026-02-27 at 12.37.29 PM

ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ରବୀନ୍ଦ୍ର କୁମାର ପାତ୍ର ଏବଂ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିଶୁପାଳଗଡ଼ ଓ ବଡ଼ଟାଙ୍ଗୀ ଗ୍ରାମବାସୀବୃନ୍ଦଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର