ଧୋକା ଦେଲା ଗୁଗଲ ମ୍ୟାପ ! ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍‌, ଭାଙ୍ଗିଗଲା ଘର

Madhusudan Das Picture
Published On

ଭଦ୍ରକ: ଧୋକା ଦେଲା ଗୁଗଲ ମ୍ୟାପ । ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍‌ ଆଉ ଭାଙ୍ଗିଗଲା ଘର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଦିଗଛିଆରେ । ଆଜି ଭୋରରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆକରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ମାତ୍ର ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତେ ଟ୍ରକକୁ ପୁରାଇଦେଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା। ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

01 Jan 2026 By Madhusudan Das

ଧୋକା ଦେଲା ଗୁଗଲ ମ୍ୟାପ ! ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍‌, ଭାଙ୍ଗିଗଲା ଘର

ଭଦ୍ରକ: ଧୋକା ଦେଲା ଗୁଗଲ ମ୍ୟାପ । ବାଟ ଜାଣି ନ ପାରି ଗାଁକୁ ମାଡ଼ିଗଲା ଟ୍ରକ୍‌ ଆଉ ଭାଙ୍ଗିଗଲା ଘର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଦିଗଛିଆରେ । ଆଜି ଭୋରରେ କଟକରୁ ଏକ ଟ୍ରକ ଧାମରା ବନ୍ଦର ଅଭିମୁଖେ ଯାଉଥିଲା । ନୂଆକରି ଧାମରାକୁ ଗାଡି ନେଇ ଯାଉଥିବା ଡ୍ରାଇଭରକୁ ରାସ୍ତା ଜଣା ନଥିବାରୁ ସେ ଗୁଗଲ ମ୍ୟାପ ଦେଖି ଗାଡି ଚଳାଉଥିଲେ । ମାତ୍ର ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଗାଡି ଚଳାଇ ଗାଁ ଭିତେ ଟ୍ରକକୁ ପୁରାଇଦେଇଥିଲେ।

ଅଣଓସରିଆ ଗାଁ ଭିତରେ ବଡ଼ ଟ୍ରକଟି ଆଉ ବୁଲି ନ ପାରି ରମେଶ ଦାସଙ୍କ ଘର ଉପରେ ମାଡି ଯାଇଥିଲା। ଏହା ଦେଖି ଗାଁ ଲୋକେ ବାଂଶଡା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଂଶଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡିକୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର