ଗାଡ଼ିରେ ଭିଏଲ୍‌ଟିଡି ଲଗାଇବ ସିଡିଏସି, ବିଏସ୍‌ଏନ୍‌ଏଲ୍‌କୁ ଛାଡ଼ି ଘରୋଇ ସଂସ୍ଥା ସହ ଚୁକ୍ତି ଯୋଜନାକୁ ନେଇ ଉଠିଲା ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଘଟଣା ପରେ  ସୁପ୍ରିମକୋର୍ଟ ଯାତ୍ରୀବାହୀ ଗାଡ଼ିଗୁଡ଼ିକରେ  ‘ଭେଇକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌’ (ଭିଏଲ୍‌ଟିଡି) ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ରାଜ୍ୟ ସରକାର ଯାତ୍ରୀବାହୀ ଗାଡ଼ିଗୁଡ଼ିକରେ ଭିଏଲ୍‌ଟିଡି ଲଗାଉଛନ୍ତି। ଓଡ଼ିଶାରେ ଏଯାଏ ୫୨ ହଜାର ଗାଡ଼ିରେ ଏହି ବ୍ୟବସ୍ଥା ହୋଇ ସାରିଛି ଓ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିରେ ଏହି ଯନ୍ତ୍ରାଂଶ ଲଗାଯିବାକୁ ବାକିଅଛି । ସମ୍ପ୍ରତି ଏହି ଯନ୍ତ୍ରାଂଶ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସିଡ଼ିଏସି ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି ଓ ଦିନେ ଦୁଇଦିନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ସୂଚନା ମିଳିଛି । ମାତ୍ର ପଞ୍ଜାବରେ କଳାତାଲିକାଭୁକ୍ତ ହୋଇଥିବା ଓ କାର୍ଯ୍ୟରେ ବିଳମ୍ବ ଯୋଗୁଁ ପଶ୍ଚିମବଙ୍ଗରେ ଜୋରିମାନା ଦେଇଥିବା ଏହି ସଂସ୍ଥାପ୍ରତି ରାଜ୍ୟ ପରିବହନ ବିଭାଗର ଅହେତୁକ ଆଦର ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଆହୁରି ପଢ଼ନ୍ତୁ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ରାଜ୍ୟରେ ଭିଏଲ୍‌ଟିଡ଼ି ବ୍ୟବସ୍ଥାରେ ସହଭାଗୀ ହେବା ନିମନ୍ତେ ଭାରତୀୟ ସଂଚାର ନିଗମ (ବିଏସ୍‌ଏନ୍‌ଏଲ୍‌) ଏବଂ ଟିସିଆଇଏଲ୍‌ ଭଳି ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ।  ରାଜ୍ୟ ସରକାରଙ୍କ ଟେଣ୍ଡର ବିଧିବ୍ୟବସ୍ଥା ଅନୁଯାୟୀ ଆବେଦନ କରିଥିଲେ। ଟେଣ୍ଡର ନିୟମ ଅନୁଯାୟୀ କେବଳ ସୋସାଇଟି ଆକ୍ଟରେ ପଞ୍ଜୀକରଣ ସଂସ୍ଥା ଓ ରାଜ୍ୟରେ ଜିଏସ୍‌ଟି ପଞ୍ଜୀକରଣ କରିଥିବା ସଂସ୍ଥାକୁ ଟେଣ୍ଡରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହେଲେ ସିଡିଏସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇଛି। କାରଣ ‘ସିଡିଏସି’ ଟ୍ରଷ୍ଟ ଆଇନ୍‌ ଅନୁସାରେ ଓ ଅଲଗା ରାଜ୍ୟର ପଞ୍ଜିକୃତ ଏକ ସଂସ୍ଥା। ଅତୀତରେ ପଶ୍ଚିମବଙ୍ଗ ସରକାର ଏହି ସଂସ୍ଥା ଉପରେ ଜୋରିମାନା ଲାଗୁ କରିବା ସହ ଏହି ସଂସ୍ଥାର କାର୍ଯ୍ୟାଦେଶ ବାତିଲ କରିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ଏହି ସଂସ୍ଥାକୁ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କଳାତାଲିକା ଭୁକ୍ତ କରିଛନ୍ତି। ସେହିପରି ରାଷ୍ଟ୍ରାୟତ୍ତ ସଂସ୍ଥା ପକ୍ଷରୁ ଦିଆଯାଇଥିବା କୋଟେସନ ତୁଳନାରେ ଏହି ସଂସ୍ଥା ୨ ଗୁଣା ଅଧିକ ଦର ଧାର୍ଯ୍ୟ କରିଥିବା ସତ୍ତ୍ୱେ ଏହି ସଂସ୍ଥା ସହିତ ଚୁକ୍ତି କରିବା ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ

ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍ଥା ଆଗାମୀ ୩ ବର୍ଷ ପାଇଁ  ରାଜ୍ୟ ସରକାରଙ୍କ ସହିତ ଚୁକ୍ତିମାନା କରିବ। ସମସ୍ତ ଯୋଗ୍ୟତା ସ॥େତ୍ତ୍ବ ଏହି ସରକାରୀ ସଂସ୍ଥା ଦ୍ୱୟକୁ ବାଦ୍‌ ଦିଆଯାଇ ସିଡିଏସି କାର୍ଯ୍ୟଭାର ଦିଆଯିବାକୁ ନେଇ ଏକ ବଡ଼ ହେରଫେର ନେଇ ସନ୍ଦେହ ସୃଷ୍ଟି ହୋଇଛି ଓ ସରକାରୀ ସଂସ୍ଥାକୁ  ଛାଡ଼ି ରାଜ୍ୟ ପରିବହନ ବିଭାଗ ଏହି ଘରୋଇ ସଂସ୍ଥା ପ୍ରତି କାହିଁକି ଅନୁଗ୍ରହ ପୋଷଣ କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ। 

ଆହୁରି ପଢ଼ନ୍ତୁ: ଆମେରିକା ସହ ଶାନ୍ତି ଚୁକ୍ତି ପାଇଁ ଇରାନର କଡ଼ା ସର୍ତ୍ତ: ଗଲ୍ଫ ଘାଟି ବନ୍ଦ କରିବା ସହ ଉଠାଇବାକୁ ପଡିବ କଟକଣା

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥାପ୍ରତି କୋହଳ ମନୋଭାବକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି।  ।ବରିଷ୍ଠ ଆଇନ୍‌ଜୀବୀ ତଥା ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ କୁମାର ନନ୍ଦ ଏକାଧିକବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟିଆକର୍ଷଣ କରି ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରକୁ ରାଜ୍ୟ ସରକାର ଗ୍ରହଣ ନ କରି ଏକ କଳାତାଲିକାଭୁକ୍ତ ସଂସ୍ଥା ସହିତ ଚୁକ୍ତିନାମା କରିବାକୁ ନେଇ ଶ୍ରୀ ନନ୍ଦ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଏଥିରେ ଏକ ବଡ଼ ହେରଫେର୍‌ ହୋଇଥିବା ନେଇ ଗନ୍ଧ ବାରିଛନ୍ତି। ବିଏସ୍‌ଏନ୍‌ଏଲ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଏହି କାମ କରୁଛି। ଓଡ଼ିଶାରେ ଯେଉଁ ୫୨ ହଜାର ଗାଡ଼ିରେ ଭିଏଲ୍‌ଟିଡି ଲାଗିଛି, ତାହା ମଧ୍ୟ ବିଏସ୍‌ଏନ୍‌ଏଲ କରିଛି। ହେଲେ ଏହାକୁ ଏବେ ବାଦ ଦିଆଯିବା ପଛରେ ରହିଥିବା ରହସ୍ୟର ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

06 Nov 2025 By Madhusudan Das

ଗାଡ଼ିରେ ଭିଏଲ୍‌ଟିଡି ଲଗାଇବ ସିଡିଏସି, ବିଏସ୍‌ଏନ୍‌ଏଲ୍‌କୁ ଛାଡ଼ି ଘରୋଇ ସଂସ୍ଥା ସହ ଚୁକ୍ତି ଯୋଜନାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଘଟଣା ପରେ  ସୁପ୍ରିମକୋର୍ଟ ଯାତ୍ରୀବାହୀ ଗାଡ଼ିଗୁଡ଼ିକରେ  ‘ଭେଇକିଲ୍‌ ଲୋକେସନ ଟ୍ରାକିଂ ଡିଭାଇସ୍‌’ (ଭିଏଲ୍‌ଟିଡି) ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ରାଜ୍ୟ ସରକାର ଯାତ୍ରୀବାହୀ ଗାଡ଼ିଗୁଡ଼ିକରେ ଭିଏଲ୍‌ଟିଡି ଲଗାଉଛନ୍ତି। ଓଡ଼ିଶାରେ ଏଯାଏ ୫୨ ହଜାର ଗାଡ଼ିରେ ଏହି ବ୍ୟବସ୍ଥା ହୋଇ ସାରିଛି ଓ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିରେ ଏହି ଯନ୍ତ୍ରାଂଶ ଲଗାଯିବାକୁ ବାକିଅଛି । ସମ୍ପ୍ରତି ଏହି ଯନ୍ତ୍ରାଂଶ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସିଡ଼ିଏସି ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି ଓ ଦିନେ ଦୁଇଦିନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ସୂଚନା ମିଳିଛି । ମାତ୍ର ପଞ୍ଜାବରେ କଳାତାଲିକାଭୁକ୍ତ ହୋଇଥିବା ଓ କାର୍ଯ୍ୟରେ ବିଳମ୍ବ ଯୋଗୁଁ ପଶ୍ଚିମବଙ୍ଗରେ ଜୋରିମାନା ଦେଇଥିବା ଏହି ସଂସ୍ଥାପ୍ରତି ରାଜ୍ୟ ପରିବହନ ବିଭାଗର ଅହେତୁକ ଆଦର ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ରାଜ୍ୟରେ ଭିଏଲ୍‌ଟିଡ଼ି ବ୍ୟବସ୍ଥାରେ ସହଭାଗୀ ହେବା ନିମନ୍ତେ ଭାରତୀୟ ସଂଚାର ନିଗମ (ବିଏସ୍‌ଏନ୍‌ଏଲ୍‌) ଏବଂ ଟିସିଆଇଏଲ୍‌ ଭଳି ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ।  ରାଜ୍ୟ ସରକାରଙ୍କ ଟେଣ୍ଡର ବିଧିବ୍ୟବସ୍ଥା ଅନୁଯାୟୀ ଆବେଦନ କରିଥିଲେ। ଟେଣ୍ଡର ନିୟମ ଅନୁଯାୟୀ କେବଳ ସୋସାଇଟି ଆକ୍ଟରେ ପଞ୍ଜୀକରଣ ସଂସ୍ଥା ଓ ରାଜ୍ୟରେ ଜିଏସ୍‌ଟି ପଞ୍ଜୀକରଣ କରିଥିବା ସଂସ୍ଥାକୁ ଟେଣ୍ଡରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହେଲେ ସିଡିଏସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇଛି। କାରଣ ‘ସିଡିଏସି’ ଟ୍ରଷ୍ଟ ଆଇନ୍‌ ଅନୁସାରେ ଓ ଅଲଗା ରାଜ୍ୟର ପଞ୍ଜିକୃତ ଏକ ସଂସ୍ଥା। ଅତୀତରେ ପଶ୍ଚିମବଙ୍ଗ ସରକାର ଏହି ସଂସ୍ଥା ଉପରେ ଜୋରିମାନା ଲାଗୁ କରିବା ସହ ଏହି ସଂସ୍ଥାର କାର୍ଯ୍ୟାଦେଶ ବାତିଲ କରିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ଏହି ସଂସ୍ଥାକୁ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କଳାତାଲିକା ଭୁକ୍ତ କରିଛନ୍ତି। ସେହିପରି ରାଷ୍ଟ୍ରାୟତ୍ତ ସଂସ୍ଥା ପକ୍ଷରୁ ଦିଆଯାଇଥିବା କୋଟେସନ ତୁଳନାରେ ଏହି ସଂସ୍ଥା ୨ ଗୁଣା ଅଧିକ ଦର ଧାର୍ଯ୍ୟ କରିଥିବା ସତ୍ତ୍ୱେ ଏହି ସଂସ୍ଥା ସହିତ ଚୁକ୍ତି କରିବା ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍ଥା ଆଗାମୀ ୩ ବର୍ଷ ପାଇଁ  ରାଜ୍ୟ ସରକାରଙ୍କ ସହିତ ଚୁକ୍ତିମାନା କରିବ। ସମସ୍ତ ଯୋଗ୍ୟତା ସ॥େତ୍ତ୍ବ ଏହି ସରକାରୀ ସଂସ୍ଥା ଦ୍ୱୟକୁ ବାଦ୍‌ ଦିଆଯାଇ ସିଡିଏସି କାର୍ଯ୍ୟଭାର ଦିଆଯିବାକୁ ନେଇ ଏକ ବଡ଼ ହେରଫେର ନେଇ ସନ୍ଦେହ ସୃଷ୍ଟି ହୋଇଛି ଓ ସରକାରୀ ସଂସ୍ଥାକୁ  ଛାଡ଼ି ରାଜ୍ୟ ପରିବହନ ବିଭାଗ ଏହି ଘରୋଇ ସଂସ୍ଥା ପ୍ରତି କାହିଁକି ଅନୁଗ୍ରହ ପୋଷଣ କରିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ। 

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥାପ୍ରତି କୋହଳ ମନୋଭାବକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି।  ।ବରିଷ୍ଠ ଆଇନ୍‌ଜୀବୀ ତଥା ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ କୁମାର ନନ୍ଦ ଏକାଧିକବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟିଆକର୍ଷଣ କରି ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରକୁ ରାଜ୍ୟ ସରକାର ଗ୍ରହଣ ନ କରି ଏକ କଳାତାଲିକାଭୁକ୍ତ ସଂସ୍ଥା ସହିତ ଚୁକ୍ତିନାମା କରିବାକୁ ନେଇ ଶ୍ରୀ ନନ୍ଦ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ଏଥିରେ ଏକ ବଡ଼ ହେରଫେର୍‌ ହୋଇଥିବା ନେଇ ଗନ୍ଧ ବାରିଛନ୍ତି। ବିଏସ୍‌ଏନ୍‌ଏଲ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଏହି କାମ କରୁଛି। ଓଡ଼ିଶାରେ ଯେଉଁ ୫୨ ହଜାର ଗାଡ଼ିରେ ଭିଏଲ୍‌ଟିଡି ଲାଗିଛି, ତାହା ମଧ୍ୟ ବିଏସ୍‌ଏନ୍‌ଏଲ କରିଛି। ହେଲେ ଏହାକୁ ଏବେ ବାଦ ଦିଆଯିବା ପଛରେ ରହିଥିବା ରହସ୍ୟର ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର