ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ମହାନଦୀ ତଟରେ ଜମିବ ମୁକ୍ତାକାଶ ମେଳା

Madhusudan Das Picture
Published On

କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ଅମଳିନ ସ୍ୱାକ୍ଷର ବହନ କରୁଥିବା ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହେବ। ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ୮ଦିନ ଧରି ଚାଲିବ ଏହି ମୁକ୍ତାକାଶ ମହାବାଣିଜ୍ୟ ମେଳା । ଲକ୍ଷଲକ୍ଷ ଲୋକଙ୍କ ପାଦ ପଡ଼ିବ ମେଳା ପଡ଼ିଆରେ। ଶହେ କୋଟିରୁ ଅଧିକ ଟଙ୍କାର ବେପାର ବଣିଜ୍ୟ ହେବ। ବେପାରୀମାନେ ମେଳା ପଡ଼ିଆରେ ଷ୍ଟଲ୍‌ ବାନ୍ଧି ସାରିଥିବା ବେଳେ ପୁଲିସ ଓ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ଆଜି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରେଣ୍ୟ ବ୍ୟକ୍ତିବିଶେଷ, ରାଜନେତାଙ୍କ ସମେତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

ଏଥର ବାଲିଯାତ୍ରା କେବଳ ତଳପଡ଼ିଆରେ ଆୟୋଜନ ହେଉଛି। ଉପର ପଡ଼ିଆରେ ମେଳା ଆୟୋଜନ ହେବ ବୋଲି ପୂର୍ବରୁ ପ୍ରଶାସନ ଘୋଷଣା କରିଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ। ଏଣୁ, ତଳପଡ଼ିଆରେ ହେବାକୁ ଥିବା ୧୬୫୪ ଷ୍ଟଲ ବାଲିଯାତ୍ରାର ଆକର୍ଷଣକୁ ବଜାୟ ରଖିବ। ଚଳିତଥର ବାଲିଯାତ୍ରାରେ କଳା ଏବଂ ସଂସ୍କୃତି ସହ ସାହିତ୍ୟର ଝଲକ ଦେଖିବାକୁ ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡ଼ିକ ବିଷୟରେ ସମସ୍ତେ ଜାଣିବେ। ଓଡ଼ିଆ ଘରର ପରମ୍ପରା ସାଙ୍ଗକୁ ଲୋକ ସଂସ୍କୃତି ବିଷୟରେ ଦିଆଯିବ ବାର୍ତ୍ତା। ଏଥିପାଇଁ ଏଥର ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍‌ କଟକ’। ନୂଆବୋହୂ ଭଳି ଏହି ପାଭିଲିୟନ୍‌ ସଜେଇ ହୋଇଛି। ସବୁଜିମା କୋଳରେ କଳା କାରୁକାର୍ଯ୍ୟର ଛିଟା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଏତଦ୍‌ବ୍ୟତୀତ, ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କେତେକ ଅଭିନବ ଉଦ୍ୟମ କରିଛି। ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ମାଳଦୀପ ଆଦି ରାଷ୍ଟ୍ର ସହ ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସମ୍ପର୍କକୁ ଆଧାର କରି ମହାନଦୀ କୂଳରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟିକ ମେଳାରେ ଏଥର ବିଦେଶୀ ପରମ୍ପରାକୁ ପ୍ରତିଫଳିତ କରାଯିବ। ବାଲିଯାତ୍ରାରେ ସହଭାଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ସାମିଲ କରାଯାଇଛି। ଇଣ୍ଡୋନେସିଆର ବାସିନ୍ଦା ଚଳିତଥର କଟକ ବାଲିଯାତ୍ରାରେ ଦେଖିବାକୁ ମିଳିବେ। ଏପରିକି, ଇଣ୍ଡୋନେସିଆର କଳାକୃତିକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟଲ ବାଲିଯାତ୍ରାରେ ରହିଛି।

05 Nov 2025 By Madhusudan Das

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ମହାନଦୀ ତଟରେ ଜମିବ ମୁକ୍ତାକାଶ ମେଳା

କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ଅମଳିନ ସ୍ୱାକ୍ଷର ବହନ କରୁଥିବା ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହେବ। ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ୮ଦିନ ଧରି ଚାଲିବ ଏହି ମୁକ୍ତାକାଶ ମହାବାଣିଜ୍ୟ ମେଳା । ଲକ୍ଷଲକ୍ଷ ଲୋକଙ୍କ ପାଦ ପଡ଼ିବ ମେଳା ପଡ଼ିଆରେ। ଶହେ କୋଟିରୁ ଅଧିକ ଟଙ୍କାର ବେପାର ବଣିଜ୍ୟ ହେବ। ବେପାରୀମାନେ ମେଳା ପଡ଼ିଆରେ ଷ୍ଟଲ୍‌ ବାନ୍ଧି ସାରିଥିବା ବେଳେ ପୁଲିସ ଓ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆଜି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରେଣ୍ୟ ବ୍ୟକ୍ତିବିଶେଷ, ରାଜନେତାଙ୍କ ସମେତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥର ବାଲିଯାତ୍ରା କେବଳ ତଳପଡ଼ିଆରେ ଆୟୋଜନ ହେଉଛି। ଉପର ପଡ଼ିଆରେ ମେଳା ଆୟୋଜନ ହେବ ବୋଲି ପୂର୍ବରୁ ପ୍ରଶାସନ ଘୋଷଣା କରିଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ। ଏଣୁ, ତଳପଡ଼ିଆରେ ହେବାକୁ ଥିବା ୧୬୫୪ ଷ୍ଟଲ ବାଲିଯାତ୍ରାର ଆକର୍ଷଣକୁ ବଜାୟ ରଖିବ। ଚଳିତଥର ବାଲିଯାତ୍ରାରେ କଳା ଏବଂ ସଂସ୍କୃତି ସହ ସାହିତ୍ୟର ଝଲକ ଦେଖିବାକୁ ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡ଼ିକ ବିଷୟରେ ସମସ୍ତେ ଜାଣିବେ। ଓଡ଼ିଆ ଘରର ପରମ୍ପରା ସାଙ୍ଗକୁ ଲୋକ ସଂସ୍କୃତି ବିଷୟରେ ଦିଆଯିବ ବାର୍ତ୍ତା। ଏଥିପାଇଁ ଏଥର ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍‌ କଟକ’। ନୂଆବୋହୂ ଭଳି ଏହି ପାଭିଲିୟନ୍‌ ସଜେଇ ହୋଇଛି। ସବୁଜିମା କୋଳରେ କଳା କାରୁକାର୍ଯ୍ୟର ଛିଟା ଦିଆଯାଇଛି।

ଏତଦ୍‌ବ୍ୟତୀତ, ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କେତେକ ଅଭିନବ ଉଦ୍ୟମ କରିଛି। ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ମାଳଦୀପ ଆଦି ରାଷ୍ଟ୍ର ସହ ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସମ୍ପର୍କକୁ ଆଧାର କରି ମହାନଦୀ କୂଳରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟିକ ମେଳାରେ ଏଥର ବିଦେଶୀ ପରମ୍ପରାକୁ ପ୍ରତିଫଳିତ କରାଯିବ। ବାଲିଯାତ୍ରାରେ ସହଭାଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ସାମିଲ କରାଯାଇଛି। ଇଣ୍ଡୋନେସିଆର ବାସିନ୍ଦା ଚଳିତଥର କଟକ ବାଲିଯାତ୍ରାରେ ଦେଖିବାକୁ ମିଳିବେ। ଏପରିକି, ଇଣ୍ଡୋନେସିଆର କଳାକୃତିକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟଲ ବାଲିଯାତ୍ରାରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର