ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ନିଜ ଘର ଉପରକୁ ବୋମା ଓ ଗୁଳିମାଡ଼

Deviprasad Mohanty Picture
Published On

ଭୁବନେଶ୍ବର: ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର କରିବା ପାଇଁ ନିଜ ଘରେ ବୋମାମାଡ଼ ଓ ଗୁଳିମାଡ଼। ଗତ ୫ ଅକ୍ଟୋବର ଓ ସେପ୍ଟେମ୍ବର ୧୧ ରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରି ଏଭଳି କିଛି ଜାଣିବାକୁ ପାଇଛି ପୁଲିସ। ଘର ମାଳିକାଣି ଘୁଙ୍ଗୁରୁ ମିଶ୍ର ଏଭଳି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ। ସେ ଏବେ ଫେରାର ହୋଇଯାଇଛନ୍ତି । ଅନ୍ୟ ତିନି ଅଭିଯୁକ୍ତ ଦେବାଶିଷ ମହାପାତ୍ର, ସନ୍ତୋଷ ମହାକୁଡ଼ ଓ ଚନ୍ଦନ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ 7.65 ଏମ୍.ଏମ୍ ପିସ୍ତଲ ସହ ଗୁଳି ଜବତ କରାଯାଇଛି। ନିଜକୁ ବେଶ ହାଇପ୍ରୋଫାଇଲ ବୋଲି ପରିଚୟ ଦେଉଥିବା ଘୁଙ୍ଗୁରୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ଘର ଉପରେ ବୋମାମାଡ଼ ଓ ଗୁଳିମାଡ଼ କରିଥିବା କହିଛନ୍ତି ପୁଲିସ କମିଶନର । ରାଜଧାନୀରେ ପତିଆରା ଜାହିର କରିବା ସହ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଅନେକ ଲୋକଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଏହା ମଧ୍ୟ ତାଙ୍କର ଷଡଯନ୍ତ୍ର ବୋଲି କହିଛି ପୁଲିସ। ପୁଲିସର ତଦନ୍ତକୁ ବିଭ୍ରାନ୍ତ କରିବା, ସୁପାରୀ ଦେଇ ବୋମା ଓ ଗୁଳିମାଡ଼ କରିବା , ଅସ୍ତ୍ର ଶସ୍ତ୍ର କାରବାର ଭଳି ସଙ୍ଗିନ ଦଫାରେ ତାଙ୍କ ବିରୋଧରେ ମାମଲା  ରୁଜୁ ହୋଇଥିବା କହିଛନ୍ତି ପୁଲିସ କମିଶନରଏସ୍.ଦେବଦତ୍ତ.ସିଂ। 

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

04 Nov 2025 By Deviprasad Mohanty

ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ନିଜ ଘର ଉପରକୁ ବୋମା ଓ ଗୁଳିମାଡ଼

ଭୁବନେଶ୍ବର: ବନ୍ଧୁକ ଲାଇସେନ୍ସ ଓ ପତିଆରା ଜାହିର କରିବା ପାଇଁ ନିଜ ଘରେ ବୋମାମାଡ଼ ଓ ଗୁଳିମାଡ଼। ଗତ ୫ ଅକ୍ଟୋବର ଓ ସେପ୍ଟେମ୍ବର ୧୧ ରେ ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରି ଏଭଳି କିଛି ଜାଣିବାକୁ ପାଇଛି ପୁଲିସ। ଘର ମାଳିକାଣି ଘୁଙ୍ଗୁରୁ ମିଶ୍ର ଏଭଳି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ। ସେ ଏବେ ଫେରାର ହୋଇଯାଇଛନ୍ତି । ଅନ୍ୟ ତିନି ଅଭିଯୁକ୍ତ ଦେବାଶିଷ ମହାପାତ୍ର, ସନ୍ତୋଷ ମହାକୁଡ଼ ଓ ଚନ୍ଦନ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ 7.65 ଏମ୍.ଏମ୍ ପିସ୍ତଲ ସହ ଗୁଳି ଜବତ କରାଯାଇଛି। ନିଜକୁ ବେଶ ହାଇପ୍ରୋଫାଇଲ ବୋଲି ପରିଚୟ ଦେଉଥିବା ଘୁଙ୍ଗୁରୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ଘର ଉପରେ ବୋମାମାଡ଼ ଓ ଗୁଳିମାଡ଼ କରିଥିବା କହିଛନ୍ତି ପୁଲିସ କମିଶନର । ରାଜଧାନୀରେ ପତିଆରା ଜାହିର କରିବା ସହ ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେଇ ଅନେକ ଲୋକଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ବନ୍ଧୁକ ଲାଇସେନ୍ସ ପାଇବା ପାଇଁ ଏହା ମଧ୍ୟ ତାଙ୍କର ଷଡଯନ୍ତ୍ର ବୋଲି କହିଛି ପୁଲିସ। ପୁଲିସର ତଦନ୍ତକୁ ବିଭ୍ରାନ୍ତ କରିବା, ସୁପାରୀ ଦେଇ ବୋମା ଓ ଗୁଳିମାଡ଼ କରିବା , ଅସ୍ତ୍ର ଶସ୍ତ୍ର କାରବାର ଭଳି ସଙ୍ଗିନ ଦଫାରେ ତାଙ୍କ ବିରୋଧରେ ମାମଲା  ରୁଜୁ ହୋଇଥିବା କହିଛନ୍ତି ପୁଲିସ କମିଶନରଏସ୍.ଦେବଦତ୍ତ.ସିଂ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର