ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ କଳାକୃତି: ରାଜଧାନୀରେ ପ୍ରଥମ ୱେଷ୍ଟ ଟୁ ୱେଲ୍‌‌ଥ ସ୍କିଲ୍‌‌ ପାର୍କ

Madhusudan Das Picture
Published On

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଅନେକ ସାମଗ୍ରୀକୁ ବ୍ୟବହାର କରିବା ପରେ ଅଦରକାରୀ ଭାବି ଫୋପାଡ଼ି ଦେଉଥିବା। ହେଲେ ଫୋପାଡ଼ି ଦେଉଥିବା ଏହି ଅଦରକାରୀ ସାମଗ୍ରୀରୁ ଯେ ଆକର୍ଷଣୀୟ କଳାକୃତି ତିଆରି ହୋଇ ପାର୍କରେ ପରିଣତ ହୋଇପାରେ ଏହା କେହି କେବେ ଭାବନ୍ତି ନାହିଁ। ଏହିପରି ପରିତ୍ୟକ୍ତ ସାମଗ୍ରୀକୁ ନେଇ ଯେଉଁ କଳାକୃତି ତିଆରି ହୋଇଛି ଏହାକୁ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଘଡ଼ିଏ ଠିଆ ହୋଇ ଦେଖୁଛନ୍ତି। 

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ରାଜଧାନୀର ସରକାରୀ ପଲିଟେକନିକ୍‌‌ କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ ସାମଗ୍ରୀ ତିଆରି କରିଛନ୍ତି। ବିଶେଷକରି ଭଙ୍ଗା କ୍ରାଙ୍କ, ପୁରୁଣା ଟାୟାର, ପ୍ଲାଷ୍ଟିକ୍‌‌ ବୋତଲ, ଲୁହାଛଡ଼, ବୋତଲର ଠିପି, ଭଙ୍ଗା ମଦର୍‌‌ ବୋର୍ଡ, ପିସି, ଅଟୋମୋବାଇଲ୍‌‌ସ ସ୍କ୍ରାଫିସ୍‌‌, ବାଥରୁମ୍‌‌ ବ୍ୟବହୃତ ହେଉଥିବା ଟିଣ କବାଟ ଆଦିକୁ ନେଇ ଏକ ଆକର୍ଷଣୀୟ କଳାକୃତି ତିଆରି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

୫ ହଜାର ସ୍କୋୟାର ଫୁଟ ସ୍ଥାନରେ ଏହି ୱେଷ୍ଟ ବା ଅଦରକାରୀ ସାମଗ୍ରୀରେ ଗଣେଶ, ଜିରାଫ୍‌‌, ଭାରତ ମାନଚିତ୍ର, ସହିତ ବିଭିନ୍ନ ପ୍ରକାରର ପଶୁପକ୍ଷୀ, ରୋବଟ୍‌‌, ଗିଟାର, ମାଛ, ପାଣି ଟ୍ୟାବ୍‌‌, ମହାତ୍ମାଗାନ୍ଧୀ ସହିତ ଯୁଦ୍ଧ ଟ୍ୟାଙ୍କ ଭଳି ୨୦ରୁ ଅଧିକ ସାମଗ୍ରୀ ତିଆରି ହୋଇଛି। ଏଥିସହିତ ଏହି ସ୍କିଲ୍‌‌ ପାର୍କରେ ଏହି ସବୁ କଳାକୃତି ମଧ୍ୟରେ ଅଟମୋବାଇଲସ୍‌‌ ଖଞ୍ଜା ଯିବା ସହ କିଛି ଖଞ୍ଜା ଯାଇଛି। ବର୍ତ୍ତମାନ ଗଣେଶଙ୍କ ଦେହରେ ଅଟୋମୋବାଇଲସ୍‌‌ ଲାଗିଛି। ଏଥିରେ ଗଣେଶ ମୂର୍ତ୍ତିରେ ଗୀତ ବାଜୁଛି। ଆଗକୁ ହାତୀ ପାଣି ଫୋପାଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିବା ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିବ। ଏହି ସବୁକୁ ତିଆରି କରିବା ପାଇଁ ୨ରୁ ୩ ମାସ ଲାଗିଥିଲା। ଜାନୁଆରୀ ମାସର ପ୍ରଥମ ସପ୍ତାହ ସୁଦ୍ଧା ଏହି ସ୍କିଲ୍‌‌ ପାର୍କର କାମ ଶେଷ ସହିତ ଉଦ୍‌‌ଘାଟନ ହୋଇଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା କରାଯାଉଛି। ପରେ ସାଧାରଣ ଲୋକମାନେ ଏହି ପାର୍କକୁ ବୁଲିବାକୁ ଆସିପାରିବେ। ଏଠାରେ ମୁଖ୍ୟ କଥା ହେଉଛି ଦୁଇ ଦିନ ତଳେ ଏହି ପାର୍କ ଇଣ୍ଡିଆ ବୁକ୍‌‌ ଅଫ୍‌‌ ରେକର୍ଡ଼ ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ: ଏୟାରପୋର୍ଟରେ ଚାକିରି ଖୋଜୁଛନ୍ତି କି? ଦ୍ୱାଦଶ ପାସ୍ ପରେ କରନ୍ତୁ ଏହି କୋର୍ସ, ମିଳିବ ଲକ୍ଷାଧିକ ଟଙ୍କାର ପ୍ୟାକେଜ୍

ଆଗକୁ ଏହି ସ୍କିଲ୍‌‌ ପାର୍କ ଏସିଆ ବୁକ୍‌‌ ଅଫ୍‌‌ ରେକର୍ଡ଼ରେ ସ୍ଥାନ ପାଇବାକୁ ଯୋଜନା ରଖାଯାଇଛି। ପାର୍କଟି ସମ୍ପୂର୍ଣ୍ଣ ହୋଇଗଲେ ସାଧାରଣ ଲୋକମାନେ ବୁଲି ଆସିବେ। ବିଶେଷକରି ଛୋଟ ଛୁଆମାନେ ଏହି ସ୍କିଲ୍‌‌ ପାର୍କକୁ ଦେଖି ସେମାନେ ମଧ୍ୟ ଅଦରକାରୀ ପଦର୍ଥରୁ ବିଭିନ୍ନ କଳାକୃତି ତିଆରି କରିବା ପାଇଁ ପ୍ରେରଣା ପଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅନୁଷ୍ଠାନ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଗୌରବର କଥା। ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଭଲ କ୍ୟାମ୍ପସ ଆସିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ସେ କହିଛନ୍ତି।

27 Dec 2025 By Madhusudan Das

ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ କଳାକୃତି: ରାଜଧାନୀରେ ପ୍ରଥମ ୱେଷ୍ଟ ଟୁ ୱେଲ୍‌‌ଥ ସ୍କିଲ୍‌‌ ପାର୍କ

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଅନେକ ସାମଗ୍ରୀକୁ ବ୍ୟବହାର କରିବା ପରେ ଅଦରକାରୀ ଭାବି ଫୋପାଡ଼ି ଦେଉଥିବା। ହେଲେ ଫୋପାଡ଼ି ଦେଉଥିବା ଏହି ଅଦରକାରୀ ସାମଗ୍ରୀରୁ ଯେ ଆକର୍ଷଣୀୟ କଳାକୃତି ତିଆରି ହୋଇ ପାର୍କରେ ପରିଣତ ହୋଇପାରେ ଏହା କେହି କେବେ ଭାବନ୍ତି ନାହିଁ। ଏହିପରି ପରିତ୍ୟକ୍ତ ସାମଗ୍ରୀକୁ ନେଇ ଯେଉଁ କଳାକୃତି ତିଆରି ହୋଇଛି ଏହାକୁ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଘଡ଼ିଏ ଠିଆ ହୋଇ ଦେଖୁଛନ୍ତି। 

ରାଜଧାନୀର ସରକାରୀ ପଲିଟେକନିକ୍‌‌ କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ ସାମଗ୍ରୀ ତିଆରି କରିଛନ୍ତି। ବିଶେଷକରି ଭଙ୍ଗା କ୍ରାଙ୍କ, ପୁରୁଣା ଟାୟାର, ପ୍ଲାଷ୍ଟିକ୍‌‌ ବୋତଲ, ଲୁହାଛଡ଼, ବୋତଲର ଠିପି, ଭଙ୍ଗା ମଦର୍‌‌ ବୋର୍ଡ, ପିସି, ଅଟୋମୋବାଇଲ୍‌‌ସ ସ୍କ୍ରାଫିସ୍‌‌, ବାଥରୁମ୍‌‌ ବ୍ୟବହୃତ ହେଉଥିବା ଟିଣ କବାଟ ଆଦିକୁ ନେଇ ଏକ ଆକର୍ଷଣୀୟ କଳାକୃତି ତିଆରି କରିଛନ୍ତି।

୫ ହଜାର ସ୍କୋୟାର ଫୁଟ ସ୍ଥାନରେ ଏହି ୱେଷ୍ଟ ବା ଅଦରକାରୀ ସାମଗ୍ରୀରେ ଗଣେଶ, ଜିରାଫ୍‌‌, ଭାରତ ମାନଚିତ୍ର, ସହିତ ବିଭିନ୍ନ ପ୍ରକାରର ପଶୁପକ୍ଷୀ, ରୋବଟ୍‌‌, ଗିଟାର, ମାଛ, ପାଣି ଟ୍ୟାବ୍‌‌, ମହାତ୍ମାଗାନ୍ଧୀ ସହିତ ଯୁଦ୍ଧ ଟ୍ୟାଙ୍କ ଭଳି ୨୦ରୁ ଅଧିକ ସାମଗ୍ରୀ ତିଆରି ହୋଇଛି। ଏଥିସହିତ ଏହି ସ୍କିଲ୍‌‌ ପାର୍କରେ ଏହି ସବୁ କଳାକୃତି ମଧ୍ୟରେ ଅଟମୋବାଇଲସ୍‌‌ ଖଞ୍ଜା ଯିବା ସହ କିଛି ଖଞ୍ଜା ଯାଇଛି। ବର୍ତ୍ତମାନ ଗଣେଶଙ୍କ ଦେହରେ ଅଟୋମୋବାଇଲସ୍‌‌ ଲାଗିଛି। ଏଥିରେ ଗଣେଶ ମୂର୍ତ୍ତିରେ ଗୀତ ବାଜୁଛି। ଆଗକୁ ହାତୀ ପାଣି ଫୋପାଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିବା ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ରଘୁପତି ରାଘବ ରାଜାରାମ ଶୁଣିବାକୁ ମିଳିବ। ଏହି ସବୁକୁ ତିଆରି କରିବା ପାଇଁ ୨ରୁ ୩ ମାସ ଲାଗିଥିଲା। ଜାନୁଆରୀ ମାସର ପ୍ରଥମ ସପ୍ତାହ ସୁଦ୍ଧା ଏହି ସ୍କିଲ୍‌‌ ପାର୍କର କାମ ଶେଷ ସହିତ ଉଦ୍‌‌ଘାଟନ ହୋଇଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା କରାଯାଉଛି। ପରେ ସାଧାରଣ ଲୋକମାନେ ଏହି ପାର୍କକୁ ବୁଲିବାକୁ ଆସିପାରିବେ। ଏଠାରେ ମୁଖ୍ୟ କଥା ହେଉଛି ଦୁଇ ଦିନ ତଳେ ଏହି ପାର୍କ ଇଣ୍ଡିଆ ବୁକ୍‌‌ ଅଫ୍‌‌ ରେକର୍ଡ଼ ସ୍ଥାନ ପାଇଛି।

ଆଗକୁ ଏହି ସ୍କିଲ୍‌‌ ପାର୍କ ଏସିଆ ବୁକ୍‌‌ ଅଫ୍‌‌ ରେକର୍ଡ଼ରେ ସ୍ଥାନ ପାଇବାକୁ ଯୋଜନା ରଖାଯାଇଛି। ପାର୍କଟି ସମ୍ପୂର୍ଣ୍ଣ ହୋଇଗଲେ ସାଧାରଣ ଲୋକମାନେ ବୁଲି ଆସିବେ। ବିଶେଷକରି ଛୋଟ ଛୁଆମାନେ ଏହି ସ୍କିଲ୍‌‌ ପାର୍କକୁ ଦେଖି ସେମାନେ ମଧ୍ୟ ଅଦରକାରୀ ପଦର୍ଥରୁ ବିଭିନ୍ନ କଳାକୃତି ତିଆରି କରିବା ପାଇଁ ପ୍ରେରଣା ପଇବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅନୁଷ୍ଠାନ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଗୌରବର କଥା। ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଭଲ କ୍ୟାମ୍ପସ ଆସିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର