ମୟୂରଭଞ୍ଜରେ ପୁଣି ଲଜ୍ଜା: ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଅନ୍ତଃସତ୍ତ୍ୱା

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବାରିପଦା ସଦର ଥାନା ଅଞ୍ଚଳରେ ଜଣେ ଦଶମ ଛାତ୍ରୀ ୭ମାସର ଅନ୍ତଃସତ୍ତ୍ୱା ଥିବା ଜଣାପଡ଼ିଛି। ବାରିପଦା ସଦର ପୁଲିସ ଏକ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ନାବାଳିକାଙ୍କ ସମ୍ପର୍କୀୟ ଭାଇ ସମ୍ପୃକ୍ତ ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ଛାତ୍ରୀଜଣଙ୍କ ମୋରଡ଼ା ବ୍ଲକ୍‌ରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ବେଳେ ସେଠାକାର ଏକ ହଷ୍ଟେଲରେ ରହୁଥିଲେ। ଏହି ସମୟରେ ସେ ସମ୍ପର୍କୀୟ ଭାଇର କୁ-କର୍ମର ଶିକାର ହୋଇଥିଲେ। ଥରେ କି ଦୁଇଥର ନୁହେଁ, ଏକାଧିକଥର ସେ ଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକାଜଣଙ୍କ ଅନ୍ତଃସତ୍ତ୍ବା ହେବା ପରେ ପରିବାରଲୋକେ ତାଙ୍କୁ ଘରକୁ ନେଇ ଆସି ଲୁଚାଇ ରଖିଥିଲେ। ଗ୍ରାମବାସୀଙ୍କ କାନକୁ ଏ କଥା ଯିବା ପରେ ଘଟଣା ପ୍ରଘଟ ହୋଇଥିଲା। ପରିବାର ପକ୍ଷରୁ ମଧ୍ୟ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ପୋକ୍ସୋ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଫେରାର୍‌ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନାବାଳିକା ଗର୍ଭବତୀ ହେବା ଖବର ପରିବାରବର୍ଗ କାହିଁକି ୭ମାସ ଧରି ଲୁଚାଇ ରଖିଥିଲେ ଏବଂ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏତେ ଦିନ ଅନୁପସ୍ଥିତ ଛାତ୍ରୀଙ୍କ ସଂପର୍କରେ କାହିଁକି ନିରବ ରହିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇଛୁ। ଏନେଇ ଆମେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ୱାନ୍‌-ଷ୍ଟପ୍‌ ସେଣ୍ଟର୍‌ରେ ରଖିଛୁ। ଏହା ସହ ଆଇନଗତ ପଦକ୍ଷେପ ନେବୁ। ସଦର ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ କହିବାନୁସାରେ, ଅଭିଯୋଗ ପାଇବା ମାତ୍ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛୁ। ପୀଡ଼ିତାର ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଇଛୁ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

09 Dec 2025 By Madhusudan Das

ମୟୂରଭଞ୍ଜରେ ପୁଣି ଲଜ୍ଜା: ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଅନ୍ତଃସତ୍ତ୍ୱା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବାରିପଦା ସଦର ଥାନା ଅଞ୍ଚଳରେ ଜଣେ ଦଶମ ଛାତ୍ରୀ ୭ମାସର ଅନ୍ତଃସତ୍ତ୍ୱା ଥିବା ଜଣାପଡ଼ିଛି। ବାରିପଦା ସଦର ପୁଲିସ ଏକ ପୋକ୍ସୋ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ନାବାଳିକାଙ୍କ ସମ୍ପର୍କୀୟ ଭାଇ ସମ୍ପୃକ୍ତ ଥିବା କୁହାଯାଉଛି।

ଛାତ୍ରୀଜଣଙ୍କ ମୋରଡ଼ା ବ୍ଲକ୍‌ରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ବେଳେ ସେଠାକାର ଏକ ହଷ୍ଟେଲରେ ରହୁଥିଲେ। ଏହି ସମୟରେ ସେ ସମ୍ପର୍କୀୟ ଭାଇର କୁ-କର୍ମର ଶିକାର ହୋଇଥିଲେ। ଥରେ କି ଦୁଇଥର ନୁହେଁ, ଏକାଧିକଥର ସେ ଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକାଜଣଙ୍କ ଅନ୍ତଃସତ୍ତ୍ବା ହେବା ପରେ ପରିବାରଲୋକେ ତାଙ୍କୁ ଘରକୁ ନେଇ ଆସି ଲୁଚାଇ ରଖିଥିଲେ। ଗ୍ରାମବାସୀଙ୍କ କାନକୁ ଏ କଥା ଯିବା ପରେ ଘଟଣା ପ୍ରଘଟ ହୋଇଥିଲା। ପରିବାର ପକ୍ଷରୁ ମଧ୍ୟ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ପୋକ୍ସୋ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଫେରାର୍‌ ଥିବା ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନାବାଳିକା ଗର୍ଭବତୀ ହେବା ଖବର ପରିବାରବର୍ଗ କାହିଁକି ୭ମାସ ଧରି ଲୁଚାଇ ରଖିଥିଲେ ଏବଂ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏତେ ଦିନ ଅନୁପସ୍ଥିତ ଛାତ୍ରୀଙ୍କ ସଂପର୍କରେ କାହିଁକି ନିରବ ରହିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ କହିଛନ୍ତି ଯେ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇଛୁ। ଏନେଇ ଆମେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ୱାନ୍‌-ଷ୍ଟପ୍‌ ସେଣ୍ଟର୍‌ରେ ରଖିଛୁ। ଏହା ସହ ଆଇନଗତ ପଦକ୍ଷେପ ନେବୁ। ସଦର ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ କହିବାନୁସାରେ, ଅଭିଯୋଗ ପାଇବା ମାତ୍ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛୁ। ପୀଡ଼ିତାର ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଇଛୁ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର