ଜମୁଛି କଟକ ଐତିହାସିକ ବାଲିଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ମତୁଆଲା ହେଲେ ଦର୍ଶକ

Madhusudan Das Picture
Published On

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ସାମଗ୍ରୀର କିଣାବିକା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକେ । ଚଳିତବର୍ଷ ତଳ ପଡ଼ିଆରେ ଖଚାଖଚ ଭିଡ଼ ଜମୁଥିବାବେଳେ ଉପର ପଡ଼ିଆ ଖାଁ ଖାଁ ପଡ଼ିଛି ।  ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଛନ୍ତି । ଗତକାଲି ଓଲିଉଡ୍‌’ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଆଜି ସନ୍ଧ୍ୟାରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ଗୋଟିଏ ପରେ ଗୋଟିଏ ହିଟ୍‌ ନମ୍ବର ଗାଇଥିଲେ।  ରାତି ୧୨ଟାରେ ତୁ ଆସିବୁ ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି, ଭିଟାମିନ୍‌-ଏ ମିଳିବ, ଉଡ଼ି ଉଡ଼ି ବିମାନରେ ଯିବା...ଭଳି ଏକାଧିକ ଡ୍ୟାନ୍ସ ନମ୍ବର ଦର୍ଶକଙ୍କୁ ଭେଟି ଦେଇଥିଲେ। ସେହିପରି ବୈଷ୍ଣବ ପାଣି ମଞ୍ଚରେ ସୁବାସ ଦାସ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସଂଗୀତର ମୂର୍ଚ୍ଛନାରେ ଦର୍ଶକମାନେ ବିମୋହିତ ହୋଇଥିଲେ। ଭଜନ ସହିତ ପଲ୍ଲୀ ଓ ସଂସ୍କୃତିଭିତ୍ତିକ ସଂଗୀତ ଥିଲା ଆଜି ସନ୍ଧ୍ୟାର ପ୍ରମୁଖ ଆକର୍ଷଣ। 

ଆହୁରି ପଢ଼ନ୍ତୁ: ଆଇନକାନୁନକୁ ଖୋଲା ଚ୍ୟାଲେଞ୍ଜ; ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଟୁରୀ ବୁଲାଇଲେ ଯୁବକ

ସେହିପରି ହମ୍‌ସୁଫି ବ୍ୟାଣ୍ଡ୍‌ର ରକ୍‌ ଥିମକୁ ଦର୍ଶକ ବେଶ୍‌ ପ୍ରଂଶସା କରିଥିଲେ।  ବାଲିଯାତ୍ରା ପଡ଼ିଆରେ ଥିବା ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆଜି ଦିନ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଦେଖିବାକୁ ମିଳିଥିଲା। ହମସୁଫି ବ୍ୟାଣ୍ଡ ମଞ୍ଚରେ ଦର୍ଶକମାନଙ୍କୁ ଦେଇଥିଲା ପାରମ୍ପରିକ ଏବଂ ସମସାମୟିକ ସଙ୍ଗୀତର ମିଶ୍ରଣ; ଯାହା ବିମୋହିତ କରିଥିଲା। ସମ୍ପୂର୍ଣ୍ଣ ସନ୍ଧ୍ୟାଟି ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳିତ ହୋଇଥିଲା। ପରମ୍ପରା ଓ ପ୍ରତିଭାର ମିଶ୍ରଣ ଏହି ବାଲିଯାତ୍ରାରେ ଆଣିଥିଲା ଏକ ନୂଆ ରଙ୍ଗ, ଯାହା ଯାତ୍ରା ଆସିଥିବା ସମସ୍ତଙ୍କୁ ଦେଇଥିଲା ଏକ ନୂଆ ଅନୁଭୂତି। 

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

ଚଳିତ ବର୍ଷ କଟକ ବାଲିଯାତ୍ରାରେ ଯୁବପିଢ଼ିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଜୋନ୍‌ ଆୟୋଜନ କରାଯାଇଛି, ଯାହା ବାଲିଯାତ୍ରାର ଏକ ପ୍ରମୁଖ ଆକର୍ଷଣ ପାଲଟିଛି। ଏହି ଜୋନ୍‌ରେ ଇଲେକ୍ଟ୍ରୋନିକ୍‌ ଢୋଲକ୍‌ ଏବଂ ଚମକ୍ରାର ଆନାମୋର୍ଫିକ୍‌ ସ୍କ୍ରିନ୍‌ ଭଳି ଅଭିନବ ଆକର୍ଷଣ ରହିଛି, ଯାହା ପ୍ରଯୁକ୍ତିବିଦ୍ୟା ଏବଂ ମନୋରଞ୍ଜନର ମିଶ୍ରଣ ପ୍ରଦାନ କରୁଛି ଓ ଭିଡ଼କୁ ଆକର୍ଷିତ କରିଛି। ଉତ୍ସାହକୁ ଆହୁରି ବଢାଇବା ପାଇଁ, ଆସନ୍ତା ସୋମବାର ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମକ୍ରାର ସୋମବାର ଦିନ ସ୍ୱତନ୍ତ୍ର ଲେଜର ଶୋ’ ଆୟୋଜନ କରାଯାଇଛି। ଚମକ୍ରାର ଆଲୋକ ଏବଂ ସଂଗୀତ ଏକ ଅବିସ୍ମରଣୀୟ ଦୃଶ୍ୟ ଚଳିତ ବର୍ଷର ବାଲିଯାତ୍ରାର ସବୁଠାରୁ ଚର୍ଚ୍ଚିତ ବୈଶିଷ୍ଟ୍ୟ କରିବ ବୋଲି ଆୟୋଜକ କହିଛନ୍ତି।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

10 Nov 2025 By Madhusudan Das

ଜମୁଛି କଟକ ଐତିହାସିକ ବାଲିଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ମତୁଆଲା ହେଲେ ଦର୍ଶକ

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ସାମଗ୍ରୀର କିଣାବିକା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକେ । ଚଳିତବର୍ଷ ତଳ ପଡ଼ିଆରେ ଖଚାଖଚ ଭିଡ଼ ଜମୁଥିବାବେଳେ ଉପର ପଡ଼ିଆ ଖାଁ ଖାଁ ପଡ଼ିଛି ।  ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଛନ୍ତି । ଗତକାଲି ଓଲିଉଡ୍‌’ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଆଜି ସନ୍ଧ୍ୟାରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ଗୋଟିଏ ପରେ ଗୋଟିଏ ହିଟ୍‌ ନମ୍ବର ଗାଇଥିଲେ।  ରାତି ୧୨ଟାରେ ତୁ ଆସିବୁ ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି, ଭିଟାମିନ୍‌-ଏ ମିଳିବ, ଉଡ଼ି ଉଡ଼ି ବିମାନରେ ଯିବା...ଭଳି ଏକାଧିକ ଡ୍ୟାନ୍ସ ନମ୍ବର ଦର୍ଶକଙ୍କୁ ଭେଟି ଦେଇଥିଲେ। ସେହିପରି ବୈଷ୍ଣବ ପାଣି ମଞ୍ଚରେ ସୁବାସ ଦାସ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସଂଗୀତର ମୂର୍ଚ୍ଛନାରେ ଦର୍ଶକମାନେ ବିମୋହିତ ହୋଇଥିଲେ। ଭଜନ ସହିତ ପଲ୍ଲୀ ଓ ସଂସ୍କୃତିଭିତ୍ତିକ ସଂଗୀତ ଥିଲା ଆଜି ସନ୍ଧ୍ୟାର ପ୍ରମୁଖ ଆକର୍ଷଣ। 

ସେହିପରି ହମ୍‌ସୁଫି ବ୍ୟାଣ୍ଡ୍‌ର ରକ୍‌ ଥିମକୁ ଦର୍ଶକ ବେଶ୍‌ ପ୍ରଂଶସା କରିଥିଲେ।  ବାଲିଯାତ୍ରା ପଡ଼ିଆରେ ଥିବା ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆଜି ଦିନ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଦେଖିବାକୁ ମିଳିଥିଲା। ହମସୁଫି ବ୍ୟାଣ୍ଡ ମଞ୍ଚରେ ଦର୍ଶକମାନଙ୍କୁ ଦେଇଥିଲା ପାରମ୍ପରିକ ଏବଂ ସମସାମୟିକ ସଙ୍ଗୀତର ମିଶ୍ରଣ; ଯାହା ବିମୋହିତ କରିଥିଲା। ସମ୍ପୂର୍ଣ୍ଣ ସନ୍ଧ୍ୟାଟି ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳିତ ହୋଇଥିଲା। ପରମ୍ପରା ଓ ପ୍ରତିଭାର ମିଶ୍ରଣ ଏହି ବାଲିଯାତ୍ରାରେ ଆଣିଥିଲା ଏକ ନୂଆ ରଙ୍ଗ, ଯାହା ଯାତ୍ରା ଆସିଥିବା ସମସ୍ତଙ୍କୁ ଦେଇଥିଲା ଏକ ନୂଆ ଅନୁଭୂତି। 

ଚଳିତ ବର୍ଷ କଟକ ବାଲିଯାତ୍ରାରେ ଯୁବପିଢ଼ିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଜୋନ୍‌ ଆୟୋଜନ କରାଯାଇଛି, ଯାହା ବାଲିଯାତ୍ରାର ଏକ ପ୍ରମୁଖ ଆକର୍ଷଣ ପାଲଟିଛି। ଏହି ଜୋନ୍‌ରେ ଇଲେକ୍ଟ୍ରୋନିକ୍‌ ଢୋଲକ୍‌ ଏବଂ ଚମକ୍ରାର ଆନାମୋର୍ଫିକ୍‌ ସ୍କ୍ରିନ୍‌ ଭଳି ଅଭିନବ ଆକର୍ଷଣ ରହିଛି, ଯାହା ପ୍ରଯୁକ୍ତିବିଦ୍ୟା ଏବଂ ମନୋରଞ୍ଜନର ମିଶ୍ରଣ ପ୍ରଦାନ କରୁଛି ଓ ଭିଡ଼କୁ ଆକର୍ଷିତ କରିଛି। ଉତ୍ସାହକୁ ଆହୁରି ବଢାଇବା ପାଇଁ, ଆସନ୍ତା ସୋମବାର ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମକ୍ରାର ସୋମବାର ଦିନ ସ୍ୱତନ୍ତ୍ର ଲେଜର ଶୋ’ ଆୟୋଜନ କରାଯାଇଛି। ଚମକ୍ରାର ଆଲୋକ ଏବଂ ସଂଗୀତ ଏକ ଅବିସ୍ମରଣୀୟ ଦୃଶ୍ୟ ଚଳିତ ବର୍ଷର ବାଲିଯାତ୍ରାର ସବୁଠାରୁ ଚର୍ଚ୍ଚିତ ବୈଶିଷ୍ଟ୍ୟ କରିବ ବୋଲି ଆୟୋଜକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର