ଆଜିଠୁ ପୁଣି ବଢ଼ିବ ଶୀତ, ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ । ଅସହ୍ୟ ଥଣ୍ଡାରେ ଥରିବ ସାରା ଓଡିଶା । ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଶନିବାର ରାତିରୁ ମେଘାଚ୍ଛନ୍ନ ଆକାଶ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୫-୭ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ହେଲେ ପୁଣି ଥରେ ଆଜିଠୁ ଶୀତ ବଢ଼ିବ ।  ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି  । ୪.୮ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲାରେ ୬.୭ ଡିଗ୍ରୀ, ଝାରସୁଗୁଡ଼ାରେ ୭ଡିଗ୍ରୀ, କେନ୍ଦୁଝରରେ ୧୦ଡିଗ୍ରୀ, ସମ୍ବଲପୁରରେ ୧୧.୭ଡିଗ୍ରୀ, ବାଲେଶ୍ବରରେ ୧୧.୮ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ୧୨.୩ଡିଗ୍ରୀ, କଟକରେ ୧୧.୪ ଡିଗ୍ରୀ, ହୀରାକୁଦରେ ୧୩.୧ଡିଗ୍ରୀ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ, ପାରାଦୀପରେ ୧୪ଡିଗ୍ରୀ, ଗୋପାଳପୁରରେ ୧୫.୪ଡିଗ୍ରୀ, ପୁରୀ ୧୬.୫ ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାତିରୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଥିଲା। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘାଚ୍ଛନ ରହିଥିଲା। ସାଧାରଣତଃ ମେଘୁଆ ପାଗ ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବା‌‌‌‌ଷ୍ପ ରହିଥାଏ। ତେଣୁ ଏହି ସମୟରେ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ଘଟିଥାଏ। 

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ବିଦ୍ୟାରେ ୧୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଆକାଶ ମେଘମୁକ୍ତ ହେବା ପରେ ତାପମାତ୍ରା ପୁଣି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପୁଣି ହ୍ରାସ ପାଇବ। ଫଳରେ ଗୋଟିଏ ଦିନର ବିରତି ପରେ ପୁଣି ଥରେ ରାଜ୍ୟକୁ ଶୀତ ଫେରିବ। ଗଲା ସପ୍ତାହେ ହେବ ସାରା ରାଜ୍ୟରେ ତାପମାତ୍ରା ତଳମୁହାଁ ହେବା ସହ ଅନେକ ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟରେ ପ୍ରାୟ ୨୫ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ହେତୁ ଅସହ୍ୟ ଶୀତ ଅନୁଭୂତ ହେଉଥିଲା।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

12 Jan 2026 By Madhusudan Das

ଆଜିଠୁ ପୁଣି ବଢ଼ିବ ଶୀତ, ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ । ଅସହ୍ୟ ଥଣ୍ଡାରେ ଥରିବ ସାରା ଓଡିଶା । ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଶନିବାର ରାତିରୁ ମେଘାଚ୍ଛନ୍ନ ଆକାଶ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୫-୭ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ହେଲେ ପୁଣି ଥରେ ଆଜିଠୁ ଶୀତ ବଢ଼ିବ ।  ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି  । ୪.୮ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲାରେ ୬.୭ ଡିଗ୍ରୀ, ଝାରସୁଗୁଡ଼ାରେ ୭ଡିଗ୍ରୀ, କେନ୍ଦୁଝରରେ ୧୦ଡିଗ୍ରୀ, ସମ୍ବଲପୁରରେ ୧୧.୭ଡିଗ୍ରୀ, ବାଲେଶ୍ବରରେ ୧୧.୮ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ୧୨.୩ଡିଗ୍ରୀ, କଟକରେ ୧୧.୪ ଡିଗ୍ରୀ, ହୀରାକୁଦରେ ୧୩.୧ଡିଗ୍ରୀ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ, ପାରାଦୀପରେ ୧୪ଡିଗ୍ରୀ, ଗୋପାଳପୁରରେ ୧୫.୪ଡିଗ୍ରୀ, ପୁରୀ ୧୬.୫ ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । 

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାତିରୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଥିଲା। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘାଚ୍ଛନ ରହିଥିଲା। ସାଧାରଣତଃ ମେଘୁଆ ପାଗ ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବା‌‌‌‌ଷ୍ପ ରହିଥାଏ। ତେଣୁ ଏହି ସମୟରେ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ଘଟିଥାଏ। 

ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଆକାଶ ମେଘମୁକ୍ତ ହେବା ପରେ ତାପମାତ୍ରା ପୁଣି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପୁଣି ହ୍ରାସ ପାଇବ। ଫଳରେ ଗୋଟିଏ ଦିନର ବିରତି ପରେ ପୁଣି ଥରେ ରାଜ୍ୟକୁ ଶୀତ ଫେରିବ। ଗଲା ସପ୍ତାହେ ହେବ ସାରା ରାଜ୍ୟରେ ତାପମାତ୍ରା ତଳମୁହାଁ ହେବା ସହ ଅନେକ ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟରେ ପ୍ରାୟ ୨୫ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ହେତୁ ଅସହ୍ୟ ଶୀତ ଅନୁଭୂତ ହେଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର