ରାଜ୍ୟରେ ଶୀତର ପ୍ରଭାବ ଆରମ୍ଭ, ୧୫ ଡିଗ୍ରୀ ତଳେ ୮ସହରର ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ। ଲଗାତାର ଗତ ୨-୩ ଦିନ ହେବ ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ବର୍ତ୍ତମାନ କ୍ରମାଗତ ଭାବେ ଉତ୍ତରା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଥଣ୍ଡା ବଢ଼ିଛି । ଗତ ୨୪ ଘଣ୍ଟାରେ ୮ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ବେଳେ ୨ଟି ସହର ତାପମାତ୍ରା ୧୧ଡିଗ୍ରୀ ଛୁଇଁଛି । ଦାରିଙ୍ଗବାଡିରେ ତାପମାତ୍ରା ୧୧ଡିଗ୍ରୀ ଛୁଇଁଥିବା ବେଳେ  ଝାରସୁଗୁଡା ୧୧.୭, ଫୁଲବାଣୀ ୧୨, ରାଉରକେଲା ୧୩.୨, ଭଦ୍ରକ ୧୪, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୬ ଓ କୋରାପୁଟରେ ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତୀତ ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ ସାଙ୍ଗକୁ  ଝାଡ଼ଖଣ୍ଡରେ ଶୀତ ଲହରୀ ପରସ୍ଥିତି ସମ୍ଭାବନା ସୃଷ୍ଟି ହୋଇଛି। ଉପଗ୍ରହରୁ ମିଳିଥିବା ଜଳୀୟବାଷ୍ପ ସମ୍ପର୍କିତ ସୂଚନା ଅନୁଯାୟୀ ରାଜ୍ୟରେ ଜଳୀୟବାଷ୍ପର ଦୃଷ୍ଟାନ୍ତମୂଳକ ହ୍ରାସ ସହ ରାଜ୍ୟକୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେଉଛି। ତେଣୁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ଘଟିବାରେ ଲାଗିଥିବା ବେଳେ ଚଳିତ ସପ୍ତାହ ଶେଷ ଆଡ଼କୁ ରାଜ୍ୟରେ ମଧ୍ୟ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ବିଜେଡିକୁ ଫେରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ଖସିବାର ଆଶଙ୍କା ରହିଛି। ସେହିଭଳି ଅନୁଗୋଳରେ ୧୩ ଡିଗ୍ରୀ, କୋରାପୁଟ, ରାଉରକେଲା ଓ ଝାରସୁଗୁଡାରେ ୧୪ ଡିଗ୍ରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକରେ ୧୫ଡିଗ୍ରୀ ଏବଂ ସୁନ୍ଦରଗଡରେ ୧୬ ଡିଗ୍ରୀ ତାପମାତ୍ରା ରହିପାରେ।

ଆହୁରି ପଢ଼ନ୍ତୁ: ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

10 Nov 2025 By Madhusudan Das

ରାଜ୍ୟରେ ଶୀତର ପ୍ରଭାବ ଆରମ୍ଭ, ୧୫ ଡିଗ୍ରୀ ତଳେ ୮ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ। ଲଗାତାର ଗତ ୨-୩ ଦିନ ହେବ ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ବର୍ତ୍ତମାନ କ୍ରମାଗତ ଭାବେ ଉତ୍ତରା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଥଣ୍ଡା ବଢ଼ିଛି । ଗତ ୨୪ ଘଣ୍ଟାରେ ୮ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ବେଳେ ୨ଟି ସହର ତାପମାତ୍ରା ୧୧ଡିଗ୍ରୀ ଛୁଇଁଛି । ଦାରିଙ୍ଗବାଡିରେ ତାପମାତ୍ରା ୧୧ଡିଗ୍ରୀ ଛୁଇଁଥିବା ବେଳେ  ଝାରସୁଗୁଡା ୧୧.୭, ଫୁଲବାଣୀ ୧୨, ରାଉରକେଲା ୧୩.୨, ଭଦ୍ରକ ୧୪, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୬ ଓ କୋରାପୁଟରେ ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି। ଏହାବ୍ୟତୀତ ବର୍ତ୍ତମାନ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ ସାଙ୍ଗକୁ  ଝାଡ଼ଖଣ୍ଡରେ ଶୀତ ଲହରୀ ପରସ୍ଥିତି ସମ୍ଭାବନା ସୃଷ୍ଟି ହୋଇଛି। ଉପଗ୍ରହରୁ ମିଳିଥିବା ଜଳୀୟବାଷ୍ପ ସମ୍ପର୍କିତ ସୂଚନା ଅନୁଯାୟୀ ରାଜ୍ୟରେ ଜଳୀୟବାଷ୍ପର ଦୃଷ୍ଟାନ୍ତମୂଳକ ହ୍ରାସ ସହ ରାଜ୍ୟକୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେଉଛି। ତେଣୁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ଘଟିବାରେ ଲାଗିଥିବା ବେଳେ ଚଳିତ ସପ୍ତାହ ଶେଷ ଆଡ଼କୁ ରାଜ୍ୟରେ ମଧ୍ୟ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ଖସିବାର ଆଶଙ୍କା ରହିଛି। ସେହିଭଳି ଅନୁଗୋଳରେ ୧୩ ଡିଗ୍ରୀ, କୋରାପୁଟ, ରାଉରକେଲା ଓ ଝାରସୁଗୁଡାରେ ୧୪ ଡିଗ୍ରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକରେ ୧୫ଡିଗ୍ରୀ ଏବଂ ସୁନ୍ଦରଗଡରେ ୧୬ ଡିଗ୍ରୀ ତାପମାତ୍ରା ରହିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର