ବିଜେପି କର୍ମୀଙ୍କ ଦାଦାଗିରି, ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

Madhusudan Das Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି । ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ମହିଳା ବିଡିଓଙ୍କୁ ୪୦ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ କରିଥିବା ଅଭିଯୋଗ । ଏପରିକି କମ୍ପ୍ୟୁଟର ଉଠାଇ ତାଙ୍କୁ ମାରିବାକୁ ବିଜେପିର ଲଳିତ କୁମାର ବେହେରା ଉଦ୍ୟମ କରିଥିବା ଅଭିଯୋଗ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଉତ୍କଳ ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ

ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ । ତାଙ୍କ କଥାରେ  କାମ କରିବାକୁ କହିଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ । ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷା ପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି । ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି । ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ବ୍ୟବହାର ନେଇ ଉଦବେଗ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ବୁଡିରହିଥିବା ୫ଟି ଡଙ୍ଗା

03 Jan 2026 By Madhusudan Das

ବିଜେପି କର୍ମୀଙ୍କ ଦାଦାଗିରି, ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି । ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ମହିଳା ବିଡିଓଙ୍କୁ ୪୦ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ କରିଥିବା ଅଭିଯୋଗ । ଏପରିକି କମ୍ପ୍ୟୁଟର ଉଠାଇ ତାଙ୍କୁ ମାରିବାକୁ ବିଜେପିର ଲଳିତ କୁମାର ବେହେରା ଉଦ୍ୟମ କରିଥିବା ଅଭିଯୋଗ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି ।

ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ । ତାଙ୍କ କଥାରେ  କାମ କରିବାକୁ କହିଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ । ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷା ପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି । ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି । ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ବ୍ୟବହାର ନେଇ ଉଦବେଗ ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର