ରାଜଧାନୀରୁ ଯୁବକ ନିଖୋଜ, ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଥିବା ଅଭିଯୋଗ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଯୁବକ ନିଖୋଜ । ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଗଲେ ଯୁବକ । ୬ ଦିନ ହେଲା ମିଳୁନି ଯୁବକଙ୍କ ପତ୍ତା । ନିଖୋଜ ଯୁବକ ହେଲେ ସତ୍ୟଜିତ ଦାସ, ଘର ଖୋର୍ଦ୍ଧା ଟାଉନ ଅଞ୍ଚଳରେ ବୋଲି ଜଣାପଡିଛି । ମଦନପୁରର ଏକ ଘରୋଇ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ହେଉଛନ୍ତି ସତ୍ୟଜିତ । ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୧ତାରିଖ ଦିନ ସତ୍ୟଜିତ ତାଙ୍କର ସାଙ୍ଗମାନଙ୍କ ସହ ଭରତପୁର ଅଞ୍ଚଳରେ ଥିବା ଏକ କାଫେକୁ ଜନ୍ମଦିନ ପାଳନ କରିବାକୁ ଆସିଥିଲେ । ସେହିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ଘର ଲୋକ ତାଙ୍କୁ ଫୋନ କରିଥିଲେ । କିଛି ଉତ୍ତର ନମିଳିବାରୁ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଭରତ ପୁର ଥାନା ପୋଲିସ ଅଭିଯୋଗ ନରଖିବାରୁ ଖୋର୍ଦ୍ଧା ଟାଉନ ପୋଲିସରେ ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା

ସତ୍ୟଜିତଙ୍କ ବୟସ ୨୧ ବର୍ଷ ହେବ । ସେ ଯୁକ୍ତ ୩ରେ ପାଠ ପଢ଼ୁଛନ୍ତି । ଘରଲୋକ ବନ୍ଧୁବାନ୍ଧବ ଏବଂ ତାଙ୍କ ସାଙ୍ଗସାଥୀଙ୍କୁ ପଚାରି ବୁଝି ସାରିଲେଣି କିନ୍ତୁ କୌଣସି ପତ୍ତା ମିଳୁନାହିଁ । ନିଖୋଜ ପରଠାରୁ ସତ୍ୟଜିତଙ୍କ ମୋବାଇଲ ସ୍ବିଚ୍ ଅଫ୍ ରହିଛି । ପୋଲିସ ସତ୍ୟଜିତଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

07 Nov 2025 By Madhusudan Das

ରାଜଧାନୀରୁ ଯୁବକ ନିଖୋଜ, ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଯୁବକ ନିଖୋଜ । ଜନ୍ମଦିନ ପାର୍ଟିକୁ ଆସି ନିଖୋଜ ହୋଇଗଲେ ଯୁବକ । ୬ ଦିନ ହେଲା ମିଳୁନି ଯୁବକଙ୍କ ପତ୍ତା । ନିଖୋଜ ଯୁବକ ହେଲେ ସତ୍ୟଜିତ ଦାସ, ଘର ଖୋର୍ଦ୍ଧା ଟାଉନ ଅଞ୍ଚଳରେ ବୋଲି ଜଣାପଡିଛି । ମଦନପୁରର ଏକ ଘରୋଇ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର ହେଉଛନ୍ତି ସତ୍ୟଜିତ । ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୧ତାରିଖ ଦିନ ସତ୍ୟଜିତ ତାଙ୍କର ସାଙ୍ଗମାନଙ୍କ ସହ ଭରତପୁର ଅଞ୍ଚଳରେ ଥିବା ଏକ କାଫେକୁ ଜନ୍ମଦିନ ପାଳନ କରିବାକୁ ଆସିଥିଲେ । ସେହିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିବାରୁ ଘର ଲୋକ ତାଙ୍କୁ ଫୋନ କରିଥିଲେ । କିଛି ଉତ୍ତର ନମିଳିବାରୁ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଭରତ ପୁର ଥାନା ପୋଲିସ ଅଭିଯୋଗ ନରଖିବାରୁ ଖୋର୍ଦ୍ଧା ଟାଉନ ପୋଲିସରେ ଅଭିଯୋଗ କରିଛନ୍ତି । 

ସତ୍ୟଜିତଙ୍କ ବୟସ ୨୧ ବର୍ଷ ହେବ । ସେ ଯୁକ୍ତ ୩ରେ ପାଠ ପଢ଼ୁଛନ୍ତି । ଘରଲୋକ ବନ୍ଧୁବାନ୍ଧବ ଏବଂ ତାଙ୍କ ସାଙ୍ଗସାଥୀଙ୍କୁ ପଚାରି ବୁଝି ସାରିଲେଣି କିନ୍ତୁ କୌଣସି ପତ୍ତା ମିଳୁନାହିଁ । ନିଖୋଜ ପରଠାରୁ ସତ୍ୟଜିତଙ୍କ ମୋବାଇଲ ସ୍ବିଚ୍ ଅଫ୍ ରହିଛି । ପୋଲିସ ସତ୍ୟଜିତଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର